ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡ଼ିଶାରେ,,ଛତିଶଗଡ଼ ଭାଷାରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର

ଓଡ଼ିଶାରେ,,ଛତିଶଗଡ଼ ଭାଷାରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର

ନବରଙ୍ଗପୁର/ ରାଇଘର,୮/୪(କିରଣ ପଟ୍ଟନାୟକ )- ଏଥର ଭାଜପା ସରକାର ବୋଲି ଉଦବୋଧନ ଦେଇ ନବରଙ୍ଗପୁର ଜିଲାର ଉମରକୋଟ ନିର୍ବାଚନ ମଣ୍ଡଳୀର ହଟଭରଣ୍ଡୀ ଖେଳ ପଡିଆ ଠାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଯୋଗ ଦେଇ କହିଛନ୍ତି । ସଭାରେ ଯୋଗ ଦେଇ ଛତିଶଗଡ଼ ଭାଷାରେ ପ୍ରଚାର କହିଥିଲେ, ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଓ ବିଧାନସଭା ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭାଜପା ପଦ୍ମ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଛତିଶଗଡ଼ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳର ଅନେକ ହିନ୍ଦୀ ଭାଷା ଭାଷୀ ଓ ଚାଟିଶଗଡ଼ି, ହଲବୀ ଭାଷା ଭାସି ଲୋକ ରହିଛନ୍ତି । ଏହି କାରଣ ରୁ ଏହି ଏଞ୍ଚଳ ରେ ହିନ୍ଦୀ ଓ ଛତିଶଗଡି ଭାଷା ରେ ପ୍ରଚାର କରିବାକୁ ଗୁରୁତ୍ଵ ଦେଇଥିଲେ । ଏଥି ପାଇଁ ଭାଜପା ଛତିଶଗଡ ମୁଖ୍ୟ ମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓ କଣ୍ଡାଗାଁ ବିଧାୟିକା ଲତା ହୁସେଣ୍ଡି ଆସି ପ୍ରଚାର କରି ଫେରିଛନ୍ତି । ନିର୍ନଚନ ସଭା ରେ ନବରଙ୍ଗପୁର ଭାଜପା ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ ଓ ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟା ନନ୍ଦ ଗଣ୍ଡ ଯୋଗ ଦେଇଥିଲେ ।ଓଡ଼ିଆ ପୁଅ ହୋଇ ଓଡ଼ିଆ ଜାଣିନଥିବା ଏକ ଲଜ୍ଜା ର ବିଷୟ । ଅନ୍ୟପଟେ ଜଣେ ଅଣ ଓଡ଼ିଆ ଓଡ଼ିଶାକୁ ଶାସନ କରୁଛି ଏହା ଏକ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ l କେନ୍ଦ୍ର ସରକାର ପକ୍ଷରୁ ଯେତେ ସବୁ ଯୋଜନା ରହିଅଛି ସେହି ସବୁ ଯୋଜନାର ନାମ ବଦଳାଇ ଓଡ଼ିଶା ବାସୀଙ୍କୁ ୨୪ ବର୍ଷ ହେଲା ଠକି ଚାଲିଛନ୍ତି । ଶୁଣିବାକୁ ପାଇଲି ଜଣେ ସରକାରୀ ଚାକିରୀ କରୁଥିବା ଲୋକ ଓଡ଼ିଶାକୁ ନିଜ କବଜା ରେ ରଖି ଏବେ ଚାକିରି ଛାଡି ବିଜେଡି ର ନେତା ସାଜିଛିନ୍ତି । ମୁଖ୍ୟମନ୍ତ୍ରୀ ସାୟ କହିଥିଲେ ଆଉ ବିଜେଡିର ନିତି ଚଳିବ ନାହିଁ ଡବଲ ଇଂଜିନ ସରଜାର ପାଇଁ ବିଧାୟକ ଓ ଏମପି ପରଥୀଙ୍କୁପଦ୍ମ ଫୁଲ ରେ ଭୋଟ ଦେବାକୁ କହିଥିଲେ । ଡବଲ ଇଂଜିନ ର ସରକାର ହେଲେ ଧାନ ର ଦର ଛତିଶଗଡ ପରି ଓଡ଼ିଶା ରେ ୩୧୦୦ ଟଙ୍କା,ସେହିପରି ଆୟୁସମାନ ଯୋଜନା,ମହିଳା ଙ୍କୁ ୧୦୦୦ ଟଙ୍କା ଛତିଶଗଡ ରେ ତିନି ମାସର ୩ ହଜାର ଦିଆଯାଇଥିବା କହି ,ବିଧବା ଓ ବିକଳାଙ୍ଗ ଭତ୍ତା ୩୦୦୦ ଟଙ୍କା,୩ ଲକ୍ଷ୫୦ ହଜାର ବେକର ଙ୍କୁ ରୋଜଗାର, ସୁଭଦ୍ରା ଯୋଜନା ରେ ୫୦ ହଜାର ର ଭାଉଚର ଦେବା ସହ ଭ୍ରଷ୍ଟାଚାର ଦୁର୍ନୀତି ଦୂର କରାଯିବ । ପୁର୍ବରୁ ଯାହା ମୋଦୀ ଜି କହିଥିଲେ ତାହା କରିଛନ୍ତି ଶୌଚାଳୟ,ବିଜୁଳି,ଗ୍ୟାସ ଓ ପାନୀୟ ଜଳ ସମସ୍ୟା ଦୁର କରିବା ସହ ଜାମ୍ମୁ ରେ ୩୭୦ ଧାରା ଉଠେଇବା ସହ ଶ୍ରୀରାମ ମନ୍ଦିର ନିର୍ମାଣ କରିବି କହି କରିଥିଲେ । ଏଣୁ ଓଡ଼ିଶା ରେ ଡବଲ ଇଂଜିନ ସରକାର ରହିଲେ ସମସ୍ତ ଯୋଜନା ସୁବିଧା ଗରୀବ ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି କହିଥିଲେ। ଏଣୁ ଆସନ୍ତା ୧୩ ମେ ରେ ଏମ୍ ପି ଓ ବିଧାୟକ ପାଇଁ ଦୁଇ ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ରେ ମୋହର ଦେବାପାଇଁ ଅନୁରୋଧ କରିଥିଲେ l ଛତିଶଗଡ ଲୋକଙ୍କ ସହ ଓଡ଼ିଶା ଲୋକଙ୍କ ମଧ୍ୟରେ ରୋଟୀ, ବେଟିର ସମ୍ପର୍କ ରହିଛି ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଏଥି ସହ ଛତିଶଗଡରେ ଜଗନ୍ନାଥଙ୍କ ପୂଜା କରା ଯାଉଥିବା କହିଛନ୍ତି । ଓଡ଼ିଶାରେ ଭାଜପାର ସରକାର ଗଢ଼ିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ ଙ୍କ ପାଇଁ ଅନେକ ଯୋଜନା କରିଥିବା କହିଥିଲେ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଅଯୋଧ୍ୟାରେ ରାମ ମନ୍ଦିର, ଧାରା ୩୭୦ ହଟିଥିବା କହିଥିଲେ । କେନ୍ଦ୍ର ଭାଜପା ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଉଦବୋଧନ ଡ୍ରାଇଥିଲେ । ଓଡ଼ିଶାରେ ବିଜେଡି ସରକାରଙ୍କ ଦୁର୍ନୀତି ବିଷୟରେ କହିବା ସହ ନବରଙ୍ଗପୁର ଜିଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କୌଣସି ସୁବିଧା ନାହିଁ । ନବରଙ୍ଗପୁର ଜିଲାରେ ଗୋଟିଏ ବି ଡିଗ୍ରୀ କଲେଜ ନଥିବା, ଡକ୍ଟର ନଥିବା ଓ ବିଶେଷଜ୍ଞ ନଥିବାରୁ ସ୍ୱାସ୍ତବ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ନବରଙ୍ଗପୁର ଜିଲାବସି ଅନେକ ପ୍ରକାର ସୁବିଧାରୁ ବଞ୍ଚିତ ରହିଛନ୍ତି । ଆର୍ଥିକ ଅଭାବ ଯୋଗୁଁ ଏ ଅଞ୍ଚଳ ପୁଅ ଝିଅ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି, ବିଜେଡି ର ୨୪ ବର୍ଷ ଶାସନ ରେ କୌଣସି ଭଲ କାମ ହୋଇ ନଥିବା କହିଥିଲେ l ଏହା ପରେ ଏମପି ପ୍ରାର୍ଥୀ ବଳଭଦ୍ର ମାଝୀ ମୋଦି ସରକାର କାର୍ଯ୍ୟକୁ ପ୍ରସଂଶା କରିବାସହ ଜନ ହିତକର ଯୋଜନା ସମ୍ପର୍କରେ କହି ଜନ ସାଧାରାନଙ୍କୁ ମତଦାନ ଦେବାକୁ କହିଥିଲେ । ଏହା ପରେ ଛତିଶଗଡ ର ପୁର୍ବ ତନ ମନ୍ତ୍ରୀ ଲତା ଉସେଣ୍ଡି ଭାଜପା ସରକାର ଙ୍କ ସମସ୍ତ ଯୋଜନା ବିଷୟରେ କହି ଡବଲ ଇଂଜିନ ସରକାର ରହିଲେ ସମସ୍ତ ଯୋଜନା ଠିକ୍ ଭାବରେ ହୋଇପାରିବ ବୋଲି କହି ଏମ୍ ପି ଓ ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ରେ ମୋହର ଦେବାପାଇଁ କହିଥିଲେ । ଏ ଅଞ୍ଚଳ ର ଲୋକ ମାନଙ୍କ ସହ ଛତିଶଗଡ ସହ ସବୁ ପ୍ରକାର ସମ୍ପର୍କ ରହିଛି । ସାମାଜିକ ଓ ସଂସ୍କୃତି ସଂପର୍କ ସହ ବ୍ୟବସାୟିକ ସମ୍ପର୍କ ରହିଛି । ଏହି କାରଣ ରୁ ଏଠାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର କରାଯାଇଛି। ଏହା ଦ୍ବାରା ଲୋକଙ୍କ ଉପରେ ପ୍ରଭାବ ପଡ଼ିବ ଓ ଉଭୟ ଏମପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିବ ବୋଲି କହିଛନ୍ତି ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ।

କିରଣ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଇରାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ 

masiha

ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିମନ୍ତେ ତିନଜଣ ପ୍ରାର୍ଥି ଙ୍କ ପ୍ରାର୍ଥିପତ୍ର ଦାଖଲ

masiha

ଜନଜାତି ସମ୍ପ୍ରଦାୟ ସଂଖ୍ୟା କୁ କେନ୍ଦ୍ର କରି କନ୍ଧମାଳ ବି ଜେ ଡି ରେ ହାଟ୍ଟୋ ଗୋଳ ! ଧାରଣା ଦେବା ଓ ବିକ୍ଷୋଭ କରିବା ଭୁଲିଗଲେ 

Sunil Chandra Nayak

Leave a Comment

error: Content is protected !!