ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

ମ.ରାମପୁର,୨୬/୧(ମସୀହା): ମ.ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ସର୍ବ ସାଧାରଣ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି l ସକାଳ ୮ ଘଣ୍ଟା ୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଭାବରେ ବିଡିଓ ବିନୟ କୁମାର ଭୋଇ ଉପସ୍ଥିତ ରହି ଜାତୀୟ ପତାକାକୁ ଉତ୍ତୋଳନ କରି ଛାତ୍ରଛାତ୍ରୀ ଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ତହସିଲଦାର ଜ୍ୟୋତ୍ସ୍ନା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ l ତ୍ରିରଙ୍ଗା ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରିବା ପରେ ମ.ରାମପୁର ମହାବିଦ୍ୟାଳୟ ର ଖେଳ ଶିକ୍ଷକ ତୋଫାନ ଗୌଡ଼ିଆ ସମସ୍ତ ଅତିଥିବୃନ୍ଦଙ୍କୁ ପାଛୋଟି ନେଇ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନ କରି ପରିକ୍ରମା କରିବାପରେ ପ୍ୟାରେଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ୟାରେଡ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି ପ୍ୟାରେଡ ରେ ସ୍ଥାନୀୟ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ସୁଦୃଶ୍ୟ ଏବଂ ଶୃଙ୍ଖଳିତ ପ୍ୟାରେଡ ରେ ବରିଷ୍ଠ ବିଭାଗରେ ଦାନିଏଲ୍ ପବ୍ଲିକ ସ୍କୁଲ ପ୍ରଥମ ଓ ଶ୍ରୀ ଏଜୁକେଶନ ବାଳିକା ଦ୍ଵିତୀୟ ସ୍ଥାନ l କନିଷ୍ଠ ବିଭାଗରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଳିକା ପ୍ରଥମ ଓ କେଜିବିଭି ଛାତ୍ରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ l ପ୍ୟାରେଡ ବିଚାରକ ଭାବରେ ଆଇଆଇସି ସଚିନ୍ଦ୍ର ପ୍ରଧାନ , ମ.ରାମପୁର ବନ ଅଧିକାରୀ ଅସିତ୍ ଦାସ ଓ ନର୍ଲା ବନ ଅଧିକାରୀ ପ୍ରଶାନ୍ତ ପାଳ ରହିଥିଲେ l ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିବ ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମା ଭଗବତୀ ପୂଜକ ଦେହାନ୍ତ 

Sunil Chandra Nayak

କାରିଗର ମାନେ ଶେଷ ସ୍ପର୍ଶ ଦେଉଛନ୍ତି କାର୍ତିକେଶ୍ୱର ଙ୍କ ମୂର୍ତ୍ତି କୁ

masiha

ରାସ୍ତା କଡ଼ରେ ବିଦ୍ୟୁତ ତାର ଉପରେ ମାଡ଼ି ବସିଛି ବିଶାଳ ବୃକ୍ଷ୍

Sunil Chandra Nayak

Leave a Comment

error: Content is protected !!