ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ 

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ 

ରାୟଗଡା ତା ୩୦-୩-୨୦୨୫ //   ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ରବିବାର ଦିନ ଅନ୍ତୋଦୟ ଗୃହ ଯୋଜନା ନାମକ ନୂତନ ଯୋଜନାର ଶୁଭାରମ୍ଭ ହୋଇଛି। ଏହା ସହିତ କଳାହାଣ୍ଡିରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଏହି ଯୋଜନାର ସିଧାପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ପାରୁଲ ପଟାୱରୀ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ । କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା, ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲାସ୍ଵାମୀ କାଡ୍ରାକା, ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ସରପଞ୍ଚ, ସମିତି ସଭ୍ଯ ସଭ୍ୟା, ଜିଲ୍ଲା ପରିଷଦ ସଭ୍ଯ ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ ।

  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ଓ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ଶୁଭାରମ୍ଭ ପରେ ରାୟଗଡା ବ୍ଳକର ତିନିଜଣ ଦିବ୍ୟାଙ୍ଗ , ତିନିଜଣ ନିର୍ଭରଶୀଳ ନାବାଳକ ଥିବା ବିଧବା,ତିନି ଜଣ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ଏବଂ ଜଣେ ଅନ୍ଯାନ୍ଯ ବର୍ଗର ଯୋଗ୍ଯ ବୃଦ୍ଧ ମହିଳା ଏପରି ଦଶ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।    ଜିଲ୍ଲାପାଳ ନିଜ ବକ୍ତବ୍ଯରେ ୨୭୮୫ ଜଣଙ୍କୁ ନୂତନ ଗହ ନିର୍ମାଣ ନିମନ୍ତେ ବିଭିନ୍ନ ବ୍ଲକ ସଦରମହକୁମାରେ କାର୍ଯ୍ୟାଦେଶ ବଣ୍ଟନ କରାଯିବା ବିଷୟ ପ୍ରକାଶ କରିଥିଲେ । ସେଥିମଧ୍ୟରୁ ବିଷମକଟକ ୩୨୦, ଚନ୍ଦ୍ରପୁର ରେ ୧୨୬, ଗୁଡାରି ୧୫୫, ଗୁଣୁପୁର ୩୨୬, କେ ସିଂହପୁରରେ ୧୮୫, କାଶିପୁର ୩୭୦, କୋଲନରା ୨୬୯, ମୁନିଗୁଡା ୨୨୫, ପଦ୍ମପୁର ୧୯୯, ରାମନାଗୁଡ଼ା ୧୯୦ ଓ ରାୟଗଡା ବ୍ଲକରେ ୪୨୦ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । 

     ସେଥିମଧ୍ୟରୁ ଦିବ୍ୟାଙ୍ଗ ୧୧୫୨ ଜଣ, ନାବାଳକ ଥିବା ବିଧବା ୮୫୮ ଜଣ, ୧୮ ଜଣ ଗୁରୁତ୍ବର ରୋଗରେ ପିଡିତ, ତିନିଜଣ ଯୋଦ୍ଧା ବା ଦେଶ ଭକ୍ତ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ୨୯୩ ଏବଂ ପ୍ରକୃତ ଯୋଗ୍ୟ ପରିବାର ୩୫୫ ଜଣ ଅନ୍ତର୍ଭୁକ୍ତ।  

  ମୁଖ୍ଯ ଉନ୍ନୟନ ଅଧିକାରୀ, ଅକ୍ଷ୍ୟକ୍ଷ କୁମାର ଖେମୁଣ୍ଡୁ ଉଦ୍ଦେଶ୍ଯ ଜ୍ଞାପନ କରି ହିତାଧିକାରୀ ତିନି କିସ୍ତିରେ ମୋଟ ୧୨୦୦୦୦ ଟଙ୍କା ଘରପିଛା ମଞ୍ଜୁର କରାଯାଇଥିବା ଏବଂ ଚାରି ମାସ ଅବା ଛଅ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କଲେ ୨୦୦୦୦ ଅବା ୧୦୦୦୦ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି କହିଥିଲେ । ରାୟଗଡ ବିଡିଓ ସୁଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାୟଗଡ ଜିଲ୍ଲା ପରଷଦ ଓ ପଞ୍ଚାୟତ ସମିତିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ର କଳାକାର ସମ୍ବର୍ଦ୍ଧିତ 

masiha

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

masiha

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ବିହାରୀ ସମ୍ପ୍ରଦାୟ ତରଫରୁ ୩୨ ତମ ପ୍ରଷିଦ୍ଧ ଛଟ ମହୋତ୍ସବ ; ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମାନସିକଧାରୀ

Sunil Chandra Nayak

Leave a Comment

error: Content is protected !!