ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମହକ ଶିଶୁ ମହୋତ୍ସବ ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ମହକ ଶିଶୁ ମହୋତ୍ସବ ଅନୁଷ୍ଠିତ 

ଶିଶୁ ମାନେ ନିଜ ମହକରେ ମହକିତ ହୁଅନ୍ତୁ : ଅତିରିକ୍ତ ଜିଲ୍ଲାପାଳ 

ରାୟଗଡ଼ : ୨୦/୧୦/୨୩ ଆଜି ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଶିଶୁ ମାନଙ୍କୁ ନେଇ ରାୟଗଡ଼ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ୨୦୨୩ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ରାୟଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ଇଉତ୍ସାହିତ କରିଥିଲେ । ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଇତ ଯୋଗଦାନ କରି ନିଜର ବକ୍ତବ୍ୟରେ ଶିଶୁ ମାନଙ୍କ ପ୍ରତିଭାର ବିକାଶ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ l

ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ରାଜ୍ୟ ଶିଶୁ ସୁରକ୍ଷା ସମିତି ମାଧ୍ୟମରେ ପ୍ରତ୍ଯେକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଦ୍ଵାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଶିଶୁ ମାନଙ୍କର ଅନ୍ତ୍ରନିହିତ ପ୍ରତିଭାକୁ ବିକାଶ କରିବା ଓ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଏହି ମହକ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଆଜି ରାୟଗଡ ଜିଲ୍ଲା ପ୍ରଶାସନର ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରାୟଗଡ଼ ଜିଲ୍ଲାରେ ଥିବା ସମସ୍ତ ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରୁ ୧୪୦ ଜଣ ଶିଶୁ ଏହି ମହୋତ୍ସବରେ ଭାଗ ନେଇଥିଲେ । ଗୁଣୁପୁର ଠାରେ କ୍ରୀଡା କାର୍ଯ୍ୟକ୍ରମ “ଉତ୍ସାହ”ର ୬ଟି ବିଭାଗରେ ପ୍ରତିଯୋଗିତାକୁ ଉପଜିଲ୍ଲାପାଳ ଲଳିତ କୁମାର କହଁର ଉଦଘାଟନ କରିଥିଲେ l ସେହିପରି ରାୟଗଡା ଠାରେ ସାଂସ୍କୃତିକ ପ୍ରତିଯୋଗୀତା “ମହୋକ”ର ବିଭିନ୍ନ ପ୍ରତିଯୋଗୀତା ଆୟୋଜନକୁ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରାଇତ ଶୁଭାରମ୍ଭ କରାଯାଇ କୃତି ଶିଶୁ ମାନଙ୍କୁ ପୁରଷ୍କୃତ କରିବା ସହିତ ଉତ୍ସାହିତ କରଯାଇଥିଲା । କୃତି ଶିଶୁ ମାନେ ଆଗାମୀ ଦିନରେ ରାଜ୍ୟ ସ୍ତରରେ ମହକ ମହୋତ୍ସବରେ ଭାଗ ନେବାକୁ ଘୋଷଣା କରଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ମହୋତ୍ସବକୁ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧୁସ୍ମିତା ବେହେରା ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ଏବଂ ବିଭିନ୍ନ ବେସରକାରୀ ସଂଗଠନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାୟଗଡା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବି,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ସୂଚନା ଓ ଲୋକ ସମର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ,ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ କୈଳାଶ ପାଳ ଯୋଗଦେଇ ଥିବା ବେଳେ ପ୍ରତାପ ଦାଶ ଓ ଆଇନ ଉପଦେଷ୍ଠା ନିରାକାର ପାଢ଼ୀ କାର୍ଯ୍ୟକ୍ରମକୁ ସଂଯଜନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନର ବିଶ୍ଵବନ୍ଦିତା ବେଉରା, ସତ୍ୟପ୍ରିୟା ପ୍ରଧାନ,ରଂଜିତା ମାଝୀ ସମେତ ସମସ୍ତ ସଦସ୍ୟ,ସ୍ବେଚ୍ଛାସେବୀ ସଂଗଠନ ମାନଙ୍କର ପ୍ରତିନିଧି ଓ ସମସ୍ତ ସେବା ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁସୁମିତ ବ୍ଳକ! ଵଡହାତନାଵେଡା ପଞ୍ଚାୟତର ରାଇପଡା ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି 

Sunil Chandra Nayak

ବିଡ଼ିଓ ଙ୍କ ଉପସ୍ଥିତିରେ ବନ୍ଧୁଗାଁ ପଞ୍ଚାୟତର ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!