ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିର ତିନି ଜଣ ପ୍ରତିଭାଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ -2023

କଟକ : କଳା ବିକାଶ କେନ୍ଦ୍ର କଟକ ଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି , ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ ସାହିତ୍ୟ ମହାସଭାରେ ଦୁଇଟି ଅଧିବେଶନରେ ଅତିଥି ବକ୍ତାମାନେ ଜଗନ୍ନାଥଙ୍କ କିମ୍ବଦନ୍ତୀ, ପାର୍ଶ୍ଵ ଦେବାଦେବୀଙ୍କର କିମ୍ବଦନ୍ତୀ ଏବଂ ନିଜ ଅଞ୍ଚଳର କିମ୍ବଦନ୍ତୀ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଦୁଇଟି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ଅଲେଖ ଚନ୍ଦ୍ର ପରିହରି, ଏବଂ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଯୋଗଦାନ କରି ଆଧ୍ୟାତ୍ମିକ ସାହିତ୍ୟ ଅଧିକ ସୃଷ୍ଟି କରି ସମାଜକୁ ପରିବର୍ତ୍ତନ କରିବାକୁ ମତ ରଖିଥିଲେ ।ଏହି କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ସଭାରେ କଳାହାଣ୍ଡି ଜିଲ୍ଲାରୁ ଶ୍ରୀମତୀ ବନଶ୍ରୀ ଦାଶ ଭବାନୀପାଟଣା ( ମାଁ ମାଣିକେଶ୍ବରୀ କିମ୍ବଦନ୍ତୀ କଥନ ) ,ରିକ୍ଷୀରାମ ମେହେର କୋକସରା,( ମଧୁ ମାଧବ ତୀର୍ଥ ଡୋକରୀ ଚଂଚରା କିମ୍ବଦନ୍ତୀ କଥନ ),କମଳିନୀ ଚଣ୍ଡୀ କୁଶାଡ଼ଙ୍ଗର (ଦାଦପୁର ଶିବାଳୟ କିମ୍ବଦନ୍ତୀ କବିତା ) ଉପସ୍ଥାପନ କରି , କୈବଲ୍ୟ ରତ୍ନବେଦୀ ସମ୍ମାନ 2023 ସମ୍ମାନିତ ହୋଇଛନ୍ତି, କଳାହାଣ୍ଡିର ତିନୋଟି ସ୍ଥାନର କିମ୍ବଦନ୍ତୀ ଉପସ୍ଥାପନ ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଅଛି।

ମସିହା ନିଉଜ ସର୍ଭିସ୍ 

Related posts

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ

Sunil Chandra Nayak

ନୂଆପଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଆଜି ୮୩ ବର୍ଷ ବୟସ ରେ ପରଲୋକ

Sunil Chandra Nayak

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

masiha

Leave a Comment

error: Content is protected !!