ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ନବମୀ ଉପଲକ୍ଷେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଶ୍ରୀରାମ ନବମୀ ଉପଲକ୍ଷେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ଵର,୧୩/୪/୨୪ – ଆଗାମୀ ଶ୍ରୀରାମ ନବମୀ ଉପଲକ୍ଷେ ଖଇରାରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ତା ୧୨/୪/୨୪ ରିଖରେ ଅନୁଷ୍ଠିତ ହୋଇ ଯାଇଛି । ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ନିଳଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ୨ ପ୍ଲାଟୁନ ରାପିଡି ଆକ୍ସନ ଫୋର୍ସ ଓ ୧୦ ଜଣ ପୋଲିସ ଅଫିସରଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ ହୋଇଥିଲା । ଖଇରା ଥାନା ଅଧିନରେ ଥିବା ଖଇରା ବଜାର ସହିତ କୁପାରି, ଗଣ୍ଡିବେଡ ଓ ତୁଡିଗଡିଆ ଠାରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇଆଇସି ଗୟାଧର ବେହେରାଙ୍କ ସମେତ ଥାନାର ସମସ୍ତ ଅଧିକାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡ଼ ବ୍ଳକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ଭାଇବ୍ରାଣ୍ଟ ର ପ୍ରତିଷ୍ଠା ଦିବସ 

ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ୱଚ୍ଛତା ପାଇଁ ମାନ୍ୟବର ବିଧାୟକ ନବରଙ୍ଗପୁର ଏବଂ ଜିଲ୍ଲାପାଳ ଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!