ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡାରେ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟଘାଟ

କର୍ଲାମୁଣ୍ଡାରେ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟଘାଟ

 କର୍ଲାମୁଣ୍ଡା, ୦୪/୯ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ନୂଆଁଖାଇ ଭେଟଘାଟ ବ୍ଲକ ସଦର ଆର୍‌ଏମ୍‌ସି ଗୋଦାମ ନିକଟରେ ବୁଧବାର ଅନୁଷ୍ଠିତ ହୋଇଥିଲା I କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ସଭାପତି ଦୀନବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲା ପେନସନ ଭୋଗୀ କଳାକାର ସଂଘ ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡାମାଝୀ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା କୁନି ସାହୁ, ବିଡିଓ ଦେବେନ୍ଦ୍ର ସାମଲ, ତହସିଲଦାର ଅରୁଣ ବର୍ଗେ,ଭାରପ୍ରାପ୍ତ ବିଏସ୍‌ଏସ୍‌ଓ ପ୍ରଦୀପ ମାଝୀ, ବ୍ଲକ କଳା ଓ ସଂସ୍କୃତି ସଂଘ ଉପସଭାପତି ଭାଗିରଥୀ ଷଡଙ୍ଗୀ, ସମ୍ପାଦକ ବିଶ୍ୱମ୍ବର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କଳାକାର ମାନେ ସଂଗଠିତ ହେବା ସହ କଳାର ପ୍ରଚାର ପ୍ରସାର କରିବା ଉପରେ ଆଲୋଚନା କରିଥିଲେ I ସଭା କାର୍ଯ୍ୟ କଳାକାର ମଧୁସୂଦନ ବାଗ ସଂଯୋଜନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ପ୍ରସାଦ ସେଠୀ, ଶିଶିର ସାହୁ, ସତ୍ୟ ନାରାୟଣ ସାହୁ, ରଶ୍ମିକାନ୍ତ ସାହୁ, ରାଜ କିଶୋର ଜୈନ, ଯୋଗୀନ୍ଦ୍ର ମିଶ୍ର, ଦେବେନ୍ଦ୍ର ବେହେରା, ଗୋପାଳ ବାରିକ, କ୍ଷୀର ସାଗର ସାହୁ, ଶାନ୍ତନୁ ଦାଶ, କମ୍ବୁପାଣି ସାହୁ, ଗୋବର୍ଦ୍ଧନ କୁମାର, ସୈଲ୍ୟରଥୀ ସାହୁ ଓ ଅନ୍ୟ ମାନେ ଆୟୋଜନରେ ସହଯୋଗ କରିଥିଲେ I 

Related posts

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ

Sunil Chandra Nayak

ଲତାବାଞ୍ଜିରୁ କର୍ଲା ରାସ୍ତାର କଲଭଟ କାର୍ଯ୍ୟ ନିମ୍ନ ମାନର ସହ ବିନା ସୂଚନା ଫଳକରେ କାମର ଅଭିଯୋଗ କଲେ ଗ୍ରାମ ବାସୀ

୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!