ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା
ବଲାଙ୍ଗିର // ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ଶ୍ରେଷ୍ଠ ପ୍ରାଣୀ ମଣିଷର ପାଟି ଖୋଲୁଥିବାରୁ ସେ ପାଣିର ଆବଶ୍ୟକତା ଅତି ସହଜରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ମହାନତା ଦେଖଇଛନ୍ତି। ପକ୍ଷୀ ମାନଙ୍କୁ ପ୍ରତେକ ଗଛରେ ମାଟି ର ପାତ୍ର ରେ ପାଣି ଦେଇ ଆମ୍ଭ ତୋଟାରେ ରଖିଛନ୍ତି । ଏକ ସହ ଗଛରେ ମାଟି ପାତ୍ର ଦେଇ ପାଣି ପ୍ରତେକ ଗଛରେ ଲଗାଇଛନ୍ତି ସରପଞ୍ଚ ମହାଶୟ । ଏପରି ମହତ କାମ ଯୋଗୁ ଅନେକ ପକ୍ଷୀ ମାନେ ପିଇବା ପାଣି ରୁ ବଞ୍ଚିତ ନ ହେବେ ତେଣୁ ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ପକ୍ଷୀ ମାନେ ଆସି ଡହକ ବିକଳ ରେ ପାଣି ପିଉଥିବା ଦେଖିଲେ ଆତ୍ମ ତୃପ୍ତି ମିଳେ ବୋଲି ଶ୍ରୀ ନୟକ୍ ପ୍ରକାଶ କରିଛନ୍ତି।