ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଲାଙ୍କ ଏମ୍ ଡି ଏମ୍ ରେ ବଣଭୋଜି ଖାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, କାହା ନିର୍ଦ୍ଧେଶରେ ବିଦ୍ୟାଳୟ ବନ୍ଦ କଲେ ତଦନ୍ତ ସାକ୍ଷେପ

ପିଲାଙ୍କ ଏମ୍ ଡି ଏମ୍ ରେ ବଣଭୋଜି ଖାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, କାହା ନିର୍ଦ୍ଧେଶରେ ବିଦ୍ୟାଳୟ ବନ୍ଦ କଲେ ତଦନ୍ତ ସାକ୍ଷେପ

ରାୟଗଡା :- କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ପଞ୍ଚାୟତର ସାଲିବି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା | କେଉଁ କାରଣରୁ ବିଦ୍ୟାଳୟ ବନ୍ଦ କରାଯାଇଛି ତାହା ଗ୍ରାମବାସୀ ଙ୍କୁ ପଚାରି ବୁଝିବାରୁ କାର୍ଯ୍ୟରତ ଶିକ୍ଷକ ମାନେ ବିଦ୍ୟାଳୟ ବନ୍ଦ କରି ପିଲା ମାନଙ୍କ ସହିତ ମିଶି ବଣ ଭୋଜି କରିବାକୁ ଚାଲି ଯାଇଥିବା ଜଣାପଡିଥିଲା | ଏହି କିଛି ଦିନ ତଳେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ୧୧ ଦିନ ଧରି ବିଦ୍ୟାଳୟ ଛୁଟି ରହି ୨ ତାରିଖ ଦିନ ବିଦ୍ୟାଳୟ ଖୋଲା ହୋଇଥିଲା | କିନ୍ତୁ ଆଜି ସାଲିବି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବନ୍ଦ କରି ବଣଭୋଜି କରି ଖାଇବାକୁ ଯାଇଥିଲେ | କାହା ନିର୍ଦ୍ଦେଶରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ ସ୍କୁଲ ବନ୍ଦ କରି ବଣଭୋଜି କଲେ ତାହା ତଦନ୍ତ ସାକ୍ଷେପ | ସରକାର ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଉଚ୍ଚ ଶିକ୍ଷା ଓ ଭବିଷ୍ୟତକୁ ଉଜ୍ଜ୍ଵଳମୟ କରିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିକ୍ଷକ ମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଆଦିବାସୀ ପିଲାଙ୍କ ଭବିଷ୍ୟତ ଅନ୍ଧାରଘେର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ଅଭିଯୋଗ ହୋଇଛି | ଏମିତିକି ଆଦିବାସୀ ପିଲାଙ୍କୁ ପଢେଇବା ବାହାନାରେ କେବଳ ମାସିକ ଦରମା କେମିତି ମିଳିବ ତାହା ଅପେକ୍ଷା କରିଥାନ୍ତି ଏଭଳି ଶିକ୍ଷକ ମାନେ | ଯଦି କାର୍ଯ୍ୟ ଦିବସ ବେଳେ ଏମିତି ତ ବାକି ସମୟରେ ବିଦ୍ୟାଳୟ କେମିତି ଚାଲୁଥିବ ଏବଂ ମାସକୁ ଏମିତି କେତେ ଛୁଟି ହେଉଥିବା ତାହା ଏଥିରୁ ଅନୁମେୟ | ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ବଣଭୋଜି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସହିତ ଆଲୋଚନା କରି ଏକ ରେଜୁଲେସନ୍ ଲେଖାଗଲା ବୋଲି କହିଥିଲେ | ଏଠାରେ ଗୋଟିଏ ପ୍ରଶ୍ନ ଉଠିଛି କି, ନିୟମ ଅନୁସାରେ ଯଦି ରେଜୁଲେସନ ଲେଖାଗଲା ତାହା ଗୋଷ୍ଠୀ ଶିକ୍ଷା ଅଧିକାରୀ କିମ୍ବା ଶିକ୍ଷା ବିଭାଗର ଅନ୍ୟ ଅଧିକାରୀଙ୍କୁ ଦେବା କଥା ଏବଂ ଯଦି ସେମାନେ ରେଜୁଲେସନ ଗ୍ରହଣ କଲେ ବଣଭୋଜି କରିଥିଲେ ହୋଇଥାନ୍ତା | କିନ୍ତୁ ଉକ୍ତ ବିଦ୍ୟାଳୟରେ ସେଭଳି କିଛି କରାଯାଇ ନାହିଁ | ରେଜୁଲେସନ କେବଳ ପରିଚାଳନା କମିଟିକୁ ଭୁଆଁ ବୁଲାଇ ଲେଖାଯାଇଛି ବୋଲି ସାଧାରଣରେ ରେ ଚର୍ଚ୍ଚା ହେଉଛି | ବିଦ୍ୟାଳୟ କର୍ତ୍ତୃପକ୍ଷ ଗଣ ମଧ୍ୟମ କୁ ଫୋନ କରି ଗାଁ ଲୋକଙ୍କୁ ଧରେଇ ଦେଇ ସେମାନେ ଖସି ଯିବାକୁ ଚେଷ୍ଟା କରିଛନ୍ତି | ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ତୁରନ୍ତ ଏ ଦିଗରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି |ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ ଙ୍କୁ ପଚାରି ବୁଝିବାରୁ ସେ କହିଲେକି ଯଦି ସବୁ ସତ୍ୟ ହୋଇଥିବ ତେବେ ସ୍କୁଲ ବନ୍ଦ କରି ବଣ ଭୋଜି କରି ଖାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ,କାହା ନିର୍ଦ୍ଧେଶରେ ବିଦ୍ୟାଳୟ ବନ୍ଦ କଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଜ୍ରପାତରେ ଜଣେ ମୃତ

masiha

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ଲକ୍ଷ୍ମୀପୂଜା ମଣ୍ଡପ ନିର୍ମାଣ ବିଲ୍ ପାଇନଥିବା ଅଭିଯୋଗ ନେଇ ଠିକାଦାରଙ୍କ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

Leave a Comment

error: Content is protected !!