ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଜଣେ ମୃତ 

ଅଜଣା ଗାଡି ଧକ୍କାରେ ଜଣେ ମୃତ 

ନବରଙ୍ଗପୁର, ୨୭/୨ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ବଡଓଲମା ଗ୍ରାମ ଛକ ନିକଟରେ ସୋମବାର ରାତ୍ରିରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- କୋଷାଗୁମୁଡା ବ୍ଲକ ଅଧୀନ ଛାଲିପିଟା ଗ୍ରାମର କନି କଲାର (୩୭) ସୋମବାର ପାପଡାହାଣ୍ଡି ବ୍ଲକ ଅଧୀନ ଖୁଟିଗୁଡା ଗ୍ରାମକୁ ନିଜ ବନ୍ଧୁ ଘରକୁ ଯାଇଥିଲେ | ରାତ୍ରିରେ ନିଜ ଘର କୁ ମୋଟର ସାଇକେଲ ନଂ ଓଆର ୨୪- ୧୬୪୭ ଯୋଗେ ଫେରୁଥିବା ବେଳେ ବଡଓଲମା ଗ୍ରାମ ଛକ ନିକଟରେ ବିପରୀତ ଦିଗରୁ ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲା | ଫଳରେ କନି ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଲୋକେ ଦେଖି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଏବଂ ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ବଡ ଭାଇ ଉଦରନ କଲାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ବ୍ୟବଛେଦ ପରେ ଶବ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୪୯/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

Sunil Chandra Nayak

ସଚେତନ ନାଗରିକ ମଞ୍ଚର ପ୍ରସ୍ତୁତି ବୈଠକ

Sunil Chandra Nayak

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

Sunil Chandra Nayak

Leave a Comment

error: Content is protected !!