ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲୋପାଥିକ ଔଷଧ ସେବନ ପରେ ପାଲିଆ ଆଶ୍ରମ ସ୍କୁଲର ଦୁଇ ଛାତ୍ର ଗୁରୁତର

ଏଲୋପାଥିକ ଔଷଧ ସେବନ ପରେ ପାଲିଆ ଆଶ୍ରମ ସ୍କୁଲର ଦୁଇ ଛାତ୍ର ଗୁରୁତର

ଝରିଗାଁ – ତା – ୮ / ୧୦ /୨୬ -: ଝାଡ଼ା ଓ ଜ୍ୱର ପାଇଁ ଏଲୋପେଥିକ ଔଷଧ ସେବନ ପରେ ଦୁଇ ଛାତ୍ର ଗୁରୁତର ହେବାରୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଜୋନାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଘଟିଛି ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ସଦର ସ୍ଥିତ ଆଶ୍ରମ ବିଦ୍ୟାଳୟରେ। ସୂଚନା ପ୍ରକାରେ ସେଠାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ମୋବାଇଲ ହେଲ୍ଥ ୟୁନିଟ କର୍ମଚାରୀ ପହଞ୍ଚି ଛାତ୍ର ଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ। ଶଙ୍କର ସାନ୍ତା ଦ୍ଵିତୀୟ ଶ୍ରେଣୀ ଛାତ୍ର ଓ ରାଜେଶ ସାନ୍ତା ତୃତୀୟ ଶ୍ରେଣୀ ଛାତ୍ର ଜ୍ୱର ଓ ଝାଡ଼ା ପାଇଁ ଔଷଧ ସେବନ କରିଥିଲେ। ଶରୀରର ଓଜନ କୁ ଧରି ଔଷଧ ସେବନ କରିବା ଜରୁରୀ ଥିବାବେଳେ ଅତ୍ୟଧିକ ମିଲିଗ୍ରାମ ଔଷଧ ସେବନ ଫଳରେ ଦୁଇ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି। ଔଷଧ ଖାଇବାର କିଛି ସମୟ ମଧ୍ୟରେ ମୁଣ୍ଡ ବୁଲାଇବା ,ବାନ୍ତି ଲାଗିବା ଏବଂ ଅଣନିଶ୍ବାସୀ ହେବା ଫଳରେ ଆଜି ପ୍ରାୟ ୧୧ ଘଣ୍ଟା ସମୟରେ ସହ ଶିକ୍ଷକ ଓ ଅନ୍ୟ ବିଦ୍ୟାଳୟ କର୍ମଚାରୀ ଦୁଇ ଛାତ୍ର ଙ୍କୁ ଦୁଇଟି ବାଇକ୍ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଉମରକୋଟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ବିପଦମୁକ୍ତ ଥିବା ଶିକ୍ଷକ ବିଜୟ ଭତରା ସୂଚନା ଦେଇଛନ୍ତି। ତେବେ ସୌଭାଗ୍ୟବଶତ ଉଭୟ ଛାତ୍ରଙ୍କ ଜୀବନ ରକ୍ଷା ପାଇଛି। ଔଷଧ ସେବନ ମାତ୍ରା ଅଧିକ ହୋଇଥିବାରୁ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏଭଳି ଅବହେଳା କାହିଁକି କରାଯାଉଛି ବୋଲି ସ୍ଥାନୀୟ ଲୋକେ ଓ ଅବିଭାକକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ଛାତ୍ରା ଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦେବା ସହ ପେଟ ଭର୍ତ୍ତି ଖାଦ୍ୟ ଦିଯାଉନଥିବା ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ବିଦ୍ୟାଳୟ ପରିଚାଳନା ,ଛାତ୍ର ଛାତ୍ରୀଙ୍କ ଖାଦ୍ୟପେୟ, ପାନୀୟଜଳ, ଶୌଚାଳୟ ,ଶୋଇବା ପରିବେଶ ପାଠ ପଢା ଆଦିରେ ଚରମ ଅବହେଳା କରୁଥିବା ଅଭିଯୋଗ ନେଇ ୧୦ ଦିନ ତଳେ ଡି ଡ଼ାବ୍ଲୁ ଓ ଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପତିଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିବନ୍ଧୁ ଗୌଡ଼ ସୂଚନା ଦେଇଛନ୍ତି। ପାଠ ପଢି ପିଲାଙ୍କ ଭବିଷ୍ୟତ ଗଢିବାକୁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେମାନଙ୍କ ଭବିଷ୍ୟତ ଚିନ୍ତା ନେଇ ପ୍ରଧାନ ଶିକ୍ଷକ ଚରମ ଅବହେଳା କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ବିଦ୍ୟାଳୟରେ ଚାଲିଥିବା ଅନୀମୀୟତା ବିରୁଦ୍ଧରେ ସ୍ୱର ଉଠାଇଲେ ପ୍ରଧାନ ଶିକ୍ଷକ ପତି ବିଦ୍ୟାଳୟ କର୍ମଚାରୀ,ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟଙ୍କୁ ଖାତିର କରୁନଥିବା ଏବଂ ବିଦ୍ୟାଳୟରେ ମନଇଚ୍ଛା ଅନୁପସ୍ଥିତ ରହିବା ନେଇ ଅଭିଯୋଗ ହୋଇ ଆସୁଛି। ଔଷଧ ସେବନ ଭାଲି ଏକ ସମ୍ବେଦନଶୀଳ ବିଷୟ କୁ ଅଣଦେଖା କରିବା ପ୍ରଧାନ ଶିକ୍ଷକଙ୍କ ଦାୟୀତ୍ୱରେ ଚରମ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ବାରମ୍ବାର ଫୋନ ନଂ 8114321205 ରେ ଯୋଗାଯୋଗ କରାଯାଇଥିଲା ହେଲେ ଫୋନ୍ ରିଙ୍ଗ ହେଉଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ପତି ଫୋନ ଉଠାଇନଥିଲେ।

ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ  ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର

Sunil Chandra Nayak

ଆର,ଏସ.ପି ର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ରିକ୍ସ ର ଋଣ ହୁଙ୍କାର

ରାଉରକେଲାର ଆଇଡିସିରେ ଟାଟା ଏସିଇ ସହିତ ମୁହାଁମୁହିଁ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

Leave a Comment

error: Content is protected !!