ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗ୍ରାମୀଣ ଭାରତବନ୍ଦ ଓ ଧର୍ମଘଟକୁ ଆଦିବାସି ଚାଷୀ ମୁଲିଆ ସଙ୍ଘ ର ସମର୍ଥନ 

ଗ୍ରାମୀଣ ଭାରତବନ୍ଦ ଓ ଧର୍ମଘଟକୁ ଆଦିବାସି ଚାଷୀ ମୁଲିଆ ସଙ୍ଘ ର ସମର୍ଥନ 

ବନ୍ଧୁଗାଁ ତା,୧୬/୨/୨୪, ବନ୍ଧୁଗାଁ ବ୍ଲକର ସାନ ସରପଲି ଗ୍ରାମର ଛକଠାରେ ଆଜି ସକାଳ ୭ ଟାରୁ ୧୨ ଟା ପର୍ଯ୍ୟନ୍ତ ଚାଷୀ ଙ୍କ ଫସଲର ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା, ଦର ବୃଦ୍ଧି ନିୟନ୍ତ୍ରଣ କରିବା,ଲେବର କୋଡ଼ ବାତିଲ କରିବା, ସରକାରୀ ସମ୍ପତ୍ତି ବିକ୍ରୀ ବନ୍ଦ କରିବା ଏବଂ ନିଯୁକ୍ତି ଦାବୀରେ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରିଛି ସର୍ବଭାରତୀୟ ଅନୁବନ୍ଧିତ ଆଦିବାସି ଚାଷୀ ମୁଲିଆ ସଙ୍ଘର ଅନେକ ଲୋକଙ୍କ ଉପସ୍ଥିତରେ ସାନ ସରପଲି ଠାରୁ ଆରମ୍ଭ କରି ବନ୍ଧୁଗାଁ ଥାନା ପର୍ଯ୍ୟନ୍ତ କାର୍ଯ୍ୟରତ ଚାଷୀ ମୁଲିଆ ମାନେ ଏକ ଶୋଭାଯାତ୍ରା ରେ ବାହାରି ସରପଲି ଛକ ମୁଖ୍ୟରାସ୍ତା କୁ କିଛି ସମୟ ପାଇଁ ରାସ୍ତାକୁ ବନ୍ଦ କରି ସରକାର ବିରୁଦ୍ଧ ରେ ନାରାବାଜି ଦେଇଥିଲେ I ଆଦିବାସି ଚାଷୀ ମୁଲିଆ ସଙ୍ଘର ସଭାପତି କଣ୍ଡାଗୋରୀ ପାଇଡ ଆମା ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ଜେନା ବିଭିନ୍ନ ଦାବୀ ଗୁଡିକ ଉପରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡରେସନ ପକ୍ଷରୁ ଆହୁତ ଗ୍ରାମୀଣ ବନ୍ଦ ଓ ଧର୍ମଘଟକୁ ପ୍ରଗତିଶୀଳ ଶ୍ରମିକ ସଙ୍ଘ ସମର୍ଥନ କରୁଥିବା ଆଲୋକପାତ କରିଥିଲେ I କେନ୍ଦ୍ର ସରକାର ଯଦି ଦାବୀ ଗୁଡିକୁ ନ ମାନନ୍ତି ତେବେ ଆଗାମୀ ସାଧାରଣ ନିର୍ବାଚନ ରେ ଜନତା ନିଶ୍ଚିତ ଜବାବ ଦେବେ ବୋଲି କହିଥିଲେ I 

ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ଚାଷୀ ମୂଳିଆ ସଭାନେତ୍ରୀ କଣ୍ଡାଗୋରୀ ପାଇଡ ଆମା, ବନ୍ଧୁଗାଁ ବ୍ଲକର ଚାଷୀ ମୂଳିଆ ସଙ୍ଘର ବ୍ଲକ ସମ୍ଫାଦିକା ସୁରିଆମା ପିଡ଼ିକା,ବନ୍ଧୁଗାଁ ବ୍ଲକର ଚାଷୀମୁଳିଆ ସଙ୍ଘର ସମ୍ଫାଦକ ସୁବାରାଓ କେଣ୍ଡରୁକା, ଚାଷୀ ମୂଳିଆ ସଙ୍ଘର ରାଜ୍ୟ ସମ୍ଫାଦକ ଶ୍ରୀ ଶ୍ରୀକାନ୍ତ ଜେନା, ମାଲି କେଣ୍ଡରୁକା, ଶ୍ରୀନୁ ମାଣ୍ଡିଙ୍ଗ, ଆଦାନା କାଡ୍ରାକା, କାଣ୍ଟୁ କେଣ୍ଡରୁକା ଓ ଅନେକ ମହିଳା ଓ ପୁରୁଷଙ୍କ ସମେତ ସାନ ସରପଲି ଛକ ଠାରୁ ଆରମ୍ଭ କରି ବନ୍ଧୁଗାଁ ଥାନା ପର୍ଯ୍ୟନ୍ତ ନାଚ ଗୀତରେ ଆଜିର ଗ୍ରାମୀଣ ଭାରତ ବନ୍ଧ ଓ ଧର୍ମଘଟକୁ ସାଫଲ୍ୟ କରିଥିଲେ I ଏହି ସଭାଯାତ୍ରାରେ ଶାନ୍ତି ବଜାୟ ରଖିବା ପାଇଁ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ରାଲିକୁ ପ୍ରାଧାନ୍ୟ ଦେଇଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଜିଲ୍ଲାରେ ଅନୁଷ୍ଠିତ ହେବ ବିଜେପିର ନୂତନ ସଦସ୍ୟତା ଅଭିଯାନ କର୍ମଶାଳା 

masiha

ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ପଞ୍ଚାୟତ ରେ ରାଜ୍ୟସଭା ସାଂସଦ ଙ୍କ ଭୋଟ ପ୍ରଚାର

masiha

Leave a Comment

error: Content is protected !!