ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ, ଢେଙ୍କାନାଳ ଜିଲ୍ଲା ଶାଖାର ୫୩ ତମ ଇ -ଆଲୋଚନା ଚକ୍ର

ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ, ଢେଙ୍କାନାଳ ଜିଲ୍ଲା ଶାଖାର ୫୩ ତମ ଇ -ଆଲୋଚନା ଚକ୍ର 

ଢେଙ୍କାନାଳ:ତା.୨୬.୦୩.୨୦୨୫ରିଖ : ଗତକାଲି ସନ୍ଧ୍ୟା ସାତଟା ସମୟରେ ଏକ ଘଣ୍ଟା ପାଇଁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ,ଢେଙ୍କାନାଳ ଜିଲ୍ଲା ଶାଖାର “ଆମ ସଂସ୍କୃତି ଆମ ଐତିହ୍ୟ” ଶୀର୍ଷକ ଇ-ପାଠଚକ୍ର ମାଳାର ଚଳିତ ମାସର ଅଂଶ ସ୍ୱରୂପ ୫୩ -ତମ ଇ -ଆଲୋଚନା ଚକ୍ର -୨୦୨୫ ସଭାପତି ପ୍ରଧ୍ୟାପିକା ଡଃ ସୁଚେତା ମିଶ୍ରଙ୍କ ପୌରୋହିତ୍ୟରେ ସଂଯୋଜକ ଅଧ୍ୟାପକ ବିଜୟ କୁମାର ସାହୁଙ୍କ ସଫଳ ସଂଯୋଜନାରେ ଅନେକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଅଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଅନ୍ୟତମ ବିଶିଷ୍ଟ ଆଲୋଚକ ଭାବରେ ବିଜ୍ଞାନ ସଂଗଠନ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି(ବିଏସଏସ), ଭାରତ ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ ତଥା ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀପ୍ରସାଦ ମିଶ୍ର ଯୋଗଦାନ କରି ପୃଥିବୀର ପ୍ରସିଦ୍ଧ ବୈଜ୍ଞାନିକ,ଭାରତର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ଭାରତ ରତ୍ନ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ଦ୍ଵାରା ରମଣ ପ୍ରଭାବର ଆବିଷ୍କାର ଓ ଜାତୀୟ ବିଜ୍ଞାନ ଦିବସ-୨୦୨୫ର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ପ୍ରସଙ୍ଗରେ ପ୍ରାୟ ୩୫ ମିନିଟ୍ ର ବକ୍ତବ୍ୟ ମଧ୍ୟରେ ସକ୍ରିୟ ବଳିଷ୍ଠ ଆଲୋଚନା ମାଧ୍ୟମରେ ତାଙ୍କର ଘଟଣାବହୁଳ ସବିଶେଷ ଜୀବନୀ ପ୍ରବାହ,ରମଣ ପ୍ରଭାବର ଆବିଷ୍କାର ଓ ଜାତୀୟ ବିଜ୍ଞାନ ଦିବସ ବିଷୟଟିକୁ ଅତି ସୁନ୍ଦର ଆକର୍ଷଣୀୟ ପିପିଟି ମାଧ୍ୟମରେ ଅତି ପ୍ରାଞ୍ଜଳ,ସରଳ ଓ ସାବଳୀଳ ଭାବରେ ବଳିଷ୍ଠ ଉପସ୍ଥାପନ କରି ଆଲୋଚନା କରିଥିଲେ।ପରେ ପରେ ପ୍ରାୟ ୧୦ ମିନିଟ୍ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଚାଟ୍ ବକ୍ସ ମାଧ୍ୟମରେ ଆଗତ ଶ୍ରୋତାବୃନ୍ଦଙ୍କ ଦ୍ଵାରା ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉପସ୍ଥାପନ ଓ ଆଲୋଚକ ସେଗୁଡ଼ିକର ସନ୍ତୋଷଜନକ ବିଜ୍ଞାନ ସମ୍ମତ ଉତ୍ତର ପ୍ରଦାନ କରିବାକୁ ସୁଯୋଗ ପ୍ରଦାନ କରାଯାଇଥିଲା।ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସହ ଡ.ସରୋଜିନୀ ସାହୁ ପ୍ରାକ୍ତନ ରାଜ୍ୟ ଶିକ୍ଷକ ପୁରସ୍କାରପ୍ରାପ୍ତା ବିଜ୍ଞାନ ଶିକ୍ଷୟିତ୍ରୀ ତଥା ମ୍ୟାନେଜିଂ ଟ୍ରଷ୍ଟି,ନୀଳାଚଳ ଫାଉଣ୍ଡେସନ,ରାଜଗାଙ୍ଗପୁର,ପ୍ରାଧ୍ୟାପକ ଡ.ସିଦ୍ଧାର୍ଥ ଭରଦ୍ୱାଜ,ଆସୋସିଏଟ୍ ପ୍ରଫେସର୍,ରସାୟନ ବିଜ୍ଞାନ ବିଭାଗ,ରେଭେନ୍ସା ବିଶ୍ବବିଦ୍ୟାଳୟ,କଟକ,ଓଡ଼ିଶାଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ସଂଗ୍ରହ,ପ୍ରସ୍ତୁତି ଓ ସଫଳ ପାୱାର ପଏଣ୍ଟ ଉପସ୍ଥାପନ ସମ୍ଭବ ହୋଇପାରିଥିଲା।ପ୍ରାରମ୍ଭରେ ସଂଯୋଜକ ଅଧ୍ୟାପକ ବିଜୟ କୁମାର ସାହୁଙ୍କ ଦ୍ବାରା ସଂକ୍ଷିପ୍ତ ସ୍ବାଗତ ସମ୍ଭାଷଣ ସହ ଓଁ କାର ବନ୍ଦନା ନିମନ୍ତେ ଆମନ୍ତ୍ରଣ କ୍ରମେ ଶିକ୍ଷୟିତ୍ରୀ ଯାମିନୀ ହୋତାଙ୍କ ଦ୍ବାରା ବିବେକବାଣୀ ପାଠ କରାଯାଇଥିଲା।ସୁଶ୍ରୀ ହରପ୍ରିୟା ପତିଙ୍କ ଦ୍ବାରା ବନ୍ଦନା ଗାନ କରାଯାଇଥିଲା।ସଂଯୋଜକଙ୍କ ଦ୍ବାରା ସଭାପତିଙ୍କ ସଂକ୍ଷିପ୍ତ ପରିଚୟ ପରେ ସଭାପତିଙ୍କ ଦ୍ବାରା ପ୍ରସଂଗ ଉପସ୍ଥାପନ ଏବଂ ଆଲୋଚକଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କରାଯାଇଥିଲା।ସଭାପତି ପ୍ରଧ୍ୟାପିକା ଡଃ ସୁଚେତା ମିଶ୍ର ଆଲୋଚକ ଡ଼ା.ଦେବୀପ୍ରସାଦ ମିଶ୍ରଙ୍କ ରମଣ ପ୍ରଭାବର ଆବିଷ୍କାର ଓ ଜାତୀୟ ବିଜ୍ଞାନ ଦିବସ-୨୦୨୫ ପ୍ରସଙ୍ଗରେ ସବିଶେଷ ଆଲୋଚନାର ଅନାଲୋଚିତ ଦିଗ ସମ୍ପର୍କରେ ସ୍ଵୀୟ ସାରାଂଶ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ।ଏଥିରେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଫେସର୍ ଚିତ୍ତ ରଞ୍ଜନ ନାୟକ, ଢେଙ୍କାନାଳ ଜିଲ୍ଲା ସମ୍ପାଦକ ପଣ୍ଡିତ ବିପିନ ବିହାରୀ ଶତପଥୀ, ଉପ ସମ୍ପାଦକ ସଦାନନ୍ଦ ରାଉତ,ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଶଙ୍କର୍ଷଣ ଶତପଥୀ,ଦେବେନ୍ଦ୍ର ବିଜୟ ସାହୁ,ପ୍ରଭାତ ନଳିନୀ ଦାଶ,ଲାବଣ୍ୟବାଳା ସାହୁ,ଜିତେନ୍ଦ୍ର କୁମାର ପରିଡ଼ା, ଶିକ୍ଷୟିତ୍ରୀ ଯାମିନୀ ହୋତାଙ୍କ ସମେତ ଓଡ଼ିଶାର ଅନେକ ମାନ୍ୟଗଣ୍ୟ ସଦସ୍ୟା,ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ପରିଶେଷରେ ସଭାପତି ପ୍ରଧ୍ୟାପିକା ଡଃ ସୁଚେତା ମିଶ୍ରଙ୍କ ଦ୍ବାରା ଶାନ୍ତି ମନ୍ତ୍ରପାଠ ସମାପନ ହେବାପରେ ବରିଷ୍ଠ ସଦସ୍ୟ ବୈକୁଣ୍ଠ ବିହାରୀ ସ୍ବାଇଁଙ୍କ ଦ୍ଵାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ୧୫ ମିନିଟ୍ ସାଂଗଠନିକ ଆଲୋଚନା ସମାପ୍ତ ହେବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା। 

 

ଡ଼ା.ଦେବୀ ପ୍ରସାଦ ମିଶ୍ର,ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ଓଡ଼ିଶାର ଆଜୀବନ ସଦସ୍ୟ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା ;

ଯୋଗାଯୋଗ ଠିକଣା : ଦେବାନୁଭବନ,ମିଶ୍ର ଲେନ୍,ଆନନ୍ଦ ନଗର,କାଠଗଡା,ୱାର୍ଡ଼ ନମ୍ବର ୦୧, 

ପୋଷ୍ଟ/ଜିଲ୍ଲା : ଢେଙ୍କାନାଳ,ଓଡ଼ିଶା ।

ଦୂରଭାଷ :୯୪୩୭୧୦୬୫୬୯; ୭୦୦୮୯୫୯୯୪୫;

ଇ-ମେଲ: debisirscience@gmail.com

debiprasadmishra085@gmail.com

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମହମ୍ମଦ ସିକନ୍ଦର ଆଲମଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!