ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚିଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଜୁନାଗଡ଼ ତା:୨୧/୦୭/୨୬(ମନୀ ସ)  ଜୁନାଗଡ଼ ବ୍ଲକ୍ ଚିଚୈଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ , ଚିଚୈଗୁଡା ଠାରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବୃକ୍ଷ ରୋପଣ ସଚେତନତା ସଭା ଓ ଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବୀର କିଶୋର ମେହେରଙ୍କ ଅଧ୍ୟକ୍ଷତାରେ ସଭା ଓ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ରାକେଶ କୁମାର ମେହେର, ପିଇଟି ସୁଶାନ୍ତ କୁମାର ମୁଣ୍ଡ ଯୋଗଦେଇ ବୃକ୍ଷର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଅଧ୍ୟାପକ କାଳୀଚରଣ ଖାଡାଙ୍ଗା ମଞ୍ଚ ପରିଚାଳନା କରିଥିବାବେଳେ ଯୁବ ରେଡକ୍ରସ୍ ସଂଯୋଜକ ଅଶୋକ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଭାଗନେଇ ଶତାଧିକ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରେଡକ୍ରସ୍ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

masiha

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ୩ ଗୋଟି ଦାବି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!