ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ସଭାପତିଙ୍କ ଗ୍ରସ୍ତ ପରେ ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ହେଲା ଗେରୁଆ ମୟ

ରାଜ୍ୟ ସଭାପତିଙ୍କ ଗ୍ରସ୍ତ ପରେ ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ହେଲା ଗେରୁଆ ମୟ

ନନ୍ଦିପୁରରେ ବିଶାଳ ମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭା
ଦଳରେ ସାମିଲ ହେଲେ ପୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାପାତ୍ରଙ୍କ ସହ ୧୫ରୁ ଊର୍ଦ୍ଧ୍ୱ ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ

ଯାଜପୁର ଟାଉନ ରୁ ଦଶରଥପୁରରୁ ନନ୍ଦିପୁର ପର୍ଯ୍ୟନ୍ତ ରାଜ୍ୟ ସଭାପତିଙ୍କୁ ରାସ୍ତାରେ ବିପୁଳ ସମ୍ବର୍ଦ୍ଧନା 

ଯାଜପୁର ୧୧/୦୯ / ୨୦୨୫(ପ୍ରଦୀପ କୁମାର ମଲ୍ଲିକ): ଯାଜପୁରକୁ ଏକ ସମ୍ବୃଦ୍ଧିଶାଳୀ ଜିଲ୍ଲା ସହ ରାଜ୍ୟର ୧ନଂ. ଜିଲ୍ଲାଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ସଙ୍କଳ୍ପବର୍ଦ୍ଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଆଜି ଯାଜପୁର ସହ ଦଶରଥପୁର ବ୍ଲକର ନନ୍ଦିପୁର ଠାରେ ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ଅବସରରେ ଶ୍ରୀ ସାମଲ ଏହା କହିଛନ୍ତି । ଏହି ଅବସରରେ ଆଜି ଯାଜପୁରରେ ବିଜେପି ଶକ୍ତି ପ୍ରଦର୍ଶନ କରିବା ସହ ଜିଲ୍ଲାରେ ଦଳ ୧ନଂ. ଦଳ ଭାବେ ଆଜି ଉଭା ହୋଇଛି । ଦୁଇ ଦିନିଆ ଯାଜପୁର ଗ୍ରସ୍ତରେ ଆସିଥିବା ରାଜ୍ୟ ବିଜେପି ସଭାପତିଙ୍କୁ ଆଜି ଯାଜପୁରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ହଜାର ହଜାର ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଶାଳ ଶୋଭାଯାତ୍ରାରେ କିଆନାଳିକୁଳ ଠାରୁ ରାଜ୍ୟ ସଭାପତିଙ୍କୁ ପାଠୋଟି ନେଇ ମା’ବିରଜାଙ୍କ ଦର୍ଶନ କରାଇଥିଲେ । ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରି ରାଜ୍ୟ ସଭାପତି ଦଶରଥପୁର ଅଭିମୁଖେ ବାହାରିଥିଲେ । ରାସ୍ତାର ସିନ୍ଦୁରାଇ ମୁହଁ, ରଙ୍ଗପୁର, ରାମବାଗ, ମଉରିଆଚୁଆ, କଟିକଟା, ଝୁମ୍ପୁରୀ, ତରାଙ୍ଗସାଗରପୁର ଓ ନନ୍ଦିପୁର ଛକରେ ବିପୁଳ ଉତ୍ସାହ ଉଦ୍‌ଦୀପନା ସହ ହଜାର ହଜାର ଲୋକ ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ରାଜ୍ୟ ସଭାପତି ନନ୍ଦିପୁର ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ବିଞ୍ଝାରପୁରରୁ ନିର୍ବାଚନ ମଣ୍ଡଳୀ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଯୋଗଦେଇ ଶ୍ରୀ ସାମଲ ନିଜ ବକ୍ତବ୍ୟରେ ଯଜାପୁରରେ ଆଜି ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ଗତ ନିର୍ବାଚନରେ ଏହି ଜିଲ୍ଲାରୁ ବିଜେପି ୪ଜଣ ବିଧାୟକ ସହ ସାଂସଦ ବିଜୟୀ ହୋଇଛନ୍ତି । ସରକାର ପରିବର୍ତ୍ତନ ପ୍ରକ୍ରିୟାରେ ଯାଜପୁର ଜିଲ୍ଲାର ଯୋଗଦାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାଜପୁର ହେଉଛି ଏକ ସମ୍ଭାବନାର ଜିଲ୍ଲା ଖଣିଖାଦାନ ଠାରୁ ଆରମ୍ଭ କରି ନଦୀନାଳ ଏବଂ ଶୀଳ୍ପ ସମୃଦ୍ଧି ସହ ପର୍ଯ୍ୟଟନର ଏକ ପ୍ରମୁଖ ଅଞ୍ଚଳଭାବେ ସମଗ୍ର ରାଜ୍ୟରେ ପରିଚିତ । ଯାଜପୁରର ବିକାଶରେ ରାଜ୍ୟ ସରକାର କୌଣସି ଅବହେଳା କରିବେ ନାହିଁ ଏବଂ ଏହି ଜିଲ୍ଲାକୁ ରାଜ୍ୟରେ ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ଗଢ଼ି ତୋଳିବାକୁ ସରକାର ସବୁମନ୍ତେ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ସାମଲ କହିଥିଲେ । ଗତ ୧୫ ମାସର ସରକାରର ବିକାଶର ନମୁନା ଏବେ ସାଧାରଣ ଲୋକେ ତାହାର ସୁଫଳ ପାଉଛନ୍ତି । ଧାନର ସହାୟକ ମୂଲ୍ୟ ବୃଦ୍ଧି ସହ କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ନଗଦ ଅର୍ଥ ପ୍ରଦାନ କରିବା ରତ୍ନ ଭଣ୍ଡାର ଚାବି ଖୋଲିବା ସହିତ ମନ୍ଦିରର ଚାରି ଦ୍ୱାର ଖୋଲିବା, ସାରା ଭାରତରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବା ପ୍ରଭୃତି କାର୍ଯ୍ୟ ସରକାର କରିଛନ୍ତି । ଆହୁରି ଆଗକୁ ରାଜ୍ୟ ବିକାଶରେ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ସହ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ପ୍ରଦଶେଭାବେ ଗଢ଼ି ତୋଳିବାକୁ ସରକାର ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୁରଣ କରିବା ଦିଗରେ ରାଜ୍ୟବାସୀଙ୍କ ଅଖୁଣ୍ଟ ସମର୍ଥ ଆବଶ୍ୟକ ବୋଲି ଶ୍ରୀ ସାମଲ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟତମ ଅତିଥି ଭାବରେ ଯାଜପୁର ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେର. ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,ବିଜେପି ନେତା ଗୌତମ ରାୟ, ବିରୀ ବିଜେପି ନେତା ଉମେଶ ଜେନା, ବିଜେପି ରାଜ୍ୟ ସମ୍ପାଦକ ସରୋଜ କୁମାର କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଦଶରଥପୁର ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାପାତ୍ର, ଗ୍ରାମନନ୍ଦିପୁର ପଞ୍ଚାୟତର ସମିତିସଭ୍ୟା ରଶ୍ମିତା ଦାସ, ପୂର୍ବତନ ସରପଞ୍ଚ ପ୍ରତାପ ଜେନା, ଦିବାକର ସାମଲ, ରମେଶ ଦାସ, ସୁନିଲ୍ କୁମାର ରାଉତରାୟ, ସୁବାସ ଚନ୍ଦ୍ର ସେଠୀ, ପୂର୍ବତନ ସମିତିସଭ୍ୟ ପ୍ରଶେଷ ସୁତାର, ତାପସ ଜେନା ପ୍ରମୁଖଙ୍କ ସହ ଦଶରଥପୁର ବ୍ଲକର ୧୮ଟି ପଞ୍ଚାୟତରୁ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେଡ଼ି ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ସଭାପତି ବିଜେପିରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତା ଓ କାର୍ଯ୍ୟକତ୍ତାଙ୍କୁ ଦଳର ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭାରେ ୧୫ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ବିପୁଳ ସମାଗମ ହୋଇଥିବାର ଦେଖାଯାଇଥିଲା ।

Related posts

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ଓ ଧର୍ମଗଡ଼ ଗ୍ରସ୍ତ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ର ଜୟ ଭାରତ ସତ୍ଯାଗ୍ରହ

Sunil Chandra Nayak

ବିଜେପି ଛାଡ଼ିଲେ ନବୀନ କିଶୋର ସାହୁ 

masiha

Leave a Comment

error: Content is protected !!