ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସାଂସ୍କୃତିକ ଓ କ୍ରୀଡା ଉତ୍ସବ ଅନୁଷ୍ଠିତ 

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସାଂସ୍କୃତିକ ଓ କ୍ରୀଡା ଉତ୍ସବ ଅନୁଷ୍ଠିତ 

   ଡାବୁଗାଁ, ୨୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ କହିଲେ ଶିକ୍ଷା ରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁତ୍ଵ ଅଟେ ତେଣୁ ଶିକ୍ଷା ଏକ ମାଧ୍ୟମ ଯାହା ଦ୍ଵାରା ଉଭୟ ଦେଶ ଓ ସଂସ୍କୃତି କୁ ସମ୍ମାନ ଦେବା ଦରକାର ତେଣୁ ଏହି କାର୍ଯ୍ୟକ୍ରମ ଟି ଗୁରୁତ୍ଵ ପୂର୍ଣ୍ଣ ବୋଲି ନିଜ ବକ୍ତବ୍ୟରେ କହିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ପ୍ରତିଯୋଗିତା ରେ ୧୦୦ମି,୨୦୦ମି,୪୦୦ମି ଓ ୮୦୦ମିଟର ଦୌଡ, ସର୍ଟ ଫୁଟ, ଡିସ କସ, ଲମ୍ବ ଡିଆଁ, କବାଡି, ଫୁଟବଲ ଓ କ୍ରିକେଟ ଆଦି ମହାବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ, ପ୍ରବନ୍ଧ ଓ ତର୍କ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାରତୀୟ ଶାସ୍ତ୍ରୀୟ, ଆଧୁନିକ ଓ ଲୋକ ସଂସ୍କୃତି ଉପରେ ଆଧାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା । ନୃତ୍ୟ ଓ ସଙ୍ଗୀତର ବିଚାରକ ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା ଓ ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଉପସ୍ଥିତି ଥିଲେ ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ, ମନିଷା ସରକାର, ଅଧ୍ୟାପକ ଦୟାରାମ ମନୋହର, ମେକ୍ସ ନାୟକ, ସନ୍ୟାସୀ ସାହୁ ଓ ମହେନ୍ଦ୍ର ଦେବରପଲ୍ଲୀ ଯୋଗ ଦେବା ସହ ସମସ୍ତ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୁରୁଷ ହକି ବିଶ୍ଵକପ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

masiha

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!