ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ କୃଷି କର୍ଯ୍ୟଲୟରେ କୃଷକ ସାଥୀ ମାନଙ୍କୁ ବଳରାମ ମାସ ଯୋଜନା କାର୍ଯ୍ୟକାରୀତା ପାଇଁ ବୈଠକ ଅନୁଷ୍ଠିତ

 ବନ୍ଧୁଗାଁ,୧୦/୫/୨୩ : ଓଡିଶା ସରକାରଙ୍କ କୃଷି ଓ କୃଷକ ସସସ୍ତି କରଣ ବିଭାଗ ତରଫରୁ ବଳରାମ ମାସ ଯୋଜନା ସମ୍ପର୍କୀୟ ଏକ ବୈଠକ ବ୍ଲକ କୃଷି ଅଧିକାରୀ ସୂର୍ଯ୍ୟ କାନ୍ତ ନାହାକ ଙ୍କ ଅଧ୍ୟକ୍ଷତା ରେ କୃଷି ସୂଚନା ପରାମର୍ଶ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ସଦାଶିବ ଭତ୍ରା ଙ୍କ ସଭାପତିତ୍ବରେ, ଅତିରିକ୍ତ କୃଷି ଅଧିକାରୀ ସନ୍ତୋଷ କୁମାର ପାଣି, ରମାକାନ୍ତ ଗଉଡ ଏବଂ କୁମ୍ବାରିପୁଟ ଶାଖା ପରିଚାଳକ, ଉତ୍କଳ ଗ୍ରାମ ବ୍ୟାଙ୍କ ଶାଖା ପରିଚାଳକ, ସମବାୟ ବ୍ୟାଙ୍କ ପରିଚାଳକ ସମବାୟ ସମିତି ସଂପାଦକ,କୃଷକ ସାଥୀ, ମାନେ ଉପସ୍ଥିତ ରହିଥିଲେ । ଚଳିତ ମାସ ଏକ ତାରିଖରୁ ତିରିଶ ତାରିଖ ପର୍ୟ୍ୟନ୍ତ ସରକାରୀ ନିଷ୍ପତ୍ତି ପ୍ରକାରେ ବଳରାମ ମାସ ପାଳନ କରାଯାଉଛି । ଏହି ଅବସରରେ ଭୂମିହୀନ, ଭାଗ ଚାଷୀ ଓ ନାମମାତ୍ର ଚାଷୀ ମାନଙ୍କୁ ସରକାର ହକ୍ଷଶ ସ୍କୀମ ମାଧ୍ୟମରେ କୃଷକ ଗୋଷ୍ଠୀ ମାନଂକୁ ଚଳିତ ୨୦୨୩/୨୪ ବର୍ଷରେ ବିନା ସୁଧରେ ୧,୬୦,୦୦୦ ପର୍ୟ୍ୟନ୍ତ ଖରିଫ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯାହା ଫଳରେ କୃଷକ ଗୋଷ୍ଠୀ ଉନ୍ନତ ପ୍ରଣାଳୀରେ ଚାଷ କରି ଆର୍ଥିକ ମନଦଣ୍ଡର ବିକାଶ କରି ପାରିବେ। ଆଜିର ବୈଠକରେ କୃଷକ ସାଥୀ ଜରିଆରେ ପ୍ରତି ପଞ୍ଚାୟତରେ ଉପଯୁକ୍ତ ବଳରାମ ଜେ ଏଲ୍ ଜି ଗୃପ୍ ଗଠନ କରି ବ୍ଳକ୍ ରେ ଥିବା ଅର୍ଥ ଲଗାଣକାରି ସଂସ୍ଥା କୁ ପଠାଇବା ଦାଇତ୍ୱ ନେବାକୁ ନିର୍ଣ୍ଣୟ କରାଯାଇଥିଲା । ଆଜିର ବୈଠକ ରେ ଏହି ସମ୍ପର୍କରେ ଆଲୋଚନା ସହ ଯୋଜନାର ସଫଳତା କାମନା କରାଯାଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

masiha

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!