ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେରୋସ୍କ୍ରାପ ନିଗମ ର ଘରୋଇକରଣ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ କର୍ମଚାରୀ ଙ୍କ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ

ଫେରୋସ୍କ୍ରାପ ନିଗମ ର ଘରୋଇକରଣ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ କର୍ମଚାରୀ ଙ୍କ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ସମେତ ସମସ୍ତ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ରେ ସ୍କ୍ରାପ ଓ ସ୍ଲାଗର ପୁନଃ ପ୍ରକ୍ରିୟାକରଣ ଓ ଉପଯୋଗ ନେଇ ଦୀର୍ଘ ଚାରି ଦଶନ୍ଧି ରୁ ଉର୍ଦ୍ଧ୍ବ କାଳ ଧରି ସେବା ପ୍ରଦାନ କରି ଆସୁଥିବା ଅନ୍ୟତମ ରାଷ୍ଟ୍ରାୟତ ଉଦ୍ୟୋଗ ଫେରୋସ୍କ୍ରାପ ନିଗମ ଘରୋଇକରଣ ନେଇ କେନ୍ଦ୍ର ସରକାର ତପ୍ତରତା ପ୍ରକାଶ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଶ୍ରମିକ ସ୍ବାର୍ଥ ବିରୋଧୀ। ରାଉରକେଲା ମଜଦୁର ସଭା ର ନେତା ସ୍ବର୍ଗତ ଜଗଦୀଶ ନାଗ ଓ ରାଜକିଶୋର ସାମନ୍ତରାୟ ଙ୍କ ପ୍ରଚେଷ୍ଟା ଓ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସକାରାତ୍ମକ ନିଷ୍ପତ୍ତି ଯୋଗୁଁ ଫେରୋସ୍କ୍ରାପ ନିଗମ ର ଜନ୍ମ ଓ ଇସ୍ପାତ ଶିଳ୍ପ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। କ୍ରମାଗତ ଭାବରେ ଲାଭାର୍ଜନ ସହ ରାଉରକେଲା ଇସ୍ପାତ କାରଖାନା ସମେତ ଅନ୍ୟ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ର ଅଭିବୃଦ୍ଧି ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫେରୋସ୍କ୍ରାପ ନିଗମ ର ବିନିବେଶ ପ୍ରକ୍ରିୟାକୁ ଶ୍ରମିକ କର୍ମଚାରୀ ଓ ଶ୍ରମ ସଂଗଠନ ମାନେ କ୍ରମାଗତ ଭାବେ ବିରୋଧ କରି ଆସୁଥିଲେ ହେଁ କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରାଳୟ ଏହାକୁ ଚୂଡାନ୍ତ ପର୍ଯ୍ୟାୟକୁ ନେବା ଓ ଘରୋଇ ମାଲିକଙ୍କ ହାତରେ ଟେକି ଦେବାର ଚକ୍ରାନ୍ତ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଓ ନ୍ୟାୟିକ ଲଢେଇ ପାଇଁ ରାଉରକେଲା ମଜଦୁର ସଭା ସମେତ ବିଭିନ୍ନ ଶ୍ରମ ସଙ୍ଗଠନ ଓ କର୍ମଚାରୀ ସମୂହ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ରାଉରକେଲା ଇସ୍ପାତ କାରଖାନା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଓ ଫେରୋସ୍କ୍ରାପ ନିଗମ ରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀ ଙ୍କୁ ଏକ ଅନିଶ୍ଚିତ ଭବିଷ୍ୟତ ଓ ବ୍ୟାପକ ଛଟେଇରୁ ରକ୍ଷା କରିବା ପାଇଁ ଓଡ଼ିଶା ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଫେରୋସ୍କ୍ରାପ ନିଗମ ର ରାଉରକେଲା ଶାଖାର କର୍ମଚାରୀ ଙ୍କ ପକ୍ଷରୁ ଗତ କାଲି ତା ୧୬/୦୨/୨୪ ରିଖରେ ପ୍ରଦାନ କରାଯାଇଛି। ଏଥିପାଇଁ ଏକ ପ୍ରତିନିଧି ଦଳ ଗତକାଲି ରାଜ୍ୟର ଶ୍ରମ ଓ ଇଏସଆଇ ମନ୍ତ୍ରୀ ତଥା ରାଉରକେଲା ର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କୁ ଭେଟି ଏଭଳି ବିଷମ ପରିସ୍ଥିତି ରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ନାୟକ ଏଥିନେଇ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳ ରେ ମଜଦୁର ସଭା ର ଉପସଭାପତି ପ୍ରମୋଦ କୁମାର ଦାସ, ବିଭାଗୀୟ ସଂପାଦକ ନୃପାନନ୍ଦ ନାୟକ, ସୁରେଶ ପଟ୍ଟନାୟକ,ମାନସ ପଟନାୟକ, ସୁରେନ୍ଦ୍ର କୁମାର ସ୍ବାଇଁ, ବିପିନ ଧାରୁଆ, ରାଧେଶ୍ୟାମ ସିଂ, ରାମଚନ୍ଦ୍ର ହୋତା,ପ୍ରକାଶ ଶ୍ରୀବାସ୍ତବ ଓ ଅନ୍ୟ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

masiha

ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

Sunil Chandra Nayak

Leave a Comment

error: Content is protected !!