ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ସିନ୍ଦେର ଜଳପ୍ରପାତ ବିକାଶ ପାଇଁ ଡବଲ ଇଞ୍ଜିନି ସରକାରଙ୍କ ଦୃଷ୍ଟି ପଡିବ କେବେ ? ପାରିପାର୍ଶ୍ବିକ ଭିର୍ତ୍ତିଭୂମି ବିକାଶ ହୁଏ ତେବେ କଳାହାଣ୍ଡିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କ୍ଷେତ୍ର ପାଲଟିବ

ବଡ ସିନ୍ଦେର ଜଳପ୍ରପାତ ବିକାଶ ପାଇଁ ଡବଲ ଇଞ୍ଜିନି ସରକାରଙ୍କ ଦୃଷ୍ଟି ପଡିବ କେବେ ?

ପାରିପାର୍ଶ୍ବିକ ଭିର୍ତ୍ତିଭୂମି ବିକାଶ ହୁଏ ତେବେ କଳାହାଣ୍ଡିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କ୍ଷେତ୍ର ପାଲଟିବ
ଅଞ୍ଚଳର ସାମାଜିକ କ୍ଷେତ୍ରରେ ଉନ୍ନତି ହେବା ସହିତ ସରକାରଙ୍କ ରାଜକୋଷର ଅଭିବୃଦ୍ଧିରେ ହେବ,
ସ୍ଥାନୀୟ ଯୁବକ ଯୁବତୀ ରୋଜଗାର ପାଇ ସ୍ବାବଲମ୍ବୀ ହୋଇପାରିବେ

ଥୁଆମୁଳ ରାମପୁର:୧୦/୧୦ – (ମନିସ) :- ପ୍ରାକୃତି କୋଳରେ ଅପୂର୍ବ ସୌନ୍ଦର୍ଯ୍ୟ ଭରପୂର ବିଭିନ୍ନ ସ୍ଥାନରେ ଛୋଟ ବଡ ଜଳପ୍ରପାତ ଗୁଡିକ ରହିଛି ଯାହାକି ଜନସାଧାରଣଙ୍କୁ ମନଲୋଭା ଓ ଆକର୍ଷଣ କରୁଥିବା ଅନେକ ଦର୍ଶନୀୟ ସ୍ଥାନ ଗୁଡିକ ଅଛି ଯାହାକି ଆଶ୍ଚର୍ଯ୍ୟ ମଧ୍ୟ କରିପକାଇଥାଏ। ପାହାଡ ପର୍ବତ ମଧ୍ୟରେ କୁଳୁକୁଳୁ ନାଦରେ ଆଗକୁ ପ୍ରବାହିତ ହେଉଥିବା ଜଳପ୍ରପାତ ରହିଛି, ଏହିଗୁଡିକ ସମ୍ପୂର୍ଣ୍ଣ ଭାବରେ ସବୁଜିମାରେ ଭରପୁର ଥିବା ସ୍ଥାନ ମାନଙ୍କରେ ରହିଛି ତାକୁ ଦେଖି ମନେହୁଏ ଜଳପ୍ରପାତ ପ୍ରାୟତଃ ଆଉ କୌଣସି ସ୍ଥାନରେ ଦେଖିବା ବିରଳ, ହଁ ଆଜ୍ଞା ଏହିଭଳି ବିରଳ ଦୃଶ୍ୟ କେବଳ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରାକୃତି ସବୁଜିମାରେ ଭରି ରହିଥିବା ପର୍ଯ୍ୟଟନସ୍ଥଳୀ। ଯାହାକି ପ୍ରାକୃତିକ ଗନ୍ତାଘର ଥିବା ସ୍ଥାନରେ ଅବସ୍ଥିତ ବଡ ସିନ୍ଦେର ଜଳପ୍ରପାତ ଅନ୍ୟତମ। ପାଡେପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗ୍ରାମର ଭୂତଗୁଡା ଗାଁ ନିକଟରେ ରହିଛି ଅପୂର୍ବ ଜଳପ୍ରପାତ ପ୍ରାକୃତିକ ବେଣାଖମାର ସଂରକ୍ଷିତ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ନିଜର ଅପୂର୍ବ ରୂପରେ ଶୋଭା ପାଉଅଛି। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୧୧୦ କିଲୋମିଟର ଏବଂ ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ଏହି ମନୋରମ ଜଳପ୍ରପାତ। ମହୁଲପାଟଣା ଦେଇ ଖମାରପଦର ଓ ଭୂତଗୁଡା ଅଭିମୁଖେ ଯାତ୍ରା କରିବାକୁ ପଡ଼ିଥାଏ। ଦୁର୍ଗମ ଅଞ୍ଚଳର ଭୌଗୋଳିକ ପରିବେଶ ମଧ୍ୟରେ ରହିଥିବାରୁ ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ତ୍ତମାନ ଲୁକ୍କାୟିତ ଭାବରେ ରହିଛି ଯାହାଫଳରେ ଏହା ବ୍ୟାପକ ଭାବେ ଲୋକଲୋଚନକୁ ଆସିପାରିନାହିଁ। ପାହାଡ଼ର ବୁକୁରୁ ଝରୁଛି ପଡିଛି ଧଳା ବିରାଟକାୟ ଜଳଧାରା, ଏହା

ଉଚ୍ଚ ପାହାଡ଼ିଆ ଶିଳାଖଣ୍ଡ ଦେଇ ଝରି ପଡୁଥିବା ଜଳଧାରା ତଳକୁ ଖସିବା ବେଳେ ସୃଷ୍ଟି କରୁଛି ମନୋମୁଗ୍ଧକର ଦୃଶ୍ୟ। ଚାରିପଟେ ଘଞ୍ଚ ସବୁଜ ଜଙ୍ଗଲ, ପାହାଡ଼ର ଶିଳାଖଣ୍ଡ ଓ ଝରଣାର ଅବିରତ ଜଳଧାରା ଏହି ସ୍ଥାନର ପ୍ରାକୃତିକ ଶୋଭାକୁ ଆହୁରି ଦ୍ବିଗୁଣିତ କରିଥିବା ଆହୁରି ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି।

ଜଳପ୍ରପାତର ଗର୍ଜନ ସାଙ୍ଗକୁ ଜଙ୍ଗଲର ନିରବତା ଏବଂ ସବୁଜିମା ସହିତ ବିହଙ୍ଗ ମାନଙ୍କ କୋଳାହଳ ଏକ ପ୍ରକାରର ମନୋରଞ୍ଜନ ପରିବେଶ ପର୍ଯ୍ୟଟକମାନଙ୍କୁ ଏକ ଭିନ୍ନ ରୂପ ଅନୁଭୂତି ମନେପଡିଲା ଭଳି ପରିବେଶ ସୃଷ୍ଟି କରେ। ପ୍ରକୃତିର ଏହିଭଳି ଅନନ୍ୟ ରୂପକୁ ଦେଖିଲେ ଲାଗେ,ସତେ ଯେପରି ପାହାଡ଼ ଓ ଜଙ୍ଗଲର ଛାତି ମଧ୍ୟରେ ପ୍ରକୃତି ନିଜ ହାତରେ ଗଢ଼ିଛି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ବଣଭୋଜି ଋତୁରେ ବ୍ଯତିତ ଏଠାକୁ ବର୍ଷ ତମାମ ଆସୁଛନ୍ତି ପର୍ଯ୍ୟଟକ। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ଏହି ଜଳପ୍ରପାତ ପ୍ରତି ପ୍ରକୃତିପ୍ରେମୀଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି। ପଡ଼ୋଶୀ ନବରଙ୍ଗପୁର ଜିଲ୍ଲା ସମେତ କଳାହାଣ୍ଡି, ଛତିଶଗଡ଼ ଓ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। କେବଳ ବଣଭୋଜି ଋତୁରେ ନୁହେଁ, ବର୍ଷର ବିଭିନ୍ନ ସମୟରେ ଲୋକମାନେ ଏଠାକୁ ଆସି ଜଳପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରୁଥିବା ଦେଖିବାକୁ ମିଳିଥାଏ। ତେବେ ପର୍ଯ୍ୟଟନସ୍ଥଳୀ ଭାବେ ଏହାର ବ୍ୟାପକ ସମ୍ଭାବନା ଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ଓ ପ୍ରଚାରପ୍ରସାର ଅଭାବରୁ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଇଛାଶକ୍ତିର ଅଭାବରୁ ଏହା ଏବେ ବି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଛି।

ବଡ ସିନ୍ଦେର ପର୍ଯ୍ୟଟନ ବିକାଶରେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଉନ୍ନତି ଯୋଗାଯୋଗ ବ୍ୟବସ୍ଥା। ବିଶେଷ କରି ଖମାରପଦର ଓ ଭୂତଗୁଡା ଗାଁକୁ ଯାଇଥିବା ରାସ୍ତାର ଉନ୍ନତିକରଣ ନିହାତି ଭାବରେ ଆବଶ୍ୟକତା ରହିଛି। ଗମନାଗମନ ଓ ଏହି ଜଳପ୍ରପାତର ପାରିପାର୍ଶ୍ବିକ ବିକାଶ ଛଡା ରାସ୍ତା ଉନ୍ନତି ସୁଗମ ହେବ ତାହେଲେ ଅଧିକ ସଂଖ୍ୟକ ପର୍ଯ୍ୟଟକ ସହଜରେ ସେସ୍ଥାନକୁ ସହଜରେ ଯାଇପାରିବେ ବୋଲି ଆଶା କରାଯାଉଛି। ଏଥିସହିତ ଜଳପ୍ରପାତ ନିକଟକୁ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ଚଲାପଥ ନିର୍ମାଣ, ଆଶ୍ରୟସ୍ଥଳୀ ଓ ବିଶ୍ରାମସ୍ଥଳୀ, ପାନୀୟଜଳ, ଶୌଚାଳୟ ଆଦି ମୌଳିକ ସୁବିଧା ଯୋଗାଇବା ଆବଶ୍ୟକ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ସର୍ବାଧିକ ପ୍ରାଥମିକତା ଦେବା ଦରକାର ରହିଅଛି।

ପର୍ଯ୍ୟଟନ ବଢ଼ିଲେ ବଢ଼ିବ ରୋଜଗାର

ବଡ ସିନ୍ଦେରକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଗଲେ ଏହାର ସୁଫଳ କେବଳ ପର୍ଯ୍ୟଟକଙ୍କୁ ମିଳିବ ନାହିଁ, ସ୍ଥାନୀୟ ଲୋକଙ୍କ ଜୀବିକାରେ ମଧ୍ୟ ନୂଆ ସମ୍ଭାବନା ସୃଷ୍ଟି ହେବ। ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ପର୍ଯ୍ୟଟକ ଗାଇଡ୍, ଖାଦ୍ୟ ଓ ଛୋଟ ବ୍ୟବସାୟ, ହସ୍ତଶିଳ୍ପ ଓ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ।

ଏହା ଦ୍ୱାରା ଦୁର୍ଗମ ଅଞ୍ଚଳର ସ୍ଥାନୀୟ ଅର୍ଥନୀତି ମଧ୍ୟ ଗତିଶୀଳ ହୋଇପାରିବ।

ସରକାରୀ ପଦକ୍ଷେପକୁ ଅପେକ୍ଷା

ବଡ ସିନ୍ଦେର ଜଳପ୍ରପାତକୁ ରାଜ୍ୟର ଏକ ପ୍ରମୁଖ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନର ସମନ୍ୱିତ ପଦକ୍ଷେପ ଆବଶ୍ୟକ। ରାସ୍ତାଘାଟର ଉନ୍ନତି ସହିତ ପ୍ରକୃତି ଓ ଜଙ୍ଗଲର ସୁରକ୍ଷାକୁ ଅକ୍ଷୁଣ୍ଣ ରଖି ଏଠାରେ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକଶିତ କରାଗଲେ ଏହା କଳାହାଣ୍ଡିର ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ସୃଷ୍ଟି କରିପାରିବ।ପ୍ରକୃତିର କୋଳରେ ଲୁଚିଥିବା ବଡ ସିନ୍ଦେର ଆଜି ଅବହେଳିତ ବିକାଶ ଓ ପରିଚୟକୁ ଅପେକ୍ଷା କରିଛି। ଆବଶ୍ୟକ ଭିତ୍ତିଭୂମିର ଉନ୍ନତି, ସୁରକ୍ଷା ଓ ପ୍ରଚାର ପ୍ରସାରର କୁ ଅଧିକ ଗୁରୁତ୍ୱ ଦେଲେ ସାମାଜିକ କ୍ଷେତ୍ରରେ ବିକାଶ ହୋଇ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇପାରିବ। ଜଳପ୍ରପାତ ଥୁଆମୂଳ ରାମପୁରର ପର୍ଯ୍ୟଟନ ସମ୍ଭାବନାକୁ ନୂଆ ଦିଗ ଦେବା ସହ କଳାହାଣ୍ଡିର ପର୍ଯ୍ୟଟନ ମାନଚିତ୍ରରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ସମ୍ଭାବନାର ପ୍ରଥମ ସ୍ଥାନ ଅଧିକାର କରିପାରିବ ବୋଲି କୁହାଯାଉଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମହାନ ଯୋଦ୍ଧା ମାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

masiha

ବ୍ଯାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ କଲା ପୁରାତନ ଛାତ୍ର ପରିଷଦ

Sunil Chandra Nayak

ଉଦଯାପିତ ହେଲା ସୁନ୍ଦରପୁର ରଜ ମହୋତ୍ସବ

masiha

Leave a Comment

error: Content is protected !!