ଜୁନାଗଡ ,୨୪/୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ହାଇସ୍କୁଲ ଖେଳ ପଡିଆଠାରେ ସରସ୍ୱତୀ ଶିଶୁ ମନ୍ଦିର ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି ! ଏଥିରେ କଳାହାଣ୍ଡି, ନବରଙ୍ଗପୁର, କରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ୧୪୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ ! ଉଦଘାଟନୀ ଉତ୍ସବରେ ଜୁନାଗଡ ଏନଏସି ନଗରପାଲ ମୁକେଶ ଅଗ୍ରୱାଲ, ବିଡ଼ିଓ ତୁଲରାମ ମାରାଣ୍ଡି,ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ ବେହେରା , ସଭାପତି ରୁପସିଂ ମାଝୀ, ସ୍ଥାନୀୟ ଜୁନାଗଡ ଶିଶୁ ବିଦ୍ୟା ମନ୍ଦିର ସଭାପତି ଇଶ୍ଵର ପୁଝାରୀ, ସମ୍ପାଦକ ହେମନ୍ତ କୁମାର ମୁଣ୍ଡ, ପ୍ରଥମ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ ଉପସ୍ଥିତ ଥିଲେ ! ଉଦଯାପନୀ ଉତ୍ସବରେ ଶିଳ୍ପ ପତି ଦୁର୍ଗା ପ୍ରସାଦ ନାଏକ, ବେଦପ୍ରକାଶ ଗୋଏଲ, ସୁଭେନ୍ଦୁ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ! କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ରଙ୍କ ତୁତ୍ବବଧାନରେ ୩୫ ଜଣ ପରିଚାଳକ ଖେଳକୁଦ ସମାରୋହକୁ ତୁରୋନିତ୍ କରିଥିଲେ ! ୯୨ ଜଣ ଖେଳାଳି ପୁରସ୍କୃତ ହୋଇଥିବା ବେଳେ ସନ୍ତୋଷ ପରଜା, ବିଜୟ ମାଝୀ, ଟିକିମଣି ଶବର, ତୁଳସୀ କୁମାର ଦାସ, ରଞ୍ଜିତା, ରାଜେନ୍ଦ୍ର ପାଢ଼ୀ ଶେଷ୍ଠ କ୍ରୀଡାବିତ୍ ଭାବେ ସମ୍ମାନିତ ହୋଇଥିଲେ !
previous post