ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୟଶ୍ରୀ ସମ୍ମାନ’ ପାଇବେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ ସାରସ୍ବତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ରେ ମନ୍ଥନ ହେବ ମେହେର କାବ୍ୟ

ବିଜୟଶ୍ରୀ ସମ୍ମାନ’ ପାଇବେ ଚାରି ବିଶିଷ୍ଟ ଅଧ୍ୟାପକ

ଡ. ବିଜୟ ପଟ୍ଟନାୟକ ସାରସ୍ବତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ରେ ମନ୍ଥନ ହେବ ମେହେର କାବ୍ୟ

ରାଉରକେଲା: ସ୍ଥାନୀୟ ସେକ୍ଟର:୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଡ. ବିଜୟ ପଟ୍ଟନାୟକ ସାରସ୍ବତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ ଆସନ୍ତା ଅଗଷ୍ଟ ୨୪ ତାରିଖ ସକାଳ ଘ୯.୩୦ଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାର ଶୀର୍ଷକ ରହିଛି ‘ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ବତ ଓ ସାଂସ୍କୃତିକ ସ୍ବର’। ଏହା ସହ ଓଡ଼ିଆ ଭାଷା ଓ ସାହିତ୍ୟର ପିଢ଼ି ନିର୍ମାଣରେ ମଗ୍ନ ଥିବା ଅଧ୍ୟାପକମାନଙ୍କୁ ‘ବିଜୟଶ୍ରୀ ସମ୍ମାନ’ ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ୨୦୨୨ରୁ ୨୦୨୫ ବର୍ଷ ପାଇଁ ‘ବିଜୟଶ୍ରୀ ସମ୍ମାନ’ ପ୍ରଦାନ କରାଯାଉଛି। ବିଶିଷ୍ଟ ଅନୁବାଦକ, ଔପନ୍ୟାସିକ, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ବେଣୁଧର ଦାସ ‘ବିଜୟଶ୍ରୀ ସମ୍ମାନ-୨୦୨୨’; ବିଶିଷ୍ଟ କବି, ବୟାକରଣିକ ଏବଂ ଟାଙ୍ଗୀ ମହାବିଦ୍ୟାଳୟ, କଟକର ଅବବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଗୋବିନ୍ଦ ଲେଙ୍କା ‘ବିଜୟଶ୍ରୀ ସମ୍ମାନ-୨୦୨୩’; ବିଶିଷ୍ଟ ଉପସ୍ଥାପକ, ଆଲୋଚକ ଏବଂ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରର ବରିଷ୍ଠ ଇଂରାଜୀ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ‘ବିଜୟଶ୍ରୀ ସମ୍ମାନ-୨୦୨୪’; ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍, ବାଗ୍ମୀ ଏବଂ ମ୍ଯୁନିସିପାଲ ମହାବିଦ୍ୟାଳୟ, ରାଉରକେଲାର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ‘ବିଜୟଶ୍ରୀ ସମ୍ମାନ-୨୦୨୫’ ଦ୍ବାରା ସମ୍ମାନିତ ହେଉଛନ୍ତି ବୋଲି ସଂସଦର ରାଜ୍ୟ ସଂଯୋଜକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସୂଚନା ପ୍ରଦାନ କରିଛନ୍ତି। ଚାରୋଟି ଅଧିବେଶନ ବିଶିଷ୍ଟ ଏହି କାର୍ଯ୍ୟକ୍ରମର ଉଦଘାଟନୀ ପର୍ବରେ ରାଉରକେଲା କଲେଜ, ରାଉରକେଲାର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତି, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ ପ୍ରଚାରକ ବିଷ୍ଣୁ ପାତ୍ର ମୁଖ୍ୟ ଅତିଥି, ବିଶିଷ୍ଟ କବି ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ରାଜୀବ ପାଣି ଏବଂ ରାଉରକେଲା କଲେଜ, ରାଉରକେଲାର ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ବିଶେଷ ଅତିଥି ଭାବରେ ଉପସ୍ଥିତ ରହିବେ। ମେହେର ସାହିତ୍ୟ ଆଲୋଚନା ପର୍ବରେ ସମ୍ମାନିତ ପ୍ରତିଭା ଡ. ରଥ, ଅଗରପଡ଼ା କଲେଜ, ଭଦ୍ରକର ଓଡ଼ିଆ ଅଧ୍ୟାପକ ଡ. ଅରବିନ୍ଦ ଦାସ, ରାଉରକେଲା କଲେଜ, ରାଉରକେଲାର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲାଇ ସମେତ ଚାରି ଜଣ କଲେଜ ଛାତ୍ର-ଛାତ୍ରୀ ଶ୍ରେୟସୀ ସାହୁ, ଦୀପକ ସାହୁ, ସାହିଲ ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଶିକ୍ଷାବିତ୍ ଗିରିଜା ଶଙ୍କର ଗୋସ୍ୱାମୀ, କାଶୀନାଥ ନନ୍ଦୀ ଓ ବ୍ରଜେନ୍ଦ୍ର କୁମାର ଦାଶ ବିଭିନ୍ନ ପର୍ବରେ ସଭାପତିତ୍ବ କରୁଥିବା ବେଳେ ମଞ୍ଚ ସଂଯୋଜନା କରିବେ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ, ସୁସ୍ମିତା ମହାପାତ୍ର ଏବଂ ନିରୁପମା ପତି। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଧରିତ୍ରୀ ପାଇକରାୟ, ଡ. ସୁଷମା ମୋଦୀ, ଅଳକା ମହାନ୍ତି, ବିଭୁଧ ପ୍ରସାଦ ନାୟକ, ସଞ୍ଜୟ କୁମାର ମହାପାତ୍ର, ବିଜୟିନୀ ଜେନା, ତ୍ରିଲୋଚନ ସ୍ବାଇଁ, ସୁରେନ୍ଦ୍ର କୁମାର ଶତପଥୀ। ଏତଦବ୍ୟତୀତ ସେକ୍ଟର:୬ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାଞ୍ଚ ଜଣ ଶ୍ରେଷ୍ଠ ଛାତ୍ର-ଛାତ୍ରୀଙ୍କୁ ‘ଉତ୍କର୍ଷ:୨୦୨୫’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଏଠାରେ ସୂଚନାଯୋଗ୍ୟ ଯେ ଡ. ବିଜୟ ପଟ୍ଟନାୟକ ଜଣେ ସ୍ୱନାମଧନ୍ୟ ଓଡ଼ିଆ ଅଧ୍ୟାପକ ଥିଲେ। ଓଡ଼ିଆ ଅସ୍ମିତାକୁ କାନ୍ଧ ଉପବୀତ କରି ମଗ୍ନ ତପସ୍ୱୀ ସାଜିଥିବା ଡ. ପଟ୍ଟନାୟକ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରରେ ଅଧ୍ୟାପନା କାଳରେ ଗଢ଼ିଥିଲେ ବିଶ୍ବବିଦ୍ୟାଳୟ ସ୍ତରରେ ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପନ୍ଦର ଜଣ ଛାତ୍ର-ଛାତ୍ରୀ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

masiha

ବିଶ୍ବ ହକି କପ୍ ଟ୍ରଫି କୁ ଟାଟା ଷ୍ଟିଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଛତାମହୁଲ ସ୍କୁଲରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!