ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୋଲିସ ସମିତି ବୈଠକ 

ଆମ ପୋଲିସ ସମିତି ବୈଠକ 

ଡାବୁଗାଁ, ୨୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ତୋରେଗାଁ ପଞ୍ଚାୟତ ପରିସରରେ ଡାବୁଗାଁ ଥାନା ପୋଲିସ ତରଫରୁ ଆମ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା, ଭାରତୀୟ ଶାଖ୍ୟ ଆଇନ, ସାଇବର ଆର୍ଥିକ ଅପରାଧ, ଟ୍ରାଫିକ ନିୟମ, ମଦ ପଈ ଗାଡି ନାଚଳାଇବା, ବାଲ୍ୟ ବିବାହ ଆଇନ, ଜାତିପ୍ରଥା , ସାମାଜିକ ବାସନ୍ଦ ଉପରେ ଥିବା ଆଇନ, ସାମ୍ବିଧାନିକ ଅଧିକାର ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏଥିରେ ସବ ଇନିସ୍ପେକ୍ଟର ଚନ୍ଦନ ସାହୁ, ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା, ତୋରେଗାଁ ପଞ୍ଚାୟତ ସରପଞ୍ଚ ମନୁରାମ ମାଝି, ଥାନା ହାବିଲଦାର ଶିବ ଶଙ୍କର ଭଞ୍ଜ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଗ୍ରାମବାସୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

masiha

ଲକ୍ଷ୍ମୀପୁର ବିଭିନ୍ନ ସରକାରୀ ବେସରକାରୀ ସ୍ଥାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

masiha

ଟେଲିକମ କମ୍ପାନୀର ଏରିଆ ମ୍ୟାନେଜର ସଡ଼କ ଦୁର୍ଘଟଣା

masiha

Leave a Comment

error: Content is protected !!