ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିମାନ ବନ୍ଦର ଉନ୍ନତିକରଣ ପାଇଁ ଆଲୋଚନା 

ବିମାନ ବନ୍ଦର ଉନ୍ନତିକରଣ ପାଇଁ ଆଲୋଚନା 

ରାଉରକେଲା -ଓଡିଶାର ମାନ୍ୟବର ସାହିତ୍ୟ,ସଂସ୍କୃତି ଓ ଓଡ଼ିଆ ଭାଷା ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାରଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ବିମାନ ବନ୍ଦରର ଉନ୍ନତି କରଣ, ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଏକ ନୂତନ ରେଳବାଇ ଡିଭିଜନର ପ୍ରତିଷ୍ଠା, ସରକାରୀ ମହାବିଦ୍ୟାଳୟ ଠାରେ ଏକକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପାନ୍ଥନିବାସ ଠାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ପ୍ରଚେଷ୍ଟାରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦେଶକ ଅତନୁ ଭୌମିକ, ମାନ୍ୟବର ମନ୍ତ୍ରୀ, ବିକାଶ ମଞ୍ଚର କର୍ମକର୍ତ୍ତା ଓ ଶୁଭେଛୁ ମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା l ରାଉରକେଲାରେ ଇସ୍ପାତ କାରଖାନା ବ୍ୟତୀତ ବିଭିନ୍ନ କଳକାରଖାନା, ଏନଆଇଟି ଭଳି ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ, ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଅନୁଷ୍ଠାନ, ହସ୍ପିଟାଲ ଆଦି ଥିବାରୁ ରାଉରକେଲା ସହିତ ଭାରତବର୍ଷର ବିଭିନ୍ନ ସହରକୁ ଯୋଗାଯୋଗ ନିହାତି ଆବଶ୍ୟକ l ବିଶ୍ଵ କପ ହକିକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାରଙ୍କ ବେସାମାରିକ ବିମାନ ଚଳାଚଳ ବିଭାଗ, ଓଡିଶା ସରକାର, ରାଉରକେଲା ଇସ୍ପାତ କାରଖାନାର ପ୍ରଚେଷ୍ଟାରେ୨ସି ଲାଇସେନ୍ସ ପ୍ରଦାନ ସହ ଏଲାଏନ୍ସ ଏଆରଲାଇନ୍ସକୁ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା l ମାତ୍ର ଇନଶ୍ଟୃମେଣ୍ଟ ଲେଣ୍ଡିଙ୍ଗ ସିଷ୍ଟମ ଓ ରାତ୍ରିକାଳୀନ ଲାଣ୍ଡିଙ୍ଗ ସୁବିଧା ନ ଥିବାରୁ ଆଜି ପର୍ଯ୍ୟନ୍ତ କୋଡିଏ ଥର ବିମାନ ଚଳାଚଳ ବନ୍ଦ ରହିଛି l ଏଆରଲାଇନ୍ସ ପାଖରେ ଥିବା ବିମାନ ସବୁ ପୁରୁଣା ହୋଇଥିବାରୁ ଯାନ୍ତ୍ରିକ ତ୍ରୁଟି ପାଇଁ ମଧ୍ୟ ବିମାନ ଚଳାଚଳ ବନ୍ଦ ହୋଇଯାଏ l ଗତ ଦୁଇ ତାରିଖରେ ବିମାନ ବନ୍ଦ ହୋଇଯିବାରୁ ନିଜେ ମନ୍ତ୍ରୀ ଶ୍ରୀ ପାତ୍ର ରାଉରକେଲାରେ ପହଂଚି ନ ପାରିବାରୁ କ୍ଷୋଭ ପ୍ରକାଶ କରିବା ସହ ବିମାନ ବନ୍ଦରରେ ଆଇଏଲଏସ ଓ ରାତ୍ରି ଲ୍ୟାଣ୍ଡିଙ୍ଗ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଭାରପ୍ରାପ୍ତ ନିର୍ଦେଶକ ଅତନୁ ଭୌମିକଙ୍କୁ ଅନୁରୋଧ କରିଥିଲେ l ବିଧାୟକ ଶ୍ରୀ ତରାଇ ଏ ବିଷୟରେ ଯୋଗାଯୋଗ ରକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ଅନୁରୋଧ କରିଥିବାରୁ ବିମାନ ବନ୍ଦରର ଉନ୍ନତି ସହ ନିରନ୍ତର ଉଡାଣର ଆଶା ଉଦଜୀବିତ ହୋଇଥିବାରୁ ରାଉରକେଲା ବିକାଶ ମଞ୍ଚର ବରିଷ୍ଠ ଉପଦେଷ୍ଟା ଅଭୟ ଦାସ, ଆନନ୍ଦ ମହାନ୍ତି, ଅମୂଲ୍ୟ ବରାଳ, ସଂଜୀବ ମହାନ୍ତି,ଆର୍ତ୍ତ ମହାରଣା, ରାଜୀବ ପାଣି, ଆଲୋକ ବୋଷ, ପଶୁପତି ଚାଟାର୍ଜି, ସରୋଜ ଶଙ୍ଖୁଆ, ସୁପ୍ରତିକ ମିଶ୍ର, ସତ୍ୟାନନ୍ଦ ବେହେରା, ଦିଲ୍ଲୀପ ମହାନ୍ତି, ଗଙ୍ଗାଧର ଜେନା, ରମେଶ ମହାନ୍ତି,ପ୍ରକାଶ ସାହାଣୀ, କୁଞ୍ଜବିହାରି ରାଉତ,ଅକ୍ଷୟ ଧଳ ପ୍ରମୁଖ ଆନନ୍ଦ ପ୍ରକାଶ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

ଆଇ ସି ଏସ୍ ଇ ଦଶମ ପରୀକ୍ଷାରେ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ଟପ୍ପର

ଜଲଦାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

masiha

Leave a Comment

error: Content is protected !!