ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

କୋଇଡା – ୧୧/୦୮ —  ସୁନ୍ଦରଗଡ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ମାଳଦା ପଞ୍ଚାୟତର ସାନିନ୍ଦପୁର ଲୌହଖଣି ଅଞ୍ଚଳର ଗେରଓ୍ବାଲ ସୁଟିଂ ବସ୍ତିରେ ବୁଧବାର ରାତି ୧୨.୩୦ ଟା ପାଖାପାଖି ସମୟରେ ଏକ ଦନ୍ତାହାତୀ ଆକ୍ରମଣରେ ଵୃଦ୍ଧର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ଯ ବୁଧଵାର ରାତି ୯.୩୦ ଟା ସମୟରେ ଗାଁ ପାଖରେ ଦନ୍ତା ହାତୀଟି ବୁଲୁଥିଲା ଏହାକୁ ନେଇ ୧୧.୫୦ ପାଖାପାଖି ସମୟରେ ହାତୀକୁ ଗ୍ରାମ ପାଖରେ ଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଫୋନ କରିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ଫୋନ ଉଠାଇ ନ ଥିଲେ।ପରେ ରାତି ୧୨.୩୦ ଟା ସମୟ ପାଖାପାଖି ରେ ଦାନ୍ତାହାତୀଟି ଘର ଭାଙ୍ଗି ପଶିଥିଲା ବୃଦ୍ଧ ଜଣକ ଭୟରେ ଜୀବନ ବିକଳରେ କବାଟ ଖୋଲି ଦୌଡ଼ି ପଳାଉଥିବା ସମୟରେ ହାତୀଟି ଲୋକକୁ ଆକ୍ରମଣ କରିଥିଲା ଓ ଆକ୍ରମଣରେ ଵୃଦ୍ଧର ମୃତ୍ଯୁ ହୋଇଥିବା ନେଇ ସମାଜସେବୀ ଶ୍ରମିକ ଯୁବ ନେତା ଲକ୍ଷ୍ମଣ ଟୁଡୁ ଏବଂ ଗ୍ରାମବାସୀ ବନବିଭାଗକୁ ରାତିସାରା ଫୋନ କରିଥିଲେ ମଧ୍ୟ ବନ କର୍ମଚାରୀ ଫୋନ ଉଠାଇ ନ ଥିଲେ ‌ ।ଆଜି ଗୁରୁବାର ଦିନ ସକାଳ ୯ ଟା ସମୟରେ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।ବନ ବିଭାଗ କର୍ମଚାରୀଙ୍କ ଦେଖା ନ ମିଳିବା ନେଇ ଚାପା ଉତ୍ତେଜନା ଲାଗି ରହିଥିଲା ।ପରେ ବନ ବିଭାଗ କର୍ମଚାରୀ ଆସିଥିଲେ ।ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ । ପୋଲିସ ଵୁଝାସୁଝା କଲାପରେ କୋଇଡା ବନାଞ୍ଚଳ ଅଧିକାରୀ ଶବ ସତ୍କାର ପାଇଁ ୨୦ ହଜାର ଟଙ୍କା ଦେଇଥିଲେ ଓ  ମୃତକ ହେଲେ ମାଳଦା ଅଞ୍ଚଳର ସାନିନ୍ଦପୁର ଗ୍ରାମର ଶିଵରାମ ବଡାଇକ (୬୮) ।।ପୋଲିସ ଏକ କେଶ ମାମଲା ୧୬/୨୫ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କୁ କୋଇଡା ଡାକ୍ତରଖାନା ପଠାଇଛନ୍ତି ।ଲୋକଙ୍କ କହିବା ଅନୁସାରେ ବନ ବିଭାଗର ଖାମଖିଆଲି ଓ ଦାୟିତ୍ଵ ହୀନତା ଯୋଗୁଁ ଗୋଟେ ଲୋକର ଜୀବନ ଚାଲିଗଲା ।ରାତିରେ ଯଦି ବନବିଭାଗ ଲୋକଙ୍କ ଫୋନ ରିସିଭ କରି ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ଵ୍ଯଵସ୍ଥା କରିଥିଲେ ଲୋକଟି ବଞ୍ଚି ଯାଇପାରିଥାନ୍ତା !

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୌରାଞ୍ଚଳ ସ୍ତରୀୟ କଳାହାଣ୍ଡି ଉତ୍ସବ ” ଘୁମୁରା ” -୨୩ ପାଳିତ

Sunil Chandra Nayak

ନବ ନିଯୁକ୍ତି ପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ତାଲିମ୍ “ପ୍ରେରଣା ” କାର୍ଯ୍ୟକ୍ରମ

masiha

ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

masiha

Leave a Comment

error: Content is protected !!