ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ 

ଡାବୁଗାଁ, ୨୬/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ରଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ବ୍ଲକର ୬୬ ପ୍ରାଥମିକ ବିଦ୍ୟାଳୟ, ୩୦ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ ଟି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ପାଳନ ହୋଇଆସୁଅଛି | ଆଜି ଶିକ୍ଷା ଶପଥ ସପ୍ତାହର ୫ମ ଦିନକୁ ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଛି | ସୁସ୍ଥ ସମୃଦ୍ଧ ସାମାଜିକ ଜୀବନ ବଞ୍ଚିବା ପାଇଁ ଆର୍ଥିକ ଅଭିବୃଦ୍ଧି ଅପରିହାର୍ଯ୍ୟ । ଆଧୁନିକ ଯୁଗରେ ସମସ୍ତ କ୍ଷେତ୍ର ଦକ୍ଷତା ଓ ପ୍ପ୍ରଯୁକ୍ତି ବିଦ୍ୟା ଆବଶ୍ୟକ କରୁଛି । ଏହି ଆହ୍ଵାନ କୁ ଚରିତାର୍ଥ କରିବାକୁ ବିଦ୍ୟାଳୟ ସ୍ତରରୁ ଛାତ୍ରୀ ଛାତ୍ର ଙ୍କୁ ପ୍ରସ୍ତୁତ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପିଲାଟି ଭବିଷ୍ୟତରେ ସରକାରୀ ନିଯୁକ୍ତି ଉପରେ ନିର୍ଭର ନକରି କିପରି ଆତ୍ମନିର୍ଭର ହୋଇପାରିବ ଏଥି ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ମହତ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଶିକ୍ଷା ସପ୍ତାହର ପରିକଳ୍ପନା କରିଛନ୍ତି । ଏହି ଅବସରରେ ଡାବୁଗାଁ ସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉମୁରାହାଣ୍ଡି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଠାରେ ଏହା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରୀ ଛାତ୍ର ମାନେ ବାଉଁଶ ପାତ, ଅଖା ବସ୍ତା, ଜରି , ନଡ଼ିଆ କତା, ପୁରୁଣା ଖବର କାଗଜ, ମାଟି କଳସ ଏବଂ ବିଭିନ୍ନ ବର୍ଜ୍ୟବସ୍ତୁ ରୁ ଆକର୍ଷଣୀୟ ଗୃହଉପକରଣ ଓ ସାଜସଜ୍ଜା ଜିନିଷ ପ୍ରସ୍ତୁତ କରିଥିଲେ । ଏଥିରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ, ଶିକ୍ଷକ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଭଗବାନ ମାଝୀ ଯୋଗଦାନ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯକ୍ରମର ଶୁଭାରମ୍ଭ

masiha

ମାନବ ସେବା ହିଁ ମାଧବ ସେବା…  ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

masiha

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

Sunil Chandra Nayak

Leave a Comment

error: Content is protected !!