ରୁପ୍ରା, ୪/୧ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ସିନାଙ୍ଗ ଗ୍ରାମର ବାସିନ୍ଦା ହେଉଛନ୍ତି ସଦନ ପ୍ରଗଣିଆ। ସଦନ କମ୍ ଶିକ୍ଷିତ ହୋଇଥିଲେ ମଧ୍ୟ କଳା କ୍ଷେତ୍ରରେ ବେସ୍ ସଫଳତା ହାସଲ କରି ପାରିଛନ୍ତି। ପଶ୍ଚିମ ଓଡ଼ିଶାର ଲୁପ୍ତପ୍ରାୟ ସାଂସ୍କୃତିକ ସମ୍ପଦ ସଞ୍ଚାର କଳାକୁ ଲୋକପ୍ରିୟ ତଥା ଉଜ୍ଜୀବିତ ରଖିବା ସହ ଅନେକ ମଞ୍ଚରେ ନିଜର କଳା ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ପାରୁଛନ୍ତି। ନିଜର ପିତା ସ୍ୱର୍ଗତ ଲଛମନ ପ୍ରଗଣିଆ ଯିଏକି ଏକାଧାରରେ ଗୀତିକାର, ଜ୍ୟୋତିଷଶାସ୍ତ୍ର ବିଶାରଦ ତଥା କବି ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୬ ମସିହାରୁ ତାଙ୍କ ଠାରୁ ଶିକ୍ଷା ଲାଭ କରି ଜଣେ ସୁନାମଧନ୍ୟ ସଞ୍ଚାର ବାୟକ ରୁପେ ପଶ୍ଚିମ ଓଡ଼ିଶାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେଥିପାଇଁ ରାଜ୍ୟ ସ୍ତରରେ ଭୁବନେଶ୍ବର, ସମ୍ବଲପୁର ତଥା ଜିଲ୍ଲା ମଧ୍ୟରୁ ବହୁତ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। ସେହିପରି ୨୦୨୨ – ୨୩ ରେ ବରଗଡ଼ ଠାରେ ଅନୁଷ୍ଠିତ ହେଉଥିବା ୭୫ତମ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ଅବସରରେ ସଞ୍ଚାର ବାୟକ ଭାବରେ ଉକ୍ତ ମଞ୍ଚରେ ସଦନ ପ୍ରଗଣିଆଙ୍କୁ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ଭବାନୀପାଟଣା ତରଫରୁ ମଧ୍ୟ DWO କଳାହାଣ୍ଡିଙ୍କୁ ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ’ ରେ ସମ୍ମାନିତ କରିବାକୁ ପତ୍ର ଲେଖିଥିବା ଜଣାପଡିଛି। ଏଣୁ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ ହେଉଛି।
previous post