ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ପକ୍ଷ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୦୬/୦୪/୨୫: ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ଆଜି ଦେବାଳୟ, ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ ଅନୁଯାୟୀ ଜିଲ୍ଳାର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

      ଏହି ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୃହ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟ ରେ ସୁନ୍ଦରଗଡ଼ ସ୍ଥିତ ମା ସମଲେଇ ମନ୍ଦିର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ଉପ ବାଚସ୍ପତି, ଓଡ଼ିଆ ବିଧାନ ସଭା ତଥା ମାନ୍ୟବର ବିଧାୟକ ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ଲଳିତେନ୍ଦୁ ପରିଡ଼ା, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଯୋଗ ଦେଇଥିଲେ।

ଜଣେ ଦାୟିତ୍ବବାନ ନାଗରିକ ଭାବେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ଵ। ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକ ବିଶେଷ ଗୁରୁତ୍ବ ବହନ କରେ। ତେଣୁ ପର୍ଯ୍ୟଟନ ସ୍ଥଳୀ, ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି। ଏହିଭଳି ପଦକ୍ଷେପ ନିଶ୍ଚିତ ରୂପେ ଗୌରବମୟ କୀର୍ତ୍ତିରାଜିର ମୁକସାକ୍ଷୀ ସାଜିଥିବା ଐତିହ୍ୟ ସ୍ଥଳୀ ଗୁଡିକୁ ସ୍ୱଚ୍ଛ କରି ରଖିବା ଦିଗରେ ବିଶେଷ ଭାବରେ ସହାୟକ ହେବ।

   ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଅରୁଣ ସାହୁ, ଜଳ ସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ମୈତ୍ରେୟୀ ପରିଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀବନ୍ତ ଜେନା, ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସୁନ୍ଦରଗଡ଼ ପୌରପାଳିକା ର କର୍ମଚାରୀ ମାନେ ଯୋଗଦେଇଥିଲେ। 

  ସେହିଭଳି ହେମଗିର ବ୍ଲକ ସ୍ଥିତ ଐତିହ୍ୟ ସ୍ଥଳୀ ଛେ଼ଙ୍ଗା ପାହାଡ, ସରଫଗଡ ପର୍ଯ୍ୟଟନ କ୍ଷେତ୍ର, ବେଦବ୍ୟାସ ପୀଠ ସହିତ ସମସ୍ତ ଜିଲ୍ଲା ର ବ୍ଲକ ତଥା ପୌରପାଳିକା ଅଞ୍ଚଳ ର ବିଭିନ୍ନ ଦେବାଳୟ, ଐତିହ୍ୟ ସ୍ଥଳୀ ଏବଂ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଆଜି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମାଜସେବାରେ ବ୍ରତୀ ପ୍ରଫେସର‌, ରୋଗୀଙ୍କୁ ବାଣ୍ଟିଲେ ଫଳ

Sunil Chandra Nayak

ନବରଙ୍ଗପୁର ବଣିକ ସଙ୍ଘ ନିର୍ବାଚନ: କାହ୍ନୁ ସଭାପତି

Sunil Chandra Nayak

ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ୧୪ଟି ଦାବି ରୁ, ୩ପୂରଣ କରିବେ ୫ଟି ସଚିବ

Sunil Chandra Nayak

Leave a Comment

error: Content is protected !!