ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା 

ରାୟଗଡ଼ ତା: ୧୩.୦୪.୨୦୨୪ //  ରାୟଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ଆଗାମୀ ମଇ ୧୩ ତାରିଖ ଦିନ ଉଭୟ ଲୋକସଭା ସାଂସଦ ଓ ବିଧାନସଭା ବିଧାୟକ ପଦବୀ ନିମନ୍ତେ ଅତଦାନ ଅନୁଷ୍ଠିତ ହେବ । ନିର୍ବାଚନରେ ଯେପରି ଶତ ପ୍ରତିଶତ ମତଦାନ ରହିବ, ସବୁ ବର୍ଗର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ, ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚେଷ୍ଟିତ ଥିବା ଦେଖିବାକୁ ମିଳିଛି । 

     ଦ୍ଵିତୀୟ ଶନିବାର ଛୁଟି ଦିବସ ଥିଲେ ମଧ୍ୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ରାୟଗଡ଼ ମାଟିର ଗର୍ବ ଓ ଗୌରବ ସୌରା ଚିତ୍ରକଳା ଇଡିତାଳ ରେ ମଣ୍ଡିତ ଏକ ଲଗୋର ଲୋକାର୍ପଣ କରାଯାଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମନୋଜ ସତ୍ୟବାନ ମହାଜନ ଏହାର ଲୋକାର୍ପଣ କରିଥିଲେ । ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ତ୍ରିନାଥ ମାଝୀ , ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନୀହାର ରଞ୍ଜନ କଂହର, ରାୟଗଡ଼ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ, ସହକାରୀ ମୃତ୍ୟୁଞ୍ଜୟ ବରାଳ, ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ ତାଲିମ ଦାତା, ସମସ୍ତ ବିଡିଓ ଓ ତହସିଲଦାର, ତଥା ଜିଲ୍ଲା ସ୍ତରୀୟ ଶିକ୍ଷା, ସ୍ଵାସ୍ଥ୍ୟ, ପରିବହନ ଆଦି ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ମତଦାତାଙ୍କ ସଚେତନତା ନିମନ୍ତେ ଜି ଆଇ ଟ୍ୟାଗ ପ୍ରାପ୍ତ କପଡାଗୁନ୍ଦା ପୋଷାକରେ ମୁଁ ମିସା ଭୋଟ ଦେବି ସ୍ଲୋଗାନ ସହ ଡଙ୍ଗାରିଆ ଭୋଟରଙ୍କ ପୋଷ୍ଟର ମଧ୍ୟ ଲୋକାର୍ପଣ କରାଯାଇଥିଲା ।  

      ବାଉଁଶ ବିଞ୍ଚଣା ଗ୍ରୀଷ୍ମ ଦିନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବାସିନ୍ଦା ସଭିଙ୍କ ଆଦର ପାଉଥିବା ବେଳେ ରାୟଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରା ସି-ଭିଜିଲ, ସକ୍ଷମ ଆପ୍ ଲଗୋ ସହ ବିଭିନ୍ନ ସଚେତନତା ସ୍ଲୋଗାନ ସମ୍ବଳିତ ବାଉଁଶ ବିଞ୍ଚଣା ଉଭୟ ଭୋଟର ଏବଂ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆଦୃତ ଓ ପ୍ରସଂଶିତ ହୋଇପାରିଛି। ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ମିଡ଼ିଆ ବନ୍ଧୁଙ୍କୁ ଏହି ଉପହାର ପ୍ରଦାନ କରିବା ସହ ମତଦାତାଙ୍କ ସଚେତନତା ସୃଷ୍ଟିରେ ସେମାନଙ୍କ ଅଦମ୍ୟ ସହଯୋଗକୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ଉଚ୍ଚ ପ୍ରସଂଶା କରିଥିଲେ । 

 ଭୋଟରଙ୍କ ମତଦାନ ହାର ବୃଦ୍ଧି ନିମନ୍ତେ ବୁଥ ପହଞ୍ଚିବାରେ ଅକ୍ଷମ ଥିବା ୮୫ ବର୍ଷରୁ ଉର୍ଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଉଅଛି । ପ୍ରତି ଅଞ୍ଚଳରେ ଭୋଟର ସଚେତନତା ରଥ ବୁଲି ପ୍ରଚାର କରୁଥିବା ସ୍ଥଳେ ପ୍ରତି ୱାର୍ଡ ଓ ପଡା ଗ୍ରାମରେ ବୁଥ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ରାଲି , ପ୍ରତିଯୋଗିତା, ପ୍ଲାକାର୍ଡ ସହ ଘର ଘର ବୁଲି ଶତ ପ୍ରତିଶତ ମତଦାନ ନିମନ୍ତେ ବାର୍ତ୍ତା ପହଁଚାଉଥିବା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ପ୍ରକାଶ କରିଛନ୍ତି । ବୁଥ ସ୍ତରରେ ଆନୁଷଙ୍ଗିକ ସମସ୍ତ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ନିର୍ଦ୍ଦେଶ ଦେବା ସହ ଖୁଦ ଜିଲ୍ଲାପାଳ ନିଜେ ସୀମାନ୍ତ ସମେତ ଅନେକ ବୁଥ ବୁଲି ବ୍ୟବସ୍ଥାମାନ ପରଖୁଥିବା ଦେଖିବାକୁ ମିଳିଛି । ଚଳିତ ମାସ ୧୪ ଓ ୧୫ ତାରିଖରେ ଜିଲ୍ଲାର ସମସ୍ତ ୨୧୩୨ ଜଣ ପ୍ରିଯାଇଡିଙ୍ଗ ଓ ପ୍ରଥମ ପୁଲିଙ୍ଗ ଅଧିକାରୀଙ୍କ ରିଫ୍ରେସ ତାଲିମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ରାୟଗଡ଼ା ରୁ ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

ବଜ୍ରପାତରେ ତିନି ମେଣ୍ଢା ମୃତ , ମେଣ୍ଢା ଚରାଳି ଆହତ

Sunil Chandra Nayak

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

masiha

Leave a Comment

error: Content is protected !!