ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବିଭିନ୍ନ ସରକାରୀ ବେସରକାରୀ ସ୍ଥାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

ଲକ୍ଷ୍ମୀପୁର ବିଭିନ୍ନ ସରକାରୀ ବେସରକାରୀ ସ୍ଥାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

ଲକ୍ଷ୍ମୀପୁର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧେଶ୍ଵରୀ ପବ୍ଲିକ ସ୍କୁଲ ଏବଂ ଆମ୍ବେଦକର ଛୋକଠାରେ ଜାତୀୟ ପତାକା ଉୋଳନ କରାଯାଇଥିଲା ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିବା ସହ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ। ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଠାରେ ବେଦାନ୍ତ କମ୍ପାନୀ ତରଫ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତଜ୍ଞତା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଛାତ୍ରଛାତ୍ରୀ ବ୍ୟବହାର ସାମଗ୍ରୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ମାଧବ କର୍କରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସାଧାରଣତନ୍ତ୍ର ଦିବସରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ସଭାପତିତ୍ବ କରିଥିଲାବେଳେ ବିଜ୍ଞାନ ଶିକ୍ଷକ ଗଲେକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିଲେ। ବିଦ୍ୟାଳୟ କର୍ମଚାରୀ ସୁରୋଜ ନାୟର୍ ଓ ଅନ୍ୟ ସହ କର୍ମୀ ଏବଂ ଛାତ୍ରଛାତ୍ରୀ ଅତିଥି ମାନଙ୍କୁ ପେରୋଡ୍ ଦ୍ଵାରା ଅଭିବାଦନ ଜଣାଇଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ

masiha

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ 

masiha

ବଡପଳସାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ

Leave a Comment

error: Content is protected !!