ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ : ଓଡିଶା ମିଲେଟ ମିଶନ ସଚେତନତା ରଥ ଶୁଭାରମ୍ଭ

ତେନ୍ତୁଳିଖୁଣ୍ଟି ୨୫/୦୫/୨୩ //ନବରଙ୍ଗପୁର ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସୌଜନ୍ୟ ରେ ମିଲେଟ ମିଶନ ସଚେତନତା ରଥ ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ରଥ ପାଞ୍ଚ ଦିନ ବ୍ଲକ ର ବିଭିନ୍ନ ଗ୍ରାମ କୁ ଯାଇ ମାଣ୍ଡିଆ ଓ ପୁଷ୍ଟି ଶସ୍ୟ ର ଅଭିବୃଦ୍ଧି ନିମନ୍ତେ ସରକାର ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ତଥା ଯନ୍ତ୍ରପାତି ସମ୍ପର୍କରେ ବୁଝାଇ ମିଲେଟ (ମାଣ୍ଡିଆ) ଚାଷ କରିବାକୁ ସଚେତନ କରିବ।ତେନ୍ତୁଳିଖୁଣ୍ଟି ବ୍ଲକ ରେ ମିଲେଟ ମିଶନ ଦାୟିତ୍ୱ ଘରୋଇ ସାମାଜିକ ସଂଗଠନ ଅଗ୍ରଗାମୀ ନେଇଛି। ଗତ ବର୍ଷ ଏହି ସଂସ୍ଥା ଦ୍ୱାରା ସଚେତନ କରାଯାଇ ପାଞ୍ଚ ଟି ପଂଚାୟତ ର ପଚିଶ ଗ୍ରାମ ରେ ମିଲେଟ ଚାଷ କରାଯାଇଥିଲା ଚଳିତ ବର୍ଷ ଚଉତିରିସ ଟି ଗ୍ରାମରେ ମାଣ୍ଡିଆ ଚାଷ କରିବା ଲକ୍ଷ୍ୟ ରଖିଛନ୍ତି। ଗତ ବର୍ଷ ତେନ୍ତୁଳିଖୁଣ୍ଟି ରେ 141 ,ପୂଜାରିଗୁଡା ରେ 78 ,ଲମତା ଗୁଡା ର 217 ,ମଞ୍ଚା ଗାଁ 68 ଓ ଗଉଡ଼ ଦେଓପାଲି ପଞ୍ଚାୟତ ର 50 ଚାଷୀ ପଚିଶ ଗ୍ରାମରେ 378.4 ହେକ୍ଟର ଜମିରେ ମାଣ୍ଡିଆ କରାଯାଇଥିଲା।ଚଳିତ ବର୍ଷ 450 ହେକ୍ଟର ଜମିରେ ମାଣ୍ଡିଆ ଚାଷ ଲକ୍ଷ୍ୟ ରଖାଯାଇଛି ।ସେହି କ୍ରମରେ ପ୍ରଚାର କରାଯାଉଛି। ଏହି ମିଶନ ରେ ସଘନ ପଦ୍ଧତି ର୍ଡ ଚାଷ କଲେ ପ୍ରଥମ ବର୍ଷ ଦଶ ହଜାର ,ଦ୍ଵିତୀୟ ବର୍ଷ ସାତ ହାଜର ପାଞ୍ଚ ଶହ ,ତୃତୀୟ ବର୍ଷ ପାଞ୍ଚ ହଜାର ଚତୁର୍ଥ ବର୍ଷ ଦୁଇ ହଜାର ଓ ପଞ୍ଚମ ବର୍ଷ ଦୁଇ ହଜାର ଟଙ୍କା ଦିଆଯାଉଛି। ଧାଡି ରୁଆ ପଦ୍ଧତି ରେ କରିଲେ 7500 ପାଞ୍ଚ ହଜାର ତିନି ହଜାର ,ଦୁଇ ହଜାର ଓ ଦୁଇ ହଜାର ପାଞ୍ଚ ପର୍ଯ୍ୟାୟରେ ଦିଆଯାଉଛି। ଅଣ ମାଣ୍ଡିଆ ପୁସ୍ତିଶସ୍ଯ ଧାଡ଼ିରୁଅନରେ କରିଲେ ଚାଷୀ କୁ ସେହିଭଳି ପାଞ୍ଚଟି ପର୍ଯ୍ୟାୟରେ ସମୁଦାୟ ଛବିସ ହଜାର ପାଞ୍ଚ ଶହ ଦିଆଯାଉଛି। ଏହି ସଚେତନତା ରଥ ଉଦଘାଟନ ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ଉଦଘାଟନ ଓ ସଚେତନତା ସଭାରେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ,କୃଷି ଓଭର ସିୟର ହରି ସଙ୍କର ତ୍ରିପାଠୀ ,ମଧୁସ୍ମିତା ପତି, ବନ୍ଦିତା ମହାରଣା , ଏ ଟି ଏମ ବାଳ ଗୋବିନ୍ଦ ସାହୁ ଓ ଆଶିଷ ପରିଡା ଉପସ୍ଥିତ ଥିଲେ। ଅଗ୍ରଗାମୀ ର ବ୍ଲକ କୋ ଅର୍ଡିନେଟର ଅବିନାଶ ପଣ୍ଡା ,ବ୍ଲକ ସହ ସଂଯୋଜକ ନିଶାନ୍ତ କୁମାର ବିଶୋଇ ,ନବଗାମୀ ଏଫ ପି ସି ଏଲ ମୁଖ୍ୟ ନିର୍ବାହୀ ଅଧିକାରୀ ନିରୋଦ ପଣ୍ଡା ଓ ଜୟ ପାତ୍ର କୈଳାସ ଗୌଡ଼,ଟଙ୍କ ଧର ଝଡ଼ିଆ ତଥା ଜଗନ୍ନାଥ ଦିଶରୀ ଉପସ୍ଥିତ ରହି ସଚେତନ କରିବା ସହ ମିଲେଟ ମିଶନ ଲକ୍ଷ୍ୟ ହାସଲ ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ଆହ୍ୱାନ କରିଥିଲେ। ଏହି ରଥ ଚାରି ଦିନ ଧରି ପନ୍ଦର ଟି ପଞ୍ଚାୟତ ର 69 ଟି ରାଜସ୍ୱ ଗ୍ରାମ ସମେତ ପଡ଼ା ଗ୍ରାମ ବୁଲି ସଚେତନ କରିବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

Sunil Chandra Nayak

ଖମାର ହଳଦୀ ବ୍ରିଜ଼ ନିକଟରେ ବାଇକ ରୁ ଖସି ପୋଲିସ ହୋମଗାର୍ଡ ଗୁରୁତର 

masiha

ପରିବାରର ୪ ନିଖୋଜ ଘଟଣା , ପୋଲିସ ଓ ସାଇଣ୍ଟିଫିକ ଟିମର ଖୋଡ ତାଳ 

Sunil Chandra Nayak

Leave a Comment

error: Content is protected !!