ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସଦେବ ହାଇସ୍କୁଲ୍ ରେ ଲାୟନ୍ସ କ୍ଲବ ପକ୍ଷରୁ ଶିଶୁ ଦିବସ ପାଳିତ

ବ୍ୟାସଦେବ ହାଇସ୍କୁଲ୍ ରେ ଲାୟନ୍ସ କ୍ଲବ ପକ୍ଷରୁ ଶିଶୁ ଦିବସ ପାଳିତ

ରାଉରକେଲା : ସ୍ଥାନୀୟ ବ୍ୟାସଦେବ ହାଇସ୍କୁଲ୍ ପରିସରରେ ଲାୟନ୍ସ କ୍ଲବ ବେଦବ୍ୟାସ ଗ୍ରେଟର ପକ୍ଷରୁ ଶିଶୁ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ ଜୋନ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ ଯୋଗ ଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଲୟନ୍ସ କ୍ଲବର ଉପ-ସଭାପତି ଦିପାଞ୍ଜଳି ବେହେରା, ଲାୟନ୍ସ ଉଦୟ ପ୍ରକାଶ ସିଂହ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ। ଏହାସହ ଶିକ୍ଷୟିତ୍ରୀ ମଞ୍ଜୁବାଳ ତ୍ରିପାଠୀ, ସୁପ୍ରିୟା ଓ ପଣ୍ଡା ସାର୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ଧଳ ନିଜ ବକ୍ତବ୍ୟରେ କହିଥିଲେ, “ଆଜିର ଶିଶୁ ହିଁ କାଲିର ଭବିଷ୍ୟତ। ପିଲାମାନେ ମନ ଦେଇ ପାଠ ପଢିବା ସହ ଭଲ ମଣିଷ ହେବାକୁ ହେବ।” ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଲୟନ୍ସ କ୍ଲବକୁ ଧନ୍ୟବାଦ ଦେଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇ ଓ ବି ପକ୍ଷରୁ କାଳୀ ମନ୍ଦିର କୁ ଇ ହୁଣ୍ଡି ପ୍ରଦାନ

Sunil Chandra Nayak

ଡମ୍ବବସା ଆମ୍ବ ତୋଟାରେ ଶୀତଳ ଷଷ୍ଠୀ ଯାତ୍ରା

Sunil Chandra Nayak

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ, ଢେଙ୍କାନାଳ ଜିଲ୍ଲା ଶାଖାର ୫୩ ତମ ଇ -ଆଲୋଚନା ଚକ୍ର

masiha

Leave a Comment

error: Content is protected !!