ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଲ କରୁଥିବା ସମସ୍ତ କାରଖାନା ଶ୍ରମିକଙ୍କୁ ସରକାର ଦିଅନ୍ତୁ ମାସିକିଆ ଦରମା 

ସିଲ କରୁଥିବା ସମସ୍ତ କାରଖାନା ଶ୍ରମିକଙ୍କୁ ସରକାର ଦିଅନ୍ତୁ ମାସିକିଆ ଦରମା 

ରାଉରକେଲା: ବେକାରଙ୍କୁ ନିଯୁକ୍ତି ଦେବା ବଦଳରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କାରଖାନା ସିଲ କରୁଛନ୍ତି। କୁଆଁରମୁଣ୍ଡା ଅଞ୍ଚଳରେ ୫ଟି କାରଖାନା ସିଲ୍ ପରେ ଭୋକ ଉପାସରେ ୫ହଜାର ପରିବାର ସଦସ୍ୟ ରହିଛନ୍ତି। ତେଣୁ ସିଲ୍ କରୁଥିବା ସମସ୍ତ କାରଖାନା ଶ୍ରମିକଙ୍କୁ ସରକାର ମାସିକିଆ ଦରମା ଦେବାକୁ ଏଆଇଟିୟୁସି ସହବନ୍ଧିତ ରାଉରକେଲା ଷ୍ଟିଲ ମଜଦୁର ୟୁନିଅନ ର କର୍ମକର୍ତ୍ତା ମାନେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ସେକ୍ଟର ୫ ସ୍ଥିତ ୟୁନିଅନର କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ନାୟକ,ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଓ ସମ୍ପାଦକ ଅର୍ଜୁନ କୁମାର ଭୋଇ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ବେକାରଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାରେ ଡବଲ ଇଞ୍ଜିନ ବିଜେପି ସରକାର ବିଫଳ ହୋଇଛି। ବରଂ ପ୍ରତିବଦଳରେ ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ କରୁଛନ୍ତି। ଜିଲ୍ଲାର କୁଆଁରମୁଣ୍ଡା ନିକଟରେ ଥିବା ୫ଟି ସ୍ପଞ୍ଜ କାରଖାନା କୁ ପ୍ରଦୂଷଣ କରୁଥିବା ଆଳ ଦେଖାଇ ସିଲ୍ କରାଯାଇଛି। ମା ସାକୁମ୍ବରୀ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ,ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ୍ ୟୁନିଟ୍, ୟୁନିଟ୍ ୩, ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ ,ଖାଦେରିଆ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ କୁ ସିଲ୍ କରାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଧିକ କଣ ବ୍ୟବସ୍ଥା କରାଯିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେବା ବଦଳରେ କିଛି ଦଳୀୟ ନେତାଙ୍କ ଚାପରେ ପଡି କାରଖାନା ପ୍ରଦୂଷଣ କରୁଥିବା ଆଳ ଦେଖାଇ ଗୋଟିଏ ପରେ ଗୋଟିଏ କାରଖାନା ସିଲ କରି ସରକାର ହଜାର ହଜାର ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଭୋକ ଉପାସକୁ ଠେଲି ଦେଇଛନ୍ତି। ତେଣୁ ୟୁନିଅନ ତରଫରୁ ଦାବି କରାଯାଇଛି ଯେ କାରଖାନା ଖୋଲା ନହେବା ପର୍ଯ୍ୟନ୍ତ ସରକାର ଶ୍ରମିକ ଓ କର୍ମଚାରୀଙ୍କୁ ମାସିକିଆ ଦରମା ପ୍ରଦାନ କରନ୍ତୁ। ସେହିପରି ସରକାର ସୁନ୍ଦରଗଡ ଜିଲ୍ଲାରେ ନୂଆ ଶିଳ୍ପ ପ୍ରତିଷ୍ଠା କରି ଜିଲ୍ଲାର ସମସ୍ତ ବେକାରୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ଦାବି କରିଥିଲେ। 

    ଏ ସମ୍ପର୍କରେ ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟର ମୁଖ୍ୟ ଡ ଅନୁପ କୁମାର ମଲ୍ଲିକ ଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଲେ ଯେ ସିଲ୍ କରାଯାଇଥିବା କାରଖାନା ଆଖପାଖର ଜନସାଧାରଣ, ସ୍ଥାନୀୟ ନାଗରିକ ମଞ୍ଚ ଙ୍କ ଦାବି ଫଳରେ ସେମାନଙ୍କୁ ନୋଟିସ କରାଯାଇଥିଲା। ଯେଉଁ ପ୍ରଦୂଷଣ କାରଣ ପାଇଁ ନୋଟିସ୍ କରାଯାଇଥିଲା, ସେ ମଧ୍ୟରୁ କାରଖାନା କର୍ତ୍ତୃପକ୍ଷ ଅବହେଳା ଦିଗ ପ୍ରତି ଦୃଷ୍ଟିଦେଇ ସେଗୁଡିକୁ ସଜାଡି, ଭୁବନେଶ୍ୱର କାର୍ଯ୍ୟାଳୟ କୁ ଜଣାଇଲେ,ଆମେ ମଧ୍ୟ କାରଖାନା ଭିଜିଟ କରି କାରଖାନା ଚଳାଇବାକୁ ଅନୁମତି ଦେଇପାରିବୁ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ

Sunil Chandra Nayak

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ରାଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅନୁଷ୍ଠିତ       

Sunil Chandra Nayak

ପୂର୍ବତନ ବିଧାୟକ ଆୟୁବ୍ ଖାନ୍ ନକ୍ ବିୟୋଗରେ ଶଙ୍ଖ ଭବନରେ ଶୋକ ସଭା

Leave a Comment

error: Content is protected !!