ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତିରାଜ ପ୍ରତିନିଧିନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପନ

ମ.ରାମପୁର ,୦୧/୦୩( ମସୀହା):ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତା ରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକ ର ଦେଢ଼ସୁଲି , ଲୁବେନଗଡ଼ , ସାଲେପାଲି ଓ ବାରବନ୍ଧା ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ତାଲିମ ର ଉଦଯାପନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ତିନୋଟି ଗ୍ରାମ ପଞ୍ଚାୟତ ର ୩୨ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ନିଜ ନିଜ ୱାର୍ଡ ଓ ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ ଦେବାକୁ କହିଥିଲେ ଏବଂ ମୁଖ୍ୟ ଅତିଥି ତାଲିମାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ତାଲିମ ଦାତା ଭାବେ ସଞ୍ଜୀବ ଶତପଥୀ ଓ ଦେବାଶିଷ ମହାପାତ୍ର ତିନି ଦିନ ତାଲିମ ପ୍ରଦାନ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ବ କରିବା ସହିତ ଟ୍ରେନିଂ ପରିଚାଳନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମମିତ। ପୁଝାରୀ, ପୂର୍ଣ୍ଣମୀ ବଗର୍ତ୍ତୀ ,ଉତ୍କଳ ଓ ବଂଶୀଧର ରଣା ପ୍ରମୁଖ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଭତ୍ତା ବାଣ୍ଟିଲେ ସରପଞ୍ଚ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!