ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଶିକ୍ଷକ ସଙ୍ଘର ୮୦ ଟପମ ପ୍ରତିଷ୍ଟା ଦିବସ ପାଳନ ହୋଇଯାଇଛି 

ନିଖିଳ ଶିକ୍ଷକ ସଙ୍ଘର ୮୦ ଟପମ ପ୍ରତିଷ୍ଟା ଦିବସ ପାଳନ ହୋଇଯାଇଛି 

ଆଦ୍ୟ ତା ୭/୧/୨୫, ବନ୍ଧୁଗାଁ ଶିକ୍ଷକ ଭବନ ଠାରେ ୮୦ ତମ ଶିକ୍ଷକ ସଂଘ ଦିବସ ପାଳନ ହୋଇଯାଇଛି। ଉକ୍ତ ଦିବସରେ ସଙ୍ଘର ସଭପତି ଶ୍ରୀ ମନୋଜ ବାଗ୍, ସମ୍ପାଦକ ଶ୍ରୀ କେ ପ୍ରତାପ କୁମାର,ଉପ ସଭାପତି ଶ୍ରୀ ଦେବେନ୍ଦ୍ର ଗମଙ୍ଗ, ସଂଗଠନର ସମ୍ପାଦକ ରାଜ କିଶୋର ବେହେରା, ସଂଯୋଜକ ଉଦିତ ନାରାୟଣ ରଚମଲା, ପୂର୍ବତନ ସମ୍ପାଦକ ଶ୍ରୀ ଭାବଗ୍ରାହୀ ମୁଦୁଲି, ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ୟାସୀ ରାଓ,ଦେବରପଳି ଶ୍ରୀ ମୁରଲୀ ସାହୁ, ଧ୍ରୁବଚରଣ ବଳବନ୍ତ ରାୟ, ଫକିର ମୋହନ ହାଁସଦା,ବାସୁଦେବ ଦେବର୍ପାଳି , ଚନ୍ଦ୍ରକଳା ଦେବୀ, ରୂପା ମlଣ୍ଡିଙ୍ଗି ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସୁବୁଦ୍ଧି, ବୈଜୟନ୍ତୀ ମାଳା ପାତ୍ର ଓ ସି ଆର୍ ସି ସି ସଞ୍ଜୟ କୁମାର ସିଙ୍ଘ , ଅଶୋକ କୁମାର ସାହୁ, ଅଜିତ ପରିଡ଼ା ଓ ବନ୍ଧୁଗାଁ ବ୍ଲକ୍ ର ଶହେ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପ୍ରଥମେ ଶିକ୍ଷକ ଭବନରେ ସଙ୍ଘୀୟ ପତକା ଉତ୍ତୋଳନ କରାଯିବା ପରେ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସମସ୍ତ ସମ୍ମାନିତ ଅତିଥି ସମସ୍ତେ ମିଳିମିଶି ଆମର ଏକତା ବଜାୟ ରଖିବା ପାଇ ଉପଦେଶ ଦେଇଥିଲେ। ସଂଘର ସମ୍ପାଦକ କେ ପ୍ରତାପ କୁମାର ଘୋଷଣା କଲେ କି ବନ୍ଧୁଗାଁ ବ୍ଲକ୍ ରେ ଏକ ଶିକ୍ଷକ କଲ୍ୟାଣ ପାଣ୍ଠି ଗଠନ କରାଯିବ। ଯେକୌଣସି ଶିକ୍ଷକଙ୍କର ଦେହାନ୍ତ ହେଲେ ସଂଘ ତରଫରୁ ୩୦ ହଜାର ଟଙ୍କା ତାଙ୍କ ପରିବାରକୁ ଦିଆଯିବ ଓ ଦୁର୍ଘଟଣା ପାଇଁ ୧୦ ଦଶ ହଜାର ପ୍ରଦାନ କରାଯିବ । ଏହି ପଦକ୍ଷେପକୁ ସମସ୍ତ ଶିକ୍ଷକ ମହଲରେ ବହୁତ ପ୍ରଶଂସା କରାଗଲା। ଶେଷରେ ସମସ୍ତଙ୍କୁ ଧନୀବାଦ ଦେଇ ସଭାପତି ସଭା ସାଙ୍ଗ କରିଥିଲେ। 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ତିରିଂ ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

masiha

ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ

Sunil Chandra Nayak

ସତ୍ୟସାଇ ୟୁଥକ୍ଲବ ରେ ନେତାଜୀ ଜୟନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!