ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ଭବାନୀପାଟଣା ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ଭବାନୀପାଟଣା : ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କଳାହାଣ୍ଡି ତରଫରୁ ଆଜି ଭବାନୀପାଟଣାସ୍ଥିତ ଏଏନ୍‌ଏମ୍‌ ତାଲିମ କେନ୍ଦ୍ର ଏବଂ ସରକାରୀ ନର୍ସିଂ ମହାବିଦ୍ୟାଳୟ, କାମଠଣାଠାରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ହରେକୃଷ୍ଣ ଶତପଥୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (DPHO) ଡାକ୍ତର ରାକେଶ କୁମାର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର କୁମାର ତାଣ୍ଡି, ମନୋରୋଗ ବିଶେଷଜ୍ଞ ଡାକ୍ତର ଚେତୁରାମ ମେହେର ଏବଂ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଲକେଶ ସାହୁ, ମନୋସାମାଜିକ କର୍ମୀ ଅନାୟତ ମହମ୍ମଦ, କମ୍ୟୁନିଟି ନର୍ସ ବର୍ଷା ପ୍ରଧାନ, ମନୋରୋଗ ନର୍ସ ରୋଜାଲିନ ମଲ୍ଲିକ ଏବଂ କେସ୍ ରେଜିଷ୍ଟ୍ରି ସହାଇକା ରଜନୀ ଚଲାନ ପ୍ରମୁଖ ଯୋଗଦେଇଥିଲେ।

ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିଡିଏମ୍‌ଓ ଏବଂ ଡିପିଏଚ୍‌ଓ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଏହା ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଗ୍ରହଣ କରିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଭବାନୀପାଟଣାସ୍ଥିତ ଏଏନ୍‌ଏମ୍‌ ତାଲିମ କେନ୍ଦ୍ରଠାରେ ଆୟୋଜିତ ସଚେତନତା ସଭାରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଲକେଶ ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ ଏହାର ଯତ୍ନ ନେବା ସମ୍ପର୍କରେ ସଚେତନ କରିଥିଲେ।ମାନସିକ ରୋଗୀଙ୍କୁ ଅବହେଳା ନକରି ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ ସେମାନଙ୍କ ପ୍ରତି ସମାଜରେ ରହିଥିବା ସାମାଜିକ କଳଙ୍କ ଓ ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଠାରେ ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ପ୍ରାରମ୍ଭିକ ଲକ୍ଷଣ, ରୋଗୀଙ୍କ ଆଚରଣରେ ଦେଖାଯାଉଥିବା ପରିବର୍ତ୍ତନ, ମାନସିକ ରୋଗର ଚିକିତ୍ସା ଏବଂ ରୋଗୀଙ୍କ ଯତ୍ନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଆଲୋଚନାଚକ୍ର ମାଧ୍ୟମରେ ନର୍ସିଂ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଜ୍ଞାନ ବୃଦ୍ଧି କରିବା ସହ ଭବିଷ୍ୟତରେ ରୋଗୀମାନଙ୍କୁ ଉପଯୁକ୍ତ ସେବା, ସହଯୋଗ ଓ ସହାନୁଭୂତି ଯୋଗାଇଦେବା ପାଇଁ ଉତ୍ସାହିତ କରାଯାଇଥିଲା।ମାନସିକ ରୋଗୀଙ୍କ ପ୍ରତି ସମାଜରେ ସକାରାତ୍ମକ ମନୋଭାବ ଗଠନ କରିବା ସହ ମାନସିକ ସ୍ୱାସ୍ଥ୍ୟ ପ୍ରତି ଜନସଚେତନତା ବୃଦ୍ଧି କରିବା ଦିଗରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବିଶେଷ ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ “ଟେଲି-ମାନସ୍ ମାନସିକ ସ୍ୱାସ୍ଥ୍ୟ ସହାୟତା” ହେଲ୍ପଲାଇନ୍ ନମ୍ବର ୧୪୪୧୬ ମାଧ୍ୟମରେ ଉପଲବ୍ଧ ମାଗଣା ସେବା ସମ୍ପର୍କରେ ସଚେତନ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

masiha

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

Sunil Chandra Nayak

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ। ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!