ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ତୀର୍ଥଯାତ୍ରା ଆରମ୍ଭ:ନବରଙ୍ଗପୁରରୁ ୧୮୫ଜଣ ତୀର୍ଥ ଗଲେ

ନବରଙ୍ଗପୁର(ମସିହା)-ଆଜି ପାପଡ଼ାହାଣ୍ଡି ବ୍ଲକରୁ ୧୩ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ବାହାରିଛନ୍ତି। ଏହି ୧୩ ଜଣଙ୍କୁ ପାପଡାହାଣ୍ଡି କାର୍ଯ୍ୟାଳୟ ଠାରୁ ବିଦାୟ ଦିଆ ଯାଇଥିଲା । ସମସ୍ତ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ବି ଡି ଓ ଦିବାକର ବାଗ, ଆଇଆଇସି ଦୀପକ୍ କୁମାର୍ ଜେନା, ବ୍ଲକ୍ ଅଧକ୍ଷ ହେମଲତା ମାଝୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରାଙ୍କ ହାତରୁ ଫଳ ମଧ୍ୟ ବଣ୍ଟନ କରାଯାଇଥିଲା । ତୀର୍ଥ ଯାତ୍ରୀ ମାନଙ୍କ ସହିତ ଯାତ୍ରା ସଫଳ କରିବାକୁ ପ୍ରାର୍ଥନା କରାଗଲା। ସମସ୍ତ ତୀର୍ଥଯାତ୍ରୀଙ୍କୁ ନବରଙ୍ଗପୁର ପର୍ଯ୍ୟନ୍ତ ଛାଡ଼ିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏମାନଙ୍କ ସହ ଜିଲ୍ଲାରୁ ୧୮୫ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା କରିବା ପାଇଁ ବାହାରି ଥିଲେ । ଏହି ତୀର୍ଥଯାତ୍ରୀମାନେ ତିରୁପତି, ତ୍ରିକା ଲାହୋଷ୍ଟି ଓ ଭେଲୋର ଯାତ୍ରା କରିବେ ତୀର୍ଥଯାତ୍ରୀ ମାନେ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ବି ଡି ଓ ଦିବାକର ବାଗ, ଆଇଆଇସି ଦୀପକ କୁମାର ଜେନା,ବ୍ଲକ ଅଧକ୍ଷ ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ପରେଶ୍ ଜେନା , ଈଶ୍ୱର ଚନ୍ଦ୍ର ବିଶୋଇ, ଶକୁନ୍ତଳା ଭତ୍ରା ସହ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସି. ଡବ୍ଲୁ. ସି ଡାଇରେକ୍ଟର ଙ୍କୁ ସାକ୍ଷାତ କଳେ ଡ଼. ଭବାନୀ ଶଙ୍କର ନିଆଲ 

Sunil Chandra Nayak

ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳର ଆୟୋଜନ ସହ ଉଦଯାପନୀ ଉତ୍ସବ 

Sunil Chandra Nayak

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

masiha

Leave a Comment

error: Content is protected !!