ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ଡାବୁଗାଁ,୨୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମରେ ଜଣେ ବିବାହିତ ମହିଳା ଆତ୍ମହତ୍ୟା କରିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ତୁଳସୀ ଗୌଡ (୨୧) ପାପଡାହାଣ୍ଡି ବ୍ଲକ ଅଧୀନ ମୁଣ୍ଡୀଗୁଡା ଗ୍ରାମର ରଞ୍ଜିତ ଗୌଡଙ୍କୁ ଗତବର୍ଷ ବିବାହ କରିଥିଲେ | କିଛି ମାସ ତଳେ ରଞ୍ଜିତ ଗୌଡ କୁଲି କାମ କରିବାକୁ ଅନ୍ୟ ରାଜ୍ୟକୁ ଯାଇଥିଲେ | ସ୍ଵାମୀ ନଥିବାରୁ ଗତ ୧୫ ରୁ ୨୦ ଦିନ ହେଲା ତୁଳସୀ ଶାଶୁ ଘରୁ ନିଜ ବାପ ଘର କେନ୍ଦୁଗୁଡା ଗ୍ରାମକୁ ଚାଲି ଆସିଥିଲେ | ସେହି ଦିନ ଠାରୁ ବାପ ଘରେ ରହୁଥିଲେ | ୪ ଦିନ ହେଲା ସ୍ଵାମୀ ରଞ୍ଜିତ ନିଜ ଘରକୁ ଫେରିଥିଲେ | ଘରେ ସ୍ତ୍ରୀ ତୁଲସୀ ନଥିବାରୁ ସେ ମଧ୍ୟ ତାଙ୍କୁ ନିଜ ଘରକୁ ନେବାକୁ କେନ୍ଦୁଗୁଡା ଆସିଥିଲେ | ୨ ଜଣ କଥା ହୋଇଥିଲେ ଯେ ୨ ଦିନ ପରେ ନିଜ ଘର ମୁଣ୍ଡୀଗୁଡା ଯିବା | ରବିବାର ସକାଳୁ ତୁଲସୀ ଶୌଚ ପାଇଁ ଗ୍ରାମପାଖ ଆଡିବନ୍ଧକୁ ଯାଇଥିଲେ | ଦିନ ୧୧ ଘ. ସୁଦ୍ଧା ତୁଲସୀ ନାଫେରିବାରୁ ସ୍ଵାମୀ ରଞ୍ଜିତଙ୍କ ସହ ତାଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ | ସୋମବାର ସକଳ ୮ ଘ. ରେ ଖବର ପାଇଥିଲେ ଯେ ଆଡିବନ୍ଧ ପାଖରେ ଥିବା ଜଙ୍ଗଲ ମଧ୍ୟରେ ଏକ କସମ କୋଳି ଗଛରେ ଜିନ ଓଢଣି ବେକରେ ବାନ୍ଧି ଫାଶୀ ହୋଇଛି | ଖବର ପାଇ ପରିବାର ଲୋକ ଦେଖିଥିଲେ ଯେ ତୁଲସୀ ଫାଶୀ ହୋଇ ଆତ୍ମହତ୍ୟା କରିଛି | ଏନେଇ ମୃତକର ସ୍ଵାମୀ ରଞ୍ଜିତ ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ | ପରେ ଡାବୁଗାଁ ଅତିତିକ୍ତ ତହସିଲଦାର ସତିଶ କୁମାର ବଇନି ଙ୍କ ଉପସ୍ଥିତିରେ ଶବକୁ ପଞ୍ଚନାମା କରାଯାଇଥିଲା | ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

Sunil Chandra Nayak

Leave a Comment

error: Content is protected !!