ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁରା ଢଙ୍ଗରେ ବିହନ ଛିନା ଯାତ୍ରା ପାଳନ କଲେ ଖଲିଗଡ଼ ଗ୍ରାମବାସୀ

ନିଆଁରା ଢଙ୍ଗରେ ବିହନ ଛିନା ଯାତ୍ରା ପାଳନ କଲେ ଖଲିଗଡ଼ ଗ୍ରାମବାସୀ

କୋକସରା,୧୨/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏହି ଗ୍ରାମ ଅଧୀନରେ ୭ଟି ପାଳି ଆଦିବାସୀ ଗ୍ରାମ ରହିଥିବା ବେଳେ ଏଠିକାର ଆଦିବାସୀ ଜଙ୍ଗଲ ଜାତ ଦ୍ରବ୍ଯ ଓ ଚାଷ କରି ଜୀବିକା ନିର୍ବାହ କରନ୍ତି। ମଙ୍ଗଳବାର ଖଲିଗଡ଼ ଅଞ୍ଚଳର ଆଦିବାସୀ ମାନେ ସକାଳୁ ବିହନ ଛିନା ଯାତ୍ରା ପାଳନ ଅବସରରେ ଗାଁ ଠାରୁ ଅଳ୍ପ ଦୂରରେ ଥିବା ବିହନ ଛିନା ପଡ଼ିଆ ଦେବାଦେବୀଙ୍କ ଲାଠିକୁର୍ସି, କାଲିସି ସହ ପହଞ୍ଚିବା ପରେ ଗାଁ ଦିଶାରୀ ଧାରଣୀ ଗୁଡି ଦେବାଦେବୀଙ୍କୁ ଶୁକ୍ଳ ଭୋଗ ଓ କୁକୁଡ଼ା, ପାରା ବଳି ଦେଇ ପୂଜାର୍ଚ୍ଚନା କରିବା ପରେ ମାଟି ଘରେ ଥିବା ଅଣ୍ଡା ଆକୃତିର ଏକ ବଡ଼ ପଥରକୁ ଉଠାଇବା ପରମ୍ପରା ରହିଛି। ସ୍ଥାନୀୟ ଭାଷାରେ ଏହି ଗୋଲାକାର ପଥରକୁ ଭିମା ଅଣ୍ଡା ବୋଲି କୁହନ୍ତି। ମାନ୍ୟତା ଅଛି ଯେ ଯେଉଁ ଚାଷି ବିଶ୍ୱାସ ଓ ଶ୍ରଦ୍ଧାରେ ମାଟି ଦେବତାଙ୍କ ନାମ ସୁମରଣା କରି ଏହି ପଥରକୁ ଉଠାଇ ପରିକ୍ରମା କରିବ ତାର ଚାଷ ଭଲ ହେବ ଓ ଯିଏ ଅବିଶ୍ଵାସ କରନ୍ତି ସେହି ଚାଷି ଏହି ଭିମା ଅଣ୍ଡାକୁ ଉଠାଇ ପାରନ୍ତି ନାହିଁ ବୋଳି ଏଠିକାର ଲୋକେ କୁହନ୍ତି। ବିହନ ଛିନା ଯାତ୍ରା ପରିଶେଷରେ ଚାଷୀମାନେ ବିହନ ନେଇ ଖୁସି ମନରେ ଘରକୁ ନାଚିଗାଇ ଫେରିଥାନ୍ତି। ବିହନ ଛିନା ଯାତ୍ରାକୁ ଗ୍ରାମର ଗୋନ୍ତିଆ।ଗବ୍ର ମାଝୀ, ଗଣା ଯଦୁ ମହାନନ୍ଦ, ପୁଜକ ମାନସିଂ ପୁଝାରି, ଶିରା ନବେ ମାଝୀ, ଜୟଧର ଚଳାନ, ପଦ୍ମନ ଚଳାନ, ବିରେନ କନ୍ଧ, ତ୍ରିନାଥ ପୁଝାରି, ପୁରୁନ କନ୍ଧ, ସହଦେଵ ମାଝୀ, ଯୁଗଳ ମାଝୀ, ବିନୁ ମାଝୀ, କ୍ଷୀରସିନ୍ଧୁ ମାଝୀ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପାଳନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

( ଏନଆଇଏଲପି.)ନବ ଭାରତ ସାକ୍ଷରତା (ଉଲ୍ଲାସ ) କାର୍ଯ୍ୟକ୍ରମ ରେ ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ             

masiha

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

Sunil Chandra Nayak

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

masiha

Leave a Comment

error: Content is protected !!