ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ କମ୍ପାନୀ ଓ ଓ.ଏମ୍.ସି ବିରୁଦ୍ଧରେ ରାଲି କରି ଗର୍ଜିଲେ ଅଞ୍ଚଳ ବାସୀ

ବେଦାନ୍ତ କମ୍ପାନୀ ଓ ଓ.ଏମ୍.ସି ବିରୁଦ୍ଧରେ ରାଲି କରି ଗର୍ଜିଲେ ଅଞ୍ଚଳ ବାସୀ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟରେ ଥିବା କଡ଼ିଙ୍ଗା ମାଳି ପାହାଡ଼ରୁ ବାହାରୁଥିବା ମୂଲ୍ୟବାନ ବକ୍ସାଇଟ ଖଣି ଟିକୁ ରାଜ୍ୟ ସରକାର ଓ.ଏମ୍.ସି ଜରିଆରେ ୧୦୧୭ ମସିହା ଠାରୁ ବକ୍ସାଇଟ ଖଣି ଖନନ କରି ରାଜ୍ୟ ସରକାର ଶାଗ ମାଛ ଦରରେ ବକ୍ସାଇଟ ଖଣି ବେଦାନ୍ତ କମ୍ପାନୀକୁ ରପ୍ତାନୀ କରୁଥିବା ବେଳେ ବର୍ତମାନ ତାହା ୩ ମିଲିୟନ ଟନ ରୁ ବୃଦ୍ଧି କରି ୬ ମିଲିୟନ ଟନ ବକ୍ସାଇଟ ଖଣି ଉତ୍ପାଦନ କରିବା ଯୋଜନା ବେଦାନ୍ତ କମ୍ପାନୀ ଓ ଓ.ଏମ୍.ସି ଯୋଜନା କରୁଥିବା ବେଳେ ଶୁକ୍ରବାର ଦିନ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକ ଏବଂ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଲୋକେ ଲକ୍ଷ୍ମୀପୁର ଠାରେ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ରେଲୱେ ଛୋକ ଠାରୁ ବାହାରି ଓ.ଏମ୍.ସି ଗୋ ଭେକ୍ ଓ ବିଦାନ୍ତ କମ୍ପାନୀ ଗୋ ବେକ୍ ନାରାରେ ନାରାରେ ଲକ୍ଷ୍ମୀପୁର କମ୍ପି ଉଠୁଥିଲା। ଏହି ରାଲିରେ କିଛି ନେତାଙ୍କ ଦେଖା ଦର୍ଶନ ମିଳିଲା ନାହିଁ ପୂର୍ବରୁ ସର୍ବ ଦଳୀୟ ନେତା ମାନେ ଗତ ୭ ତାରିଖ ରବିବାର ଦିନ ଥାନା ଆଗରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ସୁଦ୍ଧା ଶୁକ୍ରବାର ରାଲିରେ ଦେଖା ମିଳିଲା ନାହିଁ। ଆଉ କିଛି ନେତା ସାମ୍ବାଦିକଙ୍କୁ ବାଇଟ୍ ମଧ୍ୟ ଦେଇ ନଥିଲେ। ତେବେ ସବୁଠାରୁ ଆଚାର୍ଯ୍ୟ ବିଷୟ ଯେଉଁ ଦଳ ଦୀର୍ଘ ସାତ ଆଠ ବର୍ଷ ଧରି କଡ଼ିଙ୍ଗା ମାଳି ବକ୍ସାଇଟ ଖଣି ପାଇଁ ସଂଘର୍ଷ କରି ବିଭିନ୍ନ ସମୟରେ ଜେଲ ଯାଇ ଅଞ୍ଚଳରେ କାରଖାନା ପ୍ରତିଷ୍ଠା ନହେଲେ ଖଣି ବନ୍ଦ କରିବା ପାଇଁ ଦାବି କରି କରି ସଂଘର୍ଷ କରିଥିବା କଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ ଶୁକ୍ରବାର ଦିନ ରାଲିରେ ଯୋଗ ଦେଇଥିଲେ ସୁଦ୍ଧା କିଛି ଆଗ ଧାଡ଼ିର ନେତା ମାନେ ଉକ୍ତ କଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ ପ୍ରତି ଅଣ ଦେଖା କରିଥିଲେ। କିନ୍ତୁ କାଡା ଗ୍ରୁପର ସଭାପତି ପାର୍ଦା କୁଲେସିକା,ବିପିନ କୁମାର ମାଡ଼ିଙ୍ଗା ଓ କ୍ଷେତ୍ରବାସୀ ହାଲୱାଙ୍କ ନେତୃତ୍ବରେ ଶତାଧିକ ଲୋକେ ଯୋଗଦେଇ ଆମ୍ବଗୁଡ଼ା ଠାରୁ ବାହାରି ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଛୋକ ଠାରେ ଓ.ଏମ୍.ସି ଓ ବେଦାନ୍ତ କମ୍ପାନୀ ନାଁରେ ଗର୍ଜିଥିଲେ। ଏହା ପରେ ଲକ୍ଷ୍ମୀପୁର ଠାରେ ଥିବା କଡ଼ିଙ୍ଗା ମାଳି କାର୍ଯ୍ୟାଳୟ ପହଞ୍ଚି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଖଣି ପରିଚାଳକ ହେମନ୍ତ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରି କହିଥିଲେ କି ଯଥା ଶିଘ୍ର କଡ଼ିଙ୍ଗା ମାଳି ପାହାଡ଼ରୁ ବାହାରିଥିବା ବକ୍ସାଇଟ ଖଣି ଖନନ ବନ୍ଦ କରି ଏଠାରେ କାରଖାନା ନାହିଁ ତ ଖଣି ନାହିଁ ବୋଲି ଦାବି କରିଥିଲେ ଏବଂ ରାଜ୍ୟ ସରକାର ଯେଉଁ ଖଣି ୩ ମିଲିୟନ ରୁ ୬ ମିଲିୟନ ଟନ କରି ଏଠାରୁ ଖଣି ନେଇ ପଲେଇବା ଯେଉଁ ଦୋମୁହାଁ ନୀତି କରୁଛି ବେଦାନ୍ତ କମ୍ପାନୀ ତାହା ଆଗକୁ କରିବାକୁ ଦେବୁନାହିଁ ବୋଲି ଚେତାବନୀ ଦେଇଥିଲେ। ଆଗାମୀ ଦିନରେ ଲୋକେ ରାଜ ରାସ୍ତାକୁ ଓହ୍ଲାଇ ତୀବ୍ର ତର କରିବୁ ବୋଲି ଆନ୍ଦୋଳନ କାରୀ କହିଥିଲେ। ଏହି ସମୟରେ ଲାବାନ୍ୟ ବିଡିକା, ଜଗଦୀଶ ଖରା, ସହଦେବ ବିଡ଼ିକା , ସୀତାରାମ ଖରା, ଦାମୋଦର ବିଡିକା ଓ ପ୍ରହଲ୍ଲାଦ ହାଲୱା ପ୍ରମୁଖ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Distinguished Educationist Kailash Chandra Behera passed away. 

Sunil Chandra Nayak

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

masiha

Leave a Comment

error: Content is protected !!