ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

ମସିହା ନିଉଜ୍ _ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଁଳ ଠାରେ ଆୟୋଜିତ ହୋଈଥିଲା ତଥ୍ୟ ସାରଣୀ ସଂଗ୍ରହ ବୈଠକ lଏଥିରେ ଆଦିମ ଜନଜାତି ଯୁଆଙ୍ଗ ମାନଙ୍କ ପାଇଁ କାମାକ୍ଷାନଗର ରେ ସରକାରୀ ପ୍ରକୋଷ୍ଟ ଖୋଲିବା ଘୋଷଣା ପରେ ଏବେ ପରିବାର ତଥ୍ୟ ସାରଣୀ ସରକାରଙ୍କ ପାଖରେ ପହଞ୍ଚିବାରେ ମହାସଂଘ ତରଫରୁ କାଯ୍ୟ କୁତ୍ବରାନ୍ବିତ କରାଯାଇଛି lକେଉଁ ପରିବାରରେ କେତେ ସଭ୍ୟ ,ଖାଉଟି ସାମଗ୍ରୀ ପାଇବାରେ ତୃଟି ସୁଧାରିବା, ଶିକ୍ଷା କ୍ଷେତ୍ରରେ ଅବହେଳିତ ଛାତ୍ରଛାତ୍ରୀ ଙ୍କୁ ଠାବ କରି ତାଙ୍କୁ ମୂଖ୍ୟ ସ୍ରୋତକୁ ସାମିଲ କରିବା,ଭତ୍ତାରୁ ବଞ୍ଚିତ ବୟସ୍କ ବୃଦ୍ଧବୃଦ୍ଧା ଙ୍କୁ ଠାବ କରି ସରକାଙ୍କୁ ଜଣାଇବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସମାଜିକ ଆର୍ଥିକ ଅବସ୍ଥାର ଉନ୍ନତି କରିବା ଭଳି ପଦକ୍ଷେପ ନେବା,ଜନସଂଖ୍ୟା ଗଣନା,ଗ୍ରାମ୍ୟ ସର୍ଭେ କରିବା ଅଧାରୁ ପାଠ ଛାଡିବା ଏପରିକି ଆବାସିକ ବିଦ୍ୟାଳୟରେ ଯୁଆଙ୍ଗ ମାନଙ୍କ ସନ୍ତାନ ମାନେ ରହି ପାଠ ପଢିବା ଭଳି ଦାୟିତ୍ବକୁ ୧୭୧ ମୌଜାରୁ ୧୦୦ ମୌଜାର ପଲ୍ଲୀ ସରଦାର ନାଗମା,ପୁରୋହିତ ଦେହୁରୀି ମହିଳାଗୋଷ୍ଠୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, l ସାତଟି ବ୍ଲକ ,ସଦରର ବିଭିନ୍ନ ସଂଗଠକ ସଭ୍ୟ ଯୋଗ ଦେଇଥିଲେ lଏହି ସର୍ଭେ କାଯ୍ୟରେ ପୂର୍ବରୁ ତଥା ଏବେ ଦୃଢ ସଂକଳ୍ପ ନେଇ ସ୍ବେଛାସେବୀ ମାନେ ବିଭିନ୍ନ ଗ୍ରାମ ତଥା ଗାଁକୁ ଯାଇ ତଥ୍ୟ ସଂଗ୍ରହ କାଯ୍ୟ ଚାଲୁ ରଖିଛନ୍ତି l ସ୍ବେଛାସେବୀ ଅନିଲ୍ ନାଏକ,ଦିପକ କୁମାର ସାହୁ,ଦିପୁନ୍ ପାତ୍ର, କାଶିନାଥ ସାହୁ ଓ ସରୋଜ ମହାନ୍ତି ପ୍ରମୁଖ ଙ୍କ ପ୍ରଗାଢ ଉଦ୍ୟମ ଜାରି ରହିଛି l

ଉକ୍ତ ବୈଠକରେ ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗମହାସଂଘ ର ସଭାପତି ଗୋପାଳ ପଧାନ ଙ୍କ ଆୟୋଜିତ ବୈଠକରେ ମୂଖ୍ୟଅତିଥି ଆଇନଜିବୀ ବିମଳ ଚନ୍ଦ୍ର ବିଶ୍ବାଳ ଯୋଗ ଦେଇଥିଲେ, l ଏହି ବୈଠକରେ,ସଂପାଦିକା ସୁକାନ୍ତ ପଧାନ ,ଶିକ୍ଷକ ହୃଷିକେଷ ନାଏକ, ସଭ୍ୟା ଅମୁଲି ରାଉତ ଆଇନଜିବୀ ,ସଂଜିବ କୁମାର ବିଶ୍ବାଳ ଯୋଗଦେଇ ଯୁଆଙ୍ଗ ଉନ୍ନୟନ ଉପରେ ମାର୍ଗଦର୍ଶନରେ ବକ୍ତବ୍ୟ ଦେଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କନିଷ୍ଠ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲରେ ହେବାକୁ ଯାଉଛି ୪୪ତମ ଶୁଣାଣି 

Sunil Chandra Nayak

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

Leave a Comment

error: Content is protected !!