ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ରାଉରକେଲା,21/6/2026 : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ସେକ୍ଟର – 7 ସ୍ଥିତ ଦିବ୍ୟାଜୀବନ ସଙ୍ଘ ପରିସରରେ ପାଳିତ ହୋଇଯାଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ଇଂ. ରମଣୀରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନ ର ତତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ଇଂ. ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସମେତ ବୋର୍ଡର କର୍ମଚାରୀ ବୃନ୍ଦ, ସ୍ବେଚ୍ଛାସେବୀ ମାନେ ଯୋଗଦେଇ ଉତ୍ସାହର ସହ ଯୋଗାଭ୍ୟାସ କରିଥିଲେ । ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଯୋଗ, ବ୍ୟାୟାମ, ଧ୍ୟାନ ଏବଂ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନକାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶବିଶେଷ ହୋଇଆସିଛି । ଯୋଗ ପ୍ରଶିକ୍ଷକ ଅଲେଖ ମହାରଣା ଓ ପର୍ଶୁରାମ ମଲ୍ଲିକ ଯୋଗର ବିଭିନ୍ନ ଅଭ୍ୟାସ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ ଶିବିର ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଂଘର ସଭାପତି ଅର୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସେକ୍ରେଟାରୀ ତ୍ରିଲୋଚନ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

Sunil Chandra Nayak

ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଲ

masiha

Leave a Comment

error: Content is protected !!