ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଛୁଳିଲା ସାନ୍ତିଝର ଜମିଲା ପର୍ଯ୍ୟଟକ ଙ୍କ ଭିଡ଼

ଉଛୁଳିଲା ସାନ୍ତିଝର ଜମିଲା ପର୍ଯ୍ୟଟକ ଙ୍କ ଭିଡ଼

ଆସିକା, ୨୭/୯/୨୬(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡର ଅନତି ଦୂରରେ ରହିଛି ପର୍ଯ୍ୟଟନ ସ୍ଥଳୀ ଶାନ୍ତିଝର। ଅନୁକୂଳ ପରିବେଶ,କମନୀୟ ସୌନ୍ଦର୍ୟ୍ଯ ସାଙ୍ଗକୁ ତିନୋଟି ପାହାଡ଼ର ସଙ୍ଗମ ସ୍ଥଳରୁ ଝରି ଆସୁଥିବା ଝରଣାର ମନଲୋଭା ଦୃଶ୍ୟ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି। ସଂପ୍ରତି ନିଦାଘ ଗ୍ରୀଷ୍ମରେ ଝରଣାର ଧାର କ୍ଷୀଣ ହୋଇ ଯାଇଥିବା ବେଳେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଶାନ୍ତିଝର ପୁଣି ଉଛୁଳି ଉଠିଛି । ଗୁରୁ ଗମ୍ଭୀର ସ୍ୱରରେ ସୁଦୂର ପାହାଡ଼ରୁ ତୀବ୍ର ବେଗରେ ହନୁମାନ ବାଟିକା ରେ ହନୁମାନ, ମଧ୍ୟ ଭାଗରେ ଥିବା ଗଡଚଣ୍ଡୀ ଏବଂ ତଳେ ଅବସ୍ଥିତ ମା କଠୁଳିଆ ଦେବୀଙ୍କ ପାଦ ସ୍ପର୍ଶ କରି ଶାନ୍ତିଝର ର ପାଣି ପୁଣ୍ୟତୋୟା ଋଷିକୂଲ୍ୟା ରେ ମିଶିଛି । ରବିବାର ଦିନ ସକାଳୁ ସକାଳୁ ଏହାର ଦୃଶ୍ୟ ଉପଭୋଗ କରିବା ସହ ବଣ ଭୋଜି ପାଇଁ ବହୁ ଲୋକ ଏଠାରେ ଭିଡ଼ ଜମାଇଥିଲେ । ଲୋକଙ୍କ ଭିଡକୁ ଦେଖି ଶାନ୍ତିଝର ଉନ୍ନୟନ କମିଟି ପକ୍ଷରୁ ପରିବେଶ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସଂପ୍ରତି ଶାନ୍ତିଝର ର ସୁନ୍ଦରତାରେ ଆଉଏକ ଅଧ୍ୟାୟ ଯୋଡ଼ି ହେବାପାଇଁ ଯାଉଛି । ଏହାର ଉପର ଶିଖର ହନୁମାନ ବଟିକା ରେ 36 ଫୁଟର ଏକ ହନୁମାନ ବିଗ୍ରହ ସ୍ଥାପନ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତା ଜାନୁଆରୀ 21 ତାରିଖ ଠାରୁ 25 ତାରିଖ ପର୍ଯ୍ୟନ୍ତ ଏହାର ପ୍ରତିଷ୍ଠା ମହୋତ୍ସବ ପାଳନ କରାଯିବ । ଶାନ୍ତିଝର ଉନ୍ନୟନ କମିଟି ସଭାପତି ସୁନୀଲ କୁମାର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପ୍ରତିଷ୍ଠା କାର୍ଯ୍ୟ ସହ ସୁନ୍ଦର ଭିତ୍ତି ଭୂମିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ ଦିନରେ ଦୁର୍ଗା ଦେବୀ ତୋରଣ,ମହାବୀର ଘାଟିର ବିକାଶ ସାଙ୍ଗକୁ 30 ଫୁଟ ଉଚ୍ଚତାର ଏକ ଆଦିଯୋଗି ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ସଭାପତି ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ବିଭାଗ ଉପ ନିର୍ଦ୍ଦେଶକ ତନୁଜା ଦାସ ନିକଟରେ ଶାନ୍ତିଝର ପରିଦର୍ଶନ କରି ଶିଶୁ ଉଦ୍ୟାନ, ପାନୀୟ ଜଳ,ରାସ୍ତା, ବିଦ୍ୟୁତ କରଣ ଓ ଭିତ୍ତି ଭୂମିର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସଂପ୍ରତି ପାର୍ବଣ ସାଙ୍ଗକୁ ପର୍ଯ୍ୟଟନ ଋତୁର ଆଗମନ ଯୋଗୁଁ ଶାନ୍ତି ଝରରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି ।

Related posts

ସାରଳା ମନ୍ଦିର ହୁଣ୍ଡିରୁ 18 ଲକ୍ଷରୁ ଅଧିକ ଆୟ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

ଜୁନାଗଡ଼ କଳାବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ଉଦଯାପିତ 

masiha

Leave a Comment

error: Content is protected !!