ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରଗଡା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

ସରଗଡା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

 ମୟୂରଭଞ୍ଜ – ୫/୧୦ ( ମସିହା)ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳା ବ୍ଳକର ସରଗଡା ପଞ୍ଚାୟତର ସରଗଡା ଗ୍ରାମରେ ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ବିଜେଡି ସଭାପତି ମାଝିଆରାମ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ପୂର୍ବତନ ବିଧାୟକ ଭାଦଵ ହାଁସଦା ,ପୂର୍ବତନ ବିଜାତଳା ବ୍ଳକ ଅଧ୍ୟକ୍ଷା ସୁକାନ୍ତି ମୁର୍ମୁ , ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ବିଶ୍ବରଂଜନ ପ୍ରହରାଜ, ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ ନେତୃମଣ୍ଡଳୀ ଙ୍କ ,ସମେତ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦଇଵ୍ଯଆଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

ବିଜେଡି ଜିଲ୍ଲା ସଭାପତିଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା

Sunil Chandra Nayak

ଫୁଲବାଣୀ ରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡ଼ମ୍ବରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!