ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପୁଣ୍ୟ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ

 ଢେ଼ଙ୍କାନାଳ( ମ ସୀ ହା) ପ୍ରବାଦ ପୁରୁଷଙ୍କ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ ।ଭିନ୍ନଭିନ୍ନ ସଭା, ଭିନ୍ନଭିନ୍ନ କାର୍ଯ୍ୟକ୍ରମ । ପତିଆରା ପାଇଁ ଭୁଲିଯାଇଛନ୍ତି ଦଳୀୟ ଅନୁଶାସନ । କାର୍ଯ୍ୟକ୍ରମ ଗୋଟିଏ, କିନ୍ତୁ ମଞ୍ଚ ଭିନ୍ନ ଭିନ୍ନ। ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ କଙ୍କଡ଼ାହାଡ଼ ଖଣ୍ଡରି ପିଢ଼ଠାରେ ପଞ୍ଚାୟତିରାଜ ଦିବସ ସହ ବିଜୁ ଜୟନ୍ତୀ ପାଳନ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ୟ କାର୍ତ୍ତିକ ସାହୁ ନିଜର ସମର୍ଥକଙ୍କୁ ଧରି କଙ୍କଡ଼ାହାଡ଼ ବାତ୍ୟା ଆଶ୍ରୟସ୍ଥଳୀ ଠାରେ କରିଛନ୍ତି କାର୍ଯ୍ୟକ୍ରମ । ସେହି କାର୍ଯ୍ୟକ୍ରମରୁ ହିଁ ତାଙ୍କ ସମର୍ଥକ ପ୍ରତିପକ୍ଷଙ୍କୁ ରୋକଠୋକ ଶୁଣାଇଛନ୍ତି ଚେତାବନୀ । ବିଜୁ ଜୟନ୍ତୀ ପାଳୁଥିବା ଦଳ ସମାନ, ସ୍ଥାନ ବି ସମାନ । କିନ୍ତୁ ସମୟ ଅଲଗା ଏବଂ ସଂଗଠନ ବି ଅଲଗା । ବିଜୁଙ୍କ ପ୍ରତିମୂର୍ତ୍ତି ଫଟୋ ରଖି ଭିନ୍ନ ଭିନ୍ନ ସମୟରେ ଫୁଲମାଳ ଦେବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବିଜେଡି ନେତା କାର୍ତ୍ତିକ ସାହୁଙ୍କ ଗୋଷ୍ଠୀ ଏବଂ ବିଧାୟକ ନୃସିଂହ ଚରଣ ସାହୁଙ୍କ ଗୋଷ୍ଠୀ। ବିଜୁ ଜୟନ୍ତୀ ପାଳନ ନାଁରେ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲିନାହାଁନ୍ତି ବିଜେଡିର ଦୁଇ ଗୋଷ୍ଠୀ । କେଉଁଠି ନିଜ ନିଜ ପତିଆରା ପାଇଁ ଲଢ଼େଇ ତ କେଉଁଠି ମନାନ୍ତରର ଚିତ୍ର। ବିଜୁ ଜୟନ୍ତୀରେ ବି ବିଜେଡିର ଏଭଳି ଫାଟ ଆଗକୁ ଆହୁରି ମିଳିବନି ତ ? ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନ।

କାମାକ୍ଷନଗରରୁ ପ୍ରହ୍ଲାଡ ମୁଦୁଲି ଙ୍କ ରିପୋର୍ଟ୍

Related posts

ହାତ ସେ ହାତ ଯୋଡ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

masiha

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର 

masiha

Leave a Comment

error: Content is protected !!