ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ 

ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ 

ରାଉରକେଲା: ଚଳିତ ମାସ ଗତ ୧୮ ତାରିଖ ରୁ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ୨୦ତମ ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ୨୦୨୪ ଦୁବାଇ ର ଆବୁଧାବି ଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ଜଣ ଖେଳାଳୀ ଭାଗ ନେଇଥିବା ବେଳେ ସେଥି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ପ୍ରଶିକ୍ଷକ ଶରତ କୁମାର ଦାସ ମାଷ୍ଟର ବର୍ଗରେ ରୈ।ପ୍ୟ ପଦକ ଓ ସବଜୁନିଅର ବର୍ଗରେ ବିଦିତ ଗୁପ୍ତା କାଂସ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟକୁ ଗର୍ବିତ କରାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଚମ୍ପିୟାନସିପ ରେ ୩୮ଟି ଦେଶର ପ୍ରାୟ ୧୮୦୦ ଖେଳାଳୀ ଅଂଶଗ୍ରହଣ କରିଥିଲେ। ତେବେ ଏହି ବିଜେତା ମାନଙ୍କୁ ସ୍ବାଗତ ଜଣାଇ ବିଶ୍ରା ଛକରୁ ସେକ୍ଟର ୬ ସ୍ଥିତ ସୁରଭି ପଡ଼ିଆ ପର୍ଯ୍ୟନ୍ତ ଏକ ବାଇକ ରାଲି କରାଯାଇଥିଲା। ଏହି ସଫଳତା ପରେ ସଂଗଠନର ସଭାପତି ହରମୋନ ଲାକ୍ରା, ସୁଶାନ୍ତ କୁମାର ଷଡ଼ଙ୍ଗୀ, ରାକେଶ କୁମାର ବେହେରା,ନିକି କୁମାରୀ, ସଞ୍ଚିତା,ଶ୍ରୀୟା, ରତିକାନ୍ତ, ଜିତେନ୍ଦ୍ର କୁମାର ତଥା ଓଡ଼ିଶା ପିନାକ ସିଲଟ୍ ଆସୋସିଏସନ୍ ର ସଭାପତି ତାପସ ରାୟ ଚୈ।ଧୁରୀ, ସମ୍ପାଦକ ଗୁରୁ ପ୍ରେମ ସିଂ ଥାପ୍ପା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

masiha

ତେରେସିଂହା କପ୍ ଫୁଟବଲ୍: ବିନେକେଲା ବିଜୟୀ

masiha

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲା ଅନୁଗୁଳ ଦଳ 

Sunil Chandra Nayak

Leave a Comment

error: Content is protected !!