ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡିର ଆଦିମ କଳା, ସଂସ୍କୃତି, ନୃତ୍ୟ, ଗୀତ,ଖେଳକୁଦ,ପରମ୍ପରାକୁ ଉଜ୍ଜୀବିତ କରିବାର ପ୍ରୟାସ କଳାହାଣ୍ଡି ଉତ୍ସବର ଆୟୋଜନ । ଗତ ଦୁଇବର୍ଷ କୋରନାର ପ୍ରଭାବ ଯୋଗୁଁ ଏହି ଉତ୍ସବର ଆୟୋଜନ ବନ୍ଦ ରହିଥିଲା । ଚକିତ ବର୍ଷ ପୁନର୍ବାର ଏହାର ଆୟୋଜନ ହେବାକୁ ନେଇ ସମସ୍ତ ବର୍ଗରୁ ବିଶେଷ ଉତ୍ସାହ ଦେଖା ଦେଇଛି । ଆଜି ଜୟପାଟଣା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦ୍ଵିତୀୟ ପ୍ରସ୍ତୁତି ବୈଠକ ବ୍ଲକ ପରିସରରେ ଥିବା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉତ୍ସବର ସଫଳ ଆୟୋଜନ ନେଇ ବିଚାର ବିମର୍ଶ ପରେ ବିଭିନ୍ନ ଉପ କମିଟି ଗଠନ ହୋଇଥିଲା । ଏହି ସଭାରେ ବ୍ଲକ ଅଧ୍ୟକ୍ଷ ଥବିର ବାଗଙ୍କ ସଭାପତିତ୍ବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ,ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ ତଥା ସିଦ୍ଧାର୍ଥ ମୁଣ୍ଡ,ତୀର୍ଥରାଜ ଦଳପତି,ରୁଦ୍ର ପ୍ରସାଦ ପାଣିଗ୍ରାହୀ, ପ୍ରତାପ ଦାସ ଅଧିକାରୀ, ପ୍ରକାଶ ଦୁରିଆ,କୃଷ୍ଣ ଚନ୍ଦ୍ର ରାଉତ,ଜଗମୋହନ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ଦିଲ୍ଲୀପ ରାଉତ,ଶୁସିଲ କୁମାର ନାଏକ,ସତ୍ୟବାନ ପାଣିଗ୍ରାହୀ,ବିଭୁତି ଭୂଷଣ ପାଣିଗ୍ରାହୀ, ସୌଦାମିନୀ ପଣ୍ଡା,ଅଭିନାଶ ନନ୍ଦ,ଅଶୋକ କୁମାର ପଣ୍ଡା,ବଣ୍ଟି ସିଂହ,ତଥା କମିଟିର ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ଏକ ସମନ୍ୱୟ କମିଟି ସହ ଅର୍ଥ, ଖାଦ୍ୟ, ମଂଚ, ସାଂସ୍କୃତିକ, ମଶାଲଯାତ୍ରା, କ୍ରୀଡା, ପ୍ରଚାର ପ୍ରସାର ଆଦି ବିଭିନ୍ନ ଉପ କମିଟି ଗଠନ କରିଥିଲେ। ଆସନ୍ତା ଜାନୁଆରୀ ୧୦ ଓ୧୧ ତାରିଖ ଦିନ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ହେବା ନେଇ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଛି । 

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

masiha

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

ଜନଶୁଣାଣୀରେ ୫୮ ଅଭିଯୋଗର ହେଲା ଶୁଣାଣୀ

masiha

Leave a Comment

error: Content is protected !!