ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋ ୱାର୍ଲ୍ଡ କଲେଜ ନେତାଜୀ ଜୟନ୍ତୀ ପାଳିତ

ମୟୂରଭଞ୍ଜ ତା ୨୩/୧/୨୦୨୩ (ମସିହା) ଦେଶର ସ୍ଵାଧୀନତା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ଅତୁଳନୀୟ। ତାଙ୍କର ଆହ୍ବାନ ଆଜିବି ଯୁବ ମାନସରେ ଦେଶ ବ ଭରିଦିଏ ବୋଲି ଟେକ୍ନୋୱାର୍ଲ୍ଡ ଆବାସିକ ମହାବିଦ୍ୟାଳୟ ଠାରେ ଆୟୋଜିତ ଜନ୍ମ ଜୟନ୍ତୀ ସାମାରୋହରେ ମତ ପ୍ରକାଶ ପାଇବା ସହ ତାଙ୍କ ପରି ଦେଶପ୍ରେମୀ ଓ ସ୍ବାଭିମାନୀ ଭାରତୀୟର ଆଦର୍ଶ ଓ ଧ୍ୟେୟ ।ଓଡ଼ିଶା ସମେତ ସଲଂଗ୍ନ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ସୁନାମ ଅର୍ଜନ କରିଥିବା ରାଇରଙ୍ଗପୁର ସ୍ଥିତ ଅଗ୍ରଣି ଆବାସିକ ବିଜ୍ଞାନ କଲେଜ ଟେକ୍ନୋୱାର୍ଲ୍ଡ ଠାରେ ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀରେ କଲେଜର ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ପ୍ରଧାନ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଟେକ୍ନୱାର୍ଲ୍ଡ ଗ୍ରୁପର ପ୍ରାକ୍ତନ ନିର୍ଦ୍ଦେଶକ ଇଁ ଉମାକାନ୍ତ ମହାନ୍ତ ନେତାଜୀଙ୍କ ଆଦର୍ଶ ଦେଶବାସୀଙ୍କୁ ସାହସୀ, ଦେଶ ପ୍ରେମୀ ଓ ସୁନାଗରିକ ହେବା ପାଈଁ ପ୍ରେରଣା ବୋଲି କହିଥିଲେ । ମୁଖ୍ୟ ବକ୍ତା ସ୍ତମ୍ଭକାର ଲଳିତ ମହାନ୍ତ, ମୁକ୍ତି ପଥିକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଭାରତର ସ୍ଵାଧୀନତା ଆକାଂକ୍ଷା ର ମୂର୍ତ୍ତିମନ୍ତ ବୋଲି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଆଇନଜିବୀ ଭାରତର ଭବାନୀ ଶଙ୍କର ମହାନ୍ତି, ଅଜୟ କୁମାର ମହାପାତ୍ର, ତାପସ ମହାନ୍ତ,ଅଧ୍ୟାପକ ରଜତ ମହାନ୍ତ, ଗୌତମ ମହାନ୍ତ, ରମାକାନ୍ତ ମହାନ୍ତ, ସୂର୍ଯ୍ୟକାନ୍ତ ମହାନ୍ତ, ପ୍ରଦ୍ୟୁମ୍ନ ଦତ୍ତ, ଅବିନାଶ ବାରିକ୍, ଭାସ୍କର ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ନେତାଜୀଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଶେଷରେ ଦାରା ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

masiha

ଜୋର ଧରିଲା ନୂତନ ବ୍ଲକ ପ୍ରତିଷ୍ଠା ଦାବି

masiha

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

Sunil Chandra Nayak

Leave a Comment

error: Content is protected !!