ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ 

ପାପଡାହାଣ୍ଡି, 24/8, ମନିସ , ——1942 ଅଗଷ୍ଟ 24ରେ ଦେଶ ପାଇଁ ବଳିଦାନ ଦେଇଥିବା ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମି ଉଦେଶ୍ୟରେ ଗୁରୁବାର ପାପଡାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଅଭିବକ୍ତ କୋରାପୁଟ ଜିଲ୍ଲାର ପୂର୍ବ ପୁରୁଷ ଦେଶ ସ୍ୱାଧୀନ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହା ଚିରସ୍ମରଣୀୟ ବୋଲି କହିଥିଲେ |ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ, ସେମାନେ ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା | ସେମାନଙ୍କ ବିଦ୍ରୋହକୁ ଦମନ କରିବାକୁ ଯାଇ ଇଂରେଜ ମାନେ ଅକଥନୀୟ ଅତ୍ୟାଚାର କରିଥିଲେ କିନ୍ତୁ ଆଦିବାସୀ ମାନେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ | ସମସ୍ତେ ଏକାଠି ହୋଇ ଏହି ଦିବସ ପାଳନ କରି ଗର୍ବାନ୍ବିତ ମନେ କରୁଛୁ | ନବରଙ୍ଗପୁରରୁ ଆସିଥବା ମଶାଲକୁ ବ୍ଲକ ପ୍ରଶାସନ ଓ ନେତୃ ମଣ୍ଡଳୀ ତରଫରୁ ବସଷ୍ଟାଣ୍ଡ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏକ ଶୋଭାଯାତ୍ରାରେ ଶହୀଦ ମିନାରକୁ ନିଆଯାଇଥିଲା | ମିନାର ଠାରେ ଅବତରଣ ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଟୁରୀ ନଦୀରେ ତିଳ ତର୍ପଣ ପରେ ସର୍ବ ଧର୍ମ ପ୍ରାର୍ଥନା ଓ ପରେ ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ବିଡ଼ିଓ ଦିବାକର ବାଗ ସ୍ୱାଗତ ଭାଷଣ ଦେଇଥିଲେ | କାର୍ଯ୍ୟକ୍ରମର ସଭାପତି ଜିଲାପାଳ ଡ କମଳ ଲୋଚନ ମିଶ୍ର ସହିଦ ମାନଙ୍କ ବିରାଟ ତ୍ୟାଗ ଯୋଗୁଁ ଆମେ ସ୍ୱାଧୀନତା ପାଇଛୁ ବୋଲି କହିବା ସହ 19 ଜଣ ସହିଦ ମାନଙ୍କ ପାଇଁ ଏହି ରକ୍ତର ମାଟିରେ ଆମେ ସ୍ୱାଧୀନତା ପାଇଛୁ | ଆମେ ଶହୀଦ ମାନଙ୍କ ତ୍ୟାଗ, ସ୍ମୃତି ଚାରଣ, ଭକ୍ତି ପୂର୍ଣ ଶ୍ରଦ୍ଧାଞ୍ଜଳି ଦେବାର ସମୟ ଆସିଛି ବୋଲି କହିଥିଲେ | ଏ ପାପଡାହାଣ୍ଡି ପବିତ୍ର ମାଟିରେ ଆମେ ଜନ୍ମ କରିଛୁ । ଯାହାକି ଆମେ ନିଜର ଅଧିକାର ପାଇ ପାରିଛୁ ।ଏହି ସହିଦ ମିନାରର ଉନ୍ନତି କିପରି ସୁଦୃଢ଼ ହୋଇ ପାରିବ ସେଥିପାଇଁ ଚେଷ୍ଟା କରିବେ ମୁଖ୍ୟମନ୍ତ୍ରୀ ସର୍ବଦା ଜନ ସାଧାରଣଙ୍କ ଉନ୍ନତି ଲାଗି ଚେଷ୍ଟିତ ବୋଲି ଡାବୁଗାଁ ବିଧାୟକ ମନହର ରନ୍ଧାରୀ କହିଥିଲେ | ସ୍ୱତନ୍ତ୍ର ଉନୟନ ପରିଷଦର ଉପଦେଷ୍ଠା ପ୍ରଦୀପ ମାଝୀ ଯୋଗଦେଇ ଆଜିର ଦିନକୁ ରାଜ୍ୟ ସ୍ତରରେ ପାଳନ କରାଯାଉଛି | ପ୍ରଶାସନ ବି ସହିଦ ମାନଙ୍କ ବଳିଦାନ ନିକଟରେ ନତ ମସ୍ତକ ହୋଇ ଛିଡା ହୋଇଥିବା କହିଥିଲେ | ଦେଶ ସ୍ୱାଧୀନତା ସମୟରେ ଆହତ ସହିଦ ମାନଙ୍କ କଥା ମନପକେଇବାକୁ ପଡିବ | ଅଗାମି ଦିନରେ ପ୍ରତେକ ଜିଲାରେ ସହିଦ ସ୍ମୃତି ସୌଧ ନିର୍ମାଣ ଲାଗି ପ୍ରସ୍ତାବ ହୋଇଥିବା କହିଥିଲେ | ଚନ୍ଦ୍ରୟାନ ର ସଫଳତା ଯୋଗୁଁ ସମସ୍ତ ବୈଜ୍ଞାନିକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏମପି ରମେଶ ମାଝୀ ଆଜି ଆମ ପାଈଁ ଗର୍ବ ଓ ଗୌରବରେ ବିଷୟ ବୋଲି କହିଥିଲେ | ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି | ରାଜ୍ୟ ସ୍ତରୀୟ ଉତ୍ସର୍ଗୀକୃତ ଦିବସ ଭାବେ ସରକାର ଘୋଷଣା କରିଥିବା କହିଥଲେ | କାର୍ଯ୍ୟକ୍ରମ ଯୋଗୁଁ ସମସ୍ତେ ଏକାଠି ହୋଇପାରିଛୁ ବୋଲି କହିଥିଲେ | ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ବସିଛୁ, ପରସ୍ପରକୁ ସମ୍ମାନ ଦେଉଛୁ | ସ୍ୱାଧୀନ ପାଇଁ ସହିଦ ହୋଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଉପାଧକ୍ଷା ଲିପିକା ବାରଇ, ବ୍ଲକ ଅଧକ୍ଷା ହେମାଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା,ରାଜ୍ୟ ସହିଦ ସ୍ମୃତି କମିଟିରେ ସଭାପତି ମନରଞ୍ଜନ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ , ଏସପି ଏସ ସୁଶ୍ରୀ, ମଞ୍ଜୁଳା ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ୟସବନ୍ତ ନାୟକ,ପୂର୍ବତନ ରାଜ୍ୟସଭା ଏମପି ଭାଗବାନ ମାଝୀ, ଉପେନ୍ଦ୍ର ଗଣ୍ଡ ପ୍ରମୁଖ ସହ ବହୁ ଜନ ସାଧାରଣ ଉପସ୍ଥିତ ରହିଥିଲେ। ଶେଷରେ ଦାୟାଦ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ମଞ୍ଚ ପରିଚାଳନା ଡିଆଇପିଆରଓ ହଳଧର ନିଆଲ କରିଥିଲେ | ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

ସ୍କାଉଟ ଗାଇଡ୍ କବବୁଲବୁଲ ର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର 

masiha

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

masiha

Leave a Comment

error: Content is protected !!