ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୂତୀୟ ସେମି ଫାଇନଲ ରେ ଛତିଶଗଡ଼ ଫରେଷ୍ଟ ବିଜୟୀ

ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ହେଉଥିବା ୨୦ ତମ ସର୍ବ ଭାରତୀୟ କେ ସି ଏସ ଏ କ୍ରିକେଟ ଦୂତୀୟ  ସେମିଫିନଲ ମ୍ୟାଚ ଛତିଶଗଡ଼ ଫରେଷ୍ଟ ଓ ଖଡ଼ିଆଳ କେ ସି ଏସ ଏ ମଧ୍ୟରେ ହୋଇଥିବା ବେଳେ  ଛତିଶଗଡ଼ ଫରେଷ୍ଟ ୨୪ ରନରେ ବିଜୟୀ ହୋଇଛି ।  ଛତିଶଗଡ଼ ଫରେଷ୍ଟ ପ୍ରଥମେ ବ୍ୟାଟିଂଙ୍ଗ କରି  ୨୦ ଓଭରରେ ନଅ ଉଇକେଟ ବିନିମୟରେ ୧୭୯ ରନ କରିଥିବା ବେଳେ ଖଡ଼ିଆଳ କେ ସି ଏସ ଏ ୨୦ ଓଭେର ନଅ ଉଇକେଟ ବିନିମୟରେ ୧୫୫ ରନ କରି ୨୪ ରନରେ ପରାଜିତ ହୋଇଥିଲା । ଛତିଶଗଡ଼ ଫରେଷ୍ଟ ଦଳର ହମିଦ ରାଜ୍ ୨୨ ବଲରେ ୪୧ ରନ ସଂଗ୍ରହ କରି ମେନ ଅଫ ଦ ମ୍ୟାଚ ହୋଇଥିଲେ । ଖେଳ ପରିଚାଳନା କରିଥିଲେ ଓ ସି ଏ ପେନାଲ ଏମ୍ପିଆର ପ୍ରତାପ ପାତ୍ର ଓ ବିଶ୍ଵଜିତ ପୁରୋହିତ । ଧାରା ବିବରଣୀ ପ୍ରଦାନ କରିଥିଲେ ବିଶ୍ଵଜିତ ପାଢ଼ୀ, ଆଶିଷ ତ୍ରିବେଦୀ, ଟୁନା ନାଏକ ଓ ସ୍କୋରର ଭାବରେ ଫେଜ ମହମ୍ମଦ କାର୍ଯ୍ୟ ସମ୍ପାଦନ କରିଥିଲେ । ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଥିବାବେଳେ କେ ସି ଏସ ଏ ସଭାପତି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସେମେତ ଜିଲ୍ଲା ପରିଷଦ ଚିତ୍ତରଞ୍ଜନ ବେହେରା, ତନୟା ଶବର, ମାଲ୍ୟବନ୍ତ ସୁନା, ପ୍ରମୁଖ ଯୋଗ ଦେଇଥିଲେ । କେ ସି ଏସ ଏ ଆୟୋଜନ କମିଟିର ସମ୍ପାଦକ ସନ୍ତୋଷ ପଟ୍ଟନାୟକ,  ଟୁନା ନାଏକ, ଗୁଡୁ ପାଣିଗ୍ରାହୀ, ଅମିତାଭ ପଟେଲ, ନେତ୍ରାନନ୍ଦ ଶବର, ଶ୍ୟାମ ସୁନ୍ଦର ନାଗ, ସରୋଜ ପଣ୍ଡା, ସୁବୁ ଭୋଇ, ବିନୋଦ ଦୁରିଆ, ହରିହର ସାହୁ, ନନ୍ଦୁ ସାହୁ, ଅକ୍ଷ ପାଢ଼ୀ, ନିତିନ ପଟ୍ଟନାୟକ, ଫିରୋଜ ଖାନ, ଆଦିତ୍ୟ ମହାପାତ୍ର ସେମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶନିବାର ଭୁବନେଶ୍ବର ଟାଉନ ଓ ଛତିଶଗଡ଼ ଫରେଷ୍ଟ ମଧ୍ୟରେ ଫାଇନାଲ ହେବ ବୋଲି କେ ସି ଏସ ଏ ସୁତରୁ ପ୍ରକାଶ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

Sunil Chandra Nayak

ନୂଷାଡିହି ଗ୍ରାମରେ ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟରେ ୩୯ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ

Sunil Chandra Nayak

ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବକୁ ଉଦଘାଟନ କଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!