ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବରେଇପାଲି ରେ ବିଜେଡି ର ଭୋଟ ପ୍ରଚାର, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଙ୍କ ବିକାଶ ପାଇଁ ନବୀନ ସରକାର ଙ୍କ ଉନ୍ନୟନ ମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି 

ବରେଇପାଲି ରେ ବିଜେଡି ର ଭୋଟ ପ୍ରଚାର, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଙ୍କ ବିକାଶ ପାଇଁ ନବୀନ ସରକାର ଙ୍କ ଉନ୍ନୟନ ମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି 

ସମ୍ବଲପୁର ତା ୯ / ୫  // ସମ୍ବଲପୁର ସହର ର ବରେଇପାଲି ଦଳିତ ସାହି (ହରିଜନ ପଡ଼ା )ରେ ବିଜେଡି ର ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଣବ ପ୍ରକାଶ ଦାଶ ଏବଂ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ରୋହିତ ପୁଝାରୀ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିର୍ବାଚନ ପ୍ରଚାର କଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ଆଶିଷ ନନ୍ଦ l ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ, ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ,ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ ବୃଦ୍ଧି, ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମଏସପି ପ୍ରଦାନ, ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ ବୋନସ,ଖାଦ୍ୟ ସୁରକ୍ଷା ଯୋଜନାରେ ଆହାର କେନ୍ଦ୍ର ବ୍ୟବସ୍ଥା,ସାମାଜିକ ନିରାପତ୍ତା ପାଇଁ ଭତ୍ତା ବୃଦ୍ଧି,ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ଦଶ ଲକ୍ଷ ଏବଂ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା, ମିଶନଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ଦଶ ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ,ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା,5 ଟି ସ୍କୁଲ କଲେଜ ରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ସହର ର ସବୁ ସାହି କୁ ବିଜୁଳି, ପାଣି, ପକ୍କା ରାସ୍ତା ସୁବିଧା, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ ହିତକାରୀ ଯୋଜନା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ଯୋଜନା ବିଷୟରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଓଡିଶା ର ଚାଳିଶ ପ୍ରତିଶତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତଥା ଦେଢ଼ କୋଟି ରୁ ଉର୍ଦ୍ଧ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠା ର ସହିତ କାର୍ଯ୍ୟ କରୁଛନ୍ତି ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଭୋଟର ଭାଇ ଭଉଣୀ ନବୀନ ପଟ୍ଟନାୟକ ଙ୍କୁ ଭୋଟ ଆଶୀର୍ବାଦ ଦେବା ପାଇଁ ଆବେଦନ କରିଥିଲେ l

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଆସିଲେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ

masiha

ବିଶୋଇରେ ବିଜେଡିର ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

Sunil Chandra Nayak

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!