ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ 

ଡାବୁଗାଁ, ୨୬/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ରଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ବ୍ଲକର ୬୬ ପ୍ରାଥମିକ ବିଦ୍ୟାଳୟ, ୩୦ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ ଟି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ପାଳନ ହୋଇଆସୁଅଛି | ଆଜି ଶିକ୍ଷା ଶପଥ ସପ୍ତାହର ୫ମ ଦିନକୁ ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଛି | ସୁସ୍ଥ ସମୃଦ୍ଧ ସାମାଜିକ ଜୀବନ ବଞ୍ଚିବା ପାଇଁ ଆର୍ଥିକ ଅଭିବୃଦ୍ଧି ଅପରିହାର୍ଯ୍ୟ । ଆଧୁନିକ ଯୁଗରେ ସମସ୍ତ କ୍ଷେତ୍ର ଦକ୍ଷତା ଓ ପ୍ପ୍ରଯୁକ୍ତି ବିଦ୍ୟା ଆବଶ୍ୟକ କରୁଛି । ଏହି ଆହ୍ଵାନ କୁ ଚରିତାର୍ଥ କରିବାକୁ ବିଦ୍ୟାଳୟ ସ୍ତରରୁ ଛାତ୍ରୀ ଛାତ୍ର ଙ୍କୁ ପ୍ରସ୍ତୁତ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପିଲାଟି ଭବିଷ୍ୟତରେ ସରକାରୀ ନିଯୁକ୍ତି ଉପରେ ନିର୍ଭର ନକରି କିପରି ଆତ୍ମନିର୍ଭର ହୋଇପାରିବ ଏଥି ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ମହତ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଶିକ୍ଷା ସପ୍ତାହର ପରିକଳ୍ପନା କରିଛନ୍ତି । ଏହି ଅବସରରେ ଡାବୁଗାଁ ସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉମୁରାହାଣ୍ଡି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଠାରେ ଏହା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରୀ ଛାତ୍ର ମାନେ ବାଉଁଶ ପାତ, ଅଖା ବସ୍ତା, ଜରି , ନଡ଼ିଆ କତା, ପୁରୁଣା ଖବର କାଗଜ, ମାଟି କଳସ ଏବଂ ବିଭିନ୍ନ ବର୍ଜ୍ୟବସ୍ତୁ ରୁ ଆକର୍ଷଣୀୟ ଗୃହଉପକରଣ ଓ ସାଜସଜ୍ଜା ଜିନିଷ ପ୍ରସ୍ତୁତ କରିଥିଲେ । ଏଥିରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ, ଶିକ୍ଷକ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଭଗବାନ ମାଝୀ ଯୋଗଦାନ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାଟ୍ରିକ ପରିକ୍ଷାର୍ଥୀଙ୍କ ପ୍ରକାଶ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ମେଗା ଜଳ ଯୋଗାଣ ପ୍ରକଳ୍ପ :କାର୍ଯ୍ୟକାରୀ ନ ହୋଇଣୁ ମରାମତି ର ଆବଶ୍ୟକତା ପଡ଼ିଲାଣି ସଫଳତା ସନ୍ଦେହାସ୍ପଦ

masiha

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!